ଅକ୍ସିଜେନ ଲାଗିଲା ପରେ ବି ସିଗାରେଟ୍ ନିଶା ଛାଡ଼ୁନି ମଉସାଙ୍କର, ଦେଖନ୍ତୁ କେମିତି ଜୀବନ ବଞ୍ଚାଇବା ସହ କରୁଛନ୍ତି ଧୂମପାନ

ଏବେ ସାରା ଦୁନିଆରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି କରୋନା। ଦ୍ଵିତୀୟ ଲହରରେ ଅଧିକ ସଂକ୍ରମଣ ହେଉଛି। ଫଳରେ ଲୋକଙ୍କ ଅକ୍ସିଜେନ ଲେବଲ କମିଯାଉଛି ଓ ଅକ୍ସିଜେନ ମାସ୍କ ଲଗାଇବା ଏକ ପ୍ରକାର ବାଧ୍ୟତାମୂଳକ ହୋଇଛି। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଅକ୍ସିଜେନକୁ ନେଇ ଏକ ଏଭଳି ଭିଡିଓ ଭାଇରାଲ ହେଉଛି, ଯାହା ଦେଖିଲେ ଆପଣ ନିଜ ହସ ରୋକିପାରିବେ ନାହିଁ।

ଭିଡିଓରେ ଜଣେ ବୃଦ୍ଧ ବ୍ୟକ୍ତି ଅଛନ୍ତି। ସେ ଏଭଳି କାର୍ଯ୍ୟ କରୁଛନ୍ତି ଯାହା ଆପଣ ଚିନ୍ତା ବି କରିପାରିବେନି। ବୃଦ୍ଧ ଜଣକ ଅକ୍ସିଜେନ ମାସ୍କ ଲଗାଇବା ସହ ସିଗାରେଟ ବି ଟାଣୁଥିବା ଦେଖିବାକୁ ମିଳିଛି।

ବୃଦ୍ଧ ଜଣକ ଗୋଟିଏ ହାତରେ ଅକ୍ସିଜେନ ମାସ୍କ ଧରିଥିବା ବେଳେ ଅନ୍ୟ ହାତରେ ସିଗାରେଟ ଧରିଛନ୍ତି। ମଜା କଥା ହେଉଛି ସେ ଥରେ ସିଗାରେଟ ଟାଣୁଛନ୍ତି ଓ ତା’ ପରେ ଅକ୍ସିଜେନ ଲଗାଇଦେଉଛନ୍ତି। ପୁଣିଥରେ ଏହାକୁ ରିପିଟ୍ କରୁଛନ୍ତି।

ଟ୍ୱିଟରରେ ଏହି ଭିଡିଓକୁ IPS ରୂପିନ ଶର୍ମା ସେୟାର କରିଛନ୍ତି। ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.