ଆଶ୍ଚର୍ଯ୍ୟ ହେଲେ ବି ସତ ! ଏଠାରେ ଗୋଟିଏ ଗଛରୁ ମିଳୁଛି ୪୦ ପ୍ରକାର ଫଳ

ସାଧାରଣତଃ ଆମେ ସମସ୍ତଙ୍କର ଧାରଣା ଥାଏ ଯେ ଗୋଟିଏ ଗଛରେ ଗୋଟିଏ ପ୍ରକାରର ଫଳ ହୋଇପାରିବ। କିନ୍ତୁ ଏମିତି ନୁହେଁ। ଦୁନିଆରେ ଏମିତି ଏକ ଯାଗା ରହିଛି, ଯେଉଁଠି ଗୋଟିଏ ଗଛରେ ୪୦ ପ୍ରକାର ଫଳ ହୋଇଥାଏ। ଏହା ବିଶ୍ୱାସ କରିବା ମୁସକିଲ ହେଲେ ବି ସତ ଅଟେ।

ଆମେରିକାର ଏକ ଭିଜୁଆଲ ଓଟ୍ସର ପ୍ରଫେସର ଏକ ଏମିତି ଅଦ୍ଭୁତ ଗଛ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ୪୦ ପ୍ରକାର ଫଳ ଲାଗିଥାଏ। ଏହି ଅଦ୍ଭୁତ ଗଛ ‘ଟ୍ରୀ ଅଫ୍‌ ୪୦’ ନାମରେ ଚର୍ଚ୍ଚିତ ଅଟେ।

treeଏହି ଆଶ୍ଚର୍ଯ୍ୟକର ଗଛର ଦାମ୍‌ ଆପଣଙ୍କ ହୋସ ଉଡାଇଦେବ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କାରଣ ଏହାର ଦାମ ୧୯ ଲକ୍ଷ ଟଙ୍କା।
ଆମେରିକାର ସେରାକ୍ୟୁଜ୍‌ ବିଶ୍ୱବିଦ୍ୟାଳୟରେ ଭିଜୁଆଲ ଓଟ୍ସର ପ୍ରଫେସର ଏହି ଅଦ୍ଭୁତ ଗଛର ଜନକ ଅଟନ୍ତି। ଏହି ଗଛକୁ ଆବିଷ୍କାର କରିବା ପାଇଁ ସେ ବିଜ୍ଞାନର ସାହାରା ନେଇଥିଲେ। ସେ ଏହି କାମର ଆରମ୍ଭ ୨୦୦୮ ମସିହାରେ କରିଥିଲେ, ଯେତେବେଳେ ସେ ନ୍ୟୁୟର୍କ ରାଜ୍ୟ କ୍ରୁଷି ପ୍ରୟୋଗରେ ଏକ ବଗିଚାକୁ ଦେଖିଲେ, ଯେଉଁଥିରେ ୨୦୦ ପ୍ରକାରର ପମ୍‌ ଏବଂ ଖୁବାନୀ ଗଛ ଥିଲା।

plantଅବଶ୍ୟ ସେହି ବଗିଚା ଫଣ୍ଡର ଅଭାବବରୁ ବନ୍ଦ ହେବାକୁ ଥିଲା, ଯେଉଁଥିରେ ଅନେକ ପ୍ରାଚୀନ ଏବଂ ଦୁର୍ଗମ ଗଛର ପ୍ରଜାତି ମଧ୍ୟ ଥିଲା। କାରଣ ପ୍ରଫେସର ଓ୍ଵାନଙ୍କ ଜନ୍ମ ଚାଷୀ ପରିବାରରେ ହୋଇଥିଲା। ଏଥିପାଇଁ ତାଙ୍କର ଆଗ୍ରହ ମଧ୍ୟ ଚାଷକୁ ନେଇ ରହିଥିଲା। ସେ ସେହି ବଗିଚାକୁ ଲିଜରେ ନେଲେ ଏବଂ ଗ୍ରାଫଟିଂ ଟେକନିକ ସାହାଯ୍ୟରେ ‘ଟ୍ରୀ ଅଫ୍‌ ୪୦’ ଭଳି ଅଦ୍ଭୁତ ଗଛକୁ ଆବିଷ୍କାର କରିବାରେ ସଫଳତା ହାସଲ କଲେ।

ଗ୍ରାଫଟିଂ ଟେକନିକ ସାହାଯ୍ୟରେ ଗଛ ପ୍ରସ୍ତୁତ କରିବା ପାଇଁ ଶୀତ ଦିନରେ ଗଛର ଏକ ଡାଳ କାଟି ଅଲଗା କରିଦିଆଯାଏ। ଏହାପରେ ଏହି ଡାଳକୁ ନେଇ ମୂଖ୍ୟ ଗଛରେ ଛେଦ କରି ଲଗାଇଦିଆଯାଏ। ଏହାପରେ ଯୋଡା ହୋଇଥିବା ସ୍ଥାନରେ ପୋଷକ ତତ୍ତ୍ୱର ଲେପ ଲଗାଇ ପଟି ବାନ୍ଧି ଦିଆଯାଏ। ଏହାପରେ ଡାଳଟି ଧୀରେଧୀରେ ମୁଖ୍ୟ ଗଛ ସହିତ ଯୋଡି ହୋଇଯାଏ ଏବଂ ସେଥିରେ ଫଳ-ଫୁଲ ଆସିବାକୁ ଲାଗିଥାଏ।

Leave A Reply

Your email address will not be published.