ପ୍ରାଚୀନକାଳର ଲୋକମାନେ ପିନ୍ଧୁୁଥିଲେ ଏବେକାର ଲାଟେଷ୍ଟ ଫ୍ୟାଶନ୍‌ ହିଲ୍‌, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ପ୍ରମାଣ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ଏମିତି ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ, ଯାହା ଦେଖିବାକୁ ଆଶ୍ଚର୍ଯ୍ୟ ତଥା ଅବିଶ୍ୱସନୀୟ ମନେ ହୋଇଥାଏ। ସେହିଭଳି ଏକ ଅଦ୍ଭୁତ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜଣେ ଟ୍ଵିଟର ୟୁଜରଙ୍କ ଦ୍ୱାରା ସେୟାର କରାଯାଇଥିବା ଫଟୋରେ ଏଭଳି ଦାବି କରାଯାଇଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ହେବେ ରୋମାଞ୍ଚିତ। ଜଣେ ଟ୍ଵିଟ ୟୁଜର ଦାବି କରିଛନ୍ତି ଯେ ପ୍ରାଚୀନ କାଳର ଲୋକମାନେ ବର୍ତ୍ତମାନର ଲୋକଙ୍କ ଠାରୁ ଖୁବ୍‌ ଆଗରେ ଥିଲେ। ୟୁଜରଙ୍କ କହିବାନୁସାରେ ଆମେ ବର୍ତ୍ତମାନ ଯେଉଁ ଫ୍ୟାଶନକୁ ଆପଣାଉଛୁ ପୂର୍ବ କାଳର ଲୋକମାନେ ସେଭଳି ଫ୍ୟାଶନ ବ୍ୟବହାର କରିସାରିଛନ୍ତି।

ଟ୍ଵିଟରରେ ଭି ଗୋପାଳନ ନାମକ ଜଣେ ୟୁଜର ସେହିଭଳି କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋ ୯୦୦ ବର୍ଷ ପୁରୁଣା ତାମିଲନାଡୁର ଏକ ମନ୍ଦିରର ମୂର୍ତ୍ତି। ୟୁଜରଙ୍କ କହିବାନୁସାରେ ଏହି ମୂର୍ତ୍ତିରେ ପ୍ରାଚୀନ ସମୟର ଲୋକମାନେ ଚପଲ ପିନ୍ଧିଛନ୍ତି ଓ ଏହି ଡିଜାଇନ୍‌ ବର୍ତ୍ତମାନର ବାଟା ଚପଲ ଭଳି। ୟୁଜରଙ୍କ କହିବା ମୁତାବକ କେବଳ ପୁରୁଷ ନୁହେଁ ଆଗକାଳର ମହିଳାମାନେ ମଧ୍ୟ ଫ୍ୟାଶନ କ୍ଷେତ୍ରରେ ଆଗୁଆ ଥିଲେ।

ଭି ଗୋପାଳନ ଏକ ୮୦୭ ବର୍ଷ ପୁରୁଣା ମହିଳା ପ୍ରତିମୂର୍ତ୍ତିର ଫଟୋ ସେୟାର କରିଛନ୍ତି ଯିଏ ପାଦରେ ହିଲ୍‌ ପିନ୍ଧିଛନ୍ତି।


ପ୍ରାଚୀନ କାଳର ଲୋକମାନେ ଏବେକାର ଲୋକଙ୍କ ତୁଳନାରେ ଅଧିକ ଆଗରେ ଥିଲେ ବୋଲି ବର୍ତ୍ତମାନ ଟ୍ଵିଟରରେ ଚର୍ଚ୍ଚା ଜୋର୍‌ ଧରିଛି। ପୂର୍ବରୁ ବି ଲୋକମାନେ ହିଲ୍‌ ପିନ୍ଧୁଥିଲେ ଏହି ପ୍ରତିମୂର୍ତ୍ତିରେ ସ୍ପଷ୍ଟ ଭାବେ ତାହା ଜଣାଯାଉଛି। ୟୁଜରଙ୍କ କହିବାନୁସାରେ ଆଗ କାଳର ଲୋକଙ୍କ ଫ୍ୟାଶନ ସେନ୍ସ ଏବେକାର ଲୋକଙ୍କ ଅପେକ୍ଷା ଅଧିକ ଭଲ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.