CCTVରେ କଏଦ ହେଲା ଭୂତ! ହଠାତ୍‌ ଆସିଲା ହଠାତ୍‌ ଚାଲିଗଲା; ଦେଖନ୍ତୁ ଛାତିଥରା ଭିଡିଓ

ଆପଣ ବିଭିନ୍ନ ଫିଲ୍ମରେ ଭୂତ ଦେଖିଥିବେ କିମ୍ବା ନିଜ ଘରେ କାହାଠାରୁ ଭୂତର କାହାଣୀ ଶୁଣିଥିବେ। କିନ୍ତୁ ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବାସ୍ତବରେ ଏକ ଭୂତ ନଜର ଆସୁଛି। ଭାଇରାଲ ହେଉଥିବା ଏହି ଭିଡିଓରେ ଦାବି କରାଯାଉଛି କି, ଏହି ଭିଡିଓ ଆଲିଗଡ଼ର।

ସେପଟେ ସୋସିଆଲ ମିଡିଆର ୟୁଜରମାନେ କହୁଛନ୍ତି ଯେ ଭୂତ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି, ଯାହାକୁ ଦେଖିବା ପରେ ଲୋକଙ୍କ ହୋସ୍‌ ଉଡ଼ିଯାଇଛି। ଆପଣ ଏହି ଭାଇରାଲ ଭିଡିଓରେ ଏକ ଶୂନ୍‌ଶାନ ରାସ୍ତା ଦେଖିବାକୁ ପାଇପାରିବେ। ଭିଡିଓଟି ବିଳମ୍ବିତ ରାତି ସମୟର। ଏହି ସମୟରେ ଗଳି ରାସ୍ତାରେ କେହି ବି ଜଣେ ନଜର ଆସୁନାହାନ୍ତି। କିନ୍ତୁ କିଛି ସମୟ ପରେ ହଠାତ୍‌ ସେହି ରାସ୍ତାରେ ଜଣେ ମହିଳା ପ୍ରକଟ ହୋଇଯାଉଛନ୍ତି।

ଭିଡିଓରେ ଆପଣ ଦେଖିପାରିବେ ଯେ ମହିଳା ଜଣକ ଆଗକୁ ଆଗକୁ ଚାଲୁଛନ୍ତି। ଭିଡିଓରେ କିଛି ଯୁବକ କହୁଥିବାର ମଧ୍ୟ ଶୁଣିବାକୁ ମିଳୁଛି। ଯୁବକମାନଙ୍କ କହିବା ହେଲା, ଟିଭିରେ ଯେପରି ଭୂତ, ପ୍ରେତ ନଜର ଆସନ୍ତି, ସେମିତି ହିଁ ଏଠାରେ ଦେଖାଦେଉଛି। ଯୁବକମାନେ କହୁଛନ୍ତି, ଭୂତ ଅଚାନକ୍‌ ଆସୁଛି ଆଉ ଅଚାନକ୍‌ ଗାଏବ ହୋଇଯାଉଛି। ତେବେ ଅନ୍ୟପଟେ କିଛି ଲୋକ ଦାବି କରୁଛନ୍ତି ଯେ ଭିଡିଓଟି ଏଡିଟିଂ ମଧ୍ୟ ହୋଇଥାଇପାରେ।

ଏହି ଭିଡିଓକୁ ଜଣେ ଟ୍ଵିଟର ୟୁଜର ପୋଷ୍ଟ କରିଛନ୍ତି। ୟୁଜର ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ସିସିଟିଭିରେ କଏଦ ହୋଇଛି ଭୂତର ଭିଡିଓ। ସୋସିଆଲ ମିଡିଆରେ ଏହା ଭାଇରାଲ ହେଉଛି। ଭୂତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଭିଡିଓଟି ଆଲିଗଡ଼ର ବନ୍ନାଦେବୀ ଥାନା ଅଧୀନ ନ୍ୟୁ ରାଜେନ୍ଦ୍ର ନଗରର ବୋଲି କୁହାଯାଉଛି। ତେବେ ଭିଡିଓର ସତ୍ୟାସତ୍ୟ କେତେ, ତାହା ଆମେ ନିଶ୍ଚିତ କରିପାରିବୁ ନାହିଁ ଏବଂ ଏଭଳି ଭିଡିଓରେ ମଧ୍ୟ ଆମେ ବିଶ୍ୱାସ କରୁନାହିଁ।