ଗରମା ଗରମ କଫି, ସତ ନୁହେଁ ଛବି; ଇଏ ତ ଚିତ୍ରକରର କରାମତି

ଦିନ ସାରା ଖଟି ଖଟି ଘରକୁ ଫେରିବା ପରେ କପେ କଫି ମିଳିଗଲେ, ଶରୀରରେ ପୁଣିଥରେ ଜୋଶ୍‌ ଚାଲି ଆସେ। ଶରୀରକୁ ଫୂର୍ତ୍ତି ରଖିବାରେ କଫି ବେଶ୍‌ ସାହାଯ୍ୟ କରିଥାଏ। ପ୍ରାୟତଃ ଆମେ ସମସ୍ତେ ଘରେ କଫି ପିଇଥାଉ। ଏହାର ସ୍ୱାଦ ଯୋଗୁ ହିଁ ଅନେକ ଲୋକଙ୍କ ନିୟମିତ ଡାଏଟ୍‌ରେ କପେ କଫି ଥାଏ। ଏବେ ଫିଟ୍‌ନେସ୍‌ ପାଇଁ ବି ଲୋକମାନେ ବ୍ଲାକ୍‌ କଫି ପିଉଥିବା ଦେଖିବାକୁ ମିଳୁଛି। ତେବେ ଏହି କଫି ପାଟିକୁ ଯେମିତି ଟେଷ୍ଟି ଲାଗିଥାଏ, ଦେଖିବାକୁ ସେମିତି କଲର ଫୁଲ୍‌ ହୋଇଥାଏ।

ଏବେ ସୋସିଆଲ ମିଡିଆରେ ସେମିତି କପେ କଫିର ଫଟୋ ଭାଇରାଲ ହେଉଛି, ଯାହାକୁ ପ୍ରଥମେ ଦେଖିଲେ ଆପଣଙ୍କ ଆଖି ବି ଧୋକା ଖାଇଯିବ ଯେ ଏହା ପେଣ୍ଟିଂ ନା ସତ ସତିକି କପେ କଫି। ଏହି ଫଟୋ ଏତେ ଜୀବନ୍ତ ଯେ ଥରେ ଦେଖିଲେ କେହି ଚିନ୍ତା ବି କରିପାରିବେନି ଏହା ଏକ ଚିତ୍ର।

ଚେନ୍ନାଇର ବରୁଣା ନାମ୍ନୀ ଜଣେ ଯୁବତୀ ଏହି କଫି କପ୍‌ ଚିତ୍ର ଆଙ୍କିଛନ୍ତି। ସେ ଆଙ୍କିଥିବା ଏହି ଡ୍ରଇଁରେ ଏକ ଗ୍ଲାସ୍‌ରେ କଫି ରଖାଯାଇଛି। ଏଥିରୁ ଧୂଆଁ ବି ବାହାରୁଛି ଓ ତଳେ କିଛି କଫି ମଞ୍ଜି ବିଚ୍ଛୁରିତ ହୋଇ ପଡ଼ିଛି। କଫି ଉପରେ ଫେଣ ବି ପୂରା ଜୀବନ୍ତ ଭାବେ ଅଙ୍କା ଯାଇଛି। ସବୁଠୁ ମଜା କଥା ହେଉଛି ତଳେ ପଡ଼ିଥିବା କଫିର ମଞ୍ଜିର ଛାଇ ବି ଷ୍ଟିଲ୍‌ ଗିନା ଉପରେ ପଡ଼ୁଛି, ଯାହା ଉପରେ କଫି ଗ୍ଲାସ୍‌ ଥୁଆଯାଇଛି। ଆଉ ପାଖରେ ଏକ ପେପର ଫୋଲ୍ଡ କରାଯାଇ ଥୁଆ ହୋଇଛି।

ଯଦି କେହି ହଠାତ୍‌ ଏହି ଫଟୋକୁ ଦେଖିବ ତେବେ ସେ ଭାବିବ ସତ ସତିକା ଗ୍ଲାସେ କଫି ରଖା ଯାଇଛି। କିନ୍ତୁ ଟିକେ ନିରୀକ୍ଷଣ କଲେ ଜଣାପଡ଼ୁଛି ଯେ ଏହା ଏକ ପେଣ୍ଟିଂ। ବୋଧେ ମହିଳା ଜଣକ ଉପରେ କ୍ୟାପ୍‌ସନ୍‌ରେ ଏହାକୁ ପେଣ୍ଟିଂ ବୋଲି ଲେଖିନଥିଲେ କେହି ଜାଣିବି ପାରି ନଥାନ୍ତେ ଏହା ପେଣ୍ଟିଂ। ଲୋକେ ଏହାକୁ ସତ ସତିକା କଫିର ଫଟୋ ବୋଲି ଭାବିଥାନ୍ତେ।

ଏବେ ଏହି ଜୀବନ୍ତ କଫି କପ୍‌ର ଫଟୋ ଖୁବ୍‌ ଭାଇରାଲ ହେଉଛି। ୨ ଦିନ ତଳେ ସେୟାର କରାଯାଇଥିବା ଏହି ଫଟୋରେ ଇତି ମଧ୍ୟରେ ୫୬ ହଜାରରୁ ଅଧିକ ଲାଇକ୍‌ ମିଳିସାରିଲାଣି। ସେହିଭଳି ଦେଢ଼ ହଜାର ଲୋକ ଏଥିରେ କମେଣ୍ଟ କରିଛନ୍ତି। ସୋସିଆଲ ମିଡିଆରେ ଏହି ଫଟୋ ଖୁବ୍‌ ଧୁମ୍‌ ମଚାଇଛି। ଲୋକମାନେ ଏହି ଜୀବନ୍ତ ଚିତ୍ର ଆଙ୍କିଥିବା ବରୁଣାଙ୍କ କଳାକୁ ବି ବେଶ୍‌ ପ୍ରଶଂସା କରୁଥିବା ଦେଖାଯାଇଛି।

Also Read: ଘରେ ସ୍ତ୍ରୀ ଥାଉ ଥାଉ ବାହାରେ ୫ ଜଣଙ୍କ ସହ ଅବୈଧ ସମ୍ପର୍କ ରଖିଥିଲେ ଯୁବକ, ଥାନାରେ ପହଞ୍ଚି ପାନେ ଦେଲେ ପତ୍ନୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.