ମହାକାଶରୁ ଆସିଥାଏ ବହୁତ ଉଚ୍ଚ ଶବ୍ଦ, କିନ୍ତୁ ଏହା କାହିଁକି ପୃଥିବୀରେ ପହଞ୍ଚେ ନାହିଁ ?

ବହୁତ ସମୟ ଧରି ବୈଜ୍ଞାନିକମାନେ ଭାବିଥିଲେ ଯେ ସ୍ପେସ୍ ସମ୍ପୂର୍ଣ୍ଣ ନିରବ ରହିଥାଏ, ବା ସେଠାରେ କୌଣସି ଶବ୍ଦ ହୋଇନଥାଏ । କିନ୍ତୁ ପରେ ଜଣାପଡିଥିଲା ଯେ ଏପରି ହୋଇନଥାଏ । କାରଣ ମହାକାଶରେ ଏପରି ଅନେକ ଅଂଶ ଅଛି ଯେଉଁଠାରେ ଶବ୍ଦ ଏତେ ଅଧିକ ଯେ ଯଦି ଆପଣ ସେଗୁଡିକୁ ସିଧାସଳଖ ଶୁଣିବେ, ତେବେ ଆପଣ ସମ୍ପୂର୍ଣ୍ଣ ବଧିର ହୋଇପାରନ୍ତି ।

ଆପଣମାନେ ମହାକାଶକୁ ନେଇ ବିଭିିନ୍ନ ପ୍ରକାରର କଥା ଶୁଣିଥିବେ । ଯଦି ଆପଣଙ୍କ ଶୁଣିବାର କ୍ଷମତା ଭଲ ଅଛି ତେବେ ଆପଣ ପୃଥିବୀରେ ହେଉଥିବା ପ୍ରତ୍ୟେକ ଶବ୍ଦ ଶୁଣି ପାରୁଥିବେ । କିନ୍ତୁ ଆପଣ ଜାଣିଛନ୍ତି କି ମହାକାଶରୁ ଆସୁଥିବା ଶବ୍ଦ ପୃଥିବୀରେ କାହିଁକି ଶୁଣିବାକୁ ମିଳିନଥାଏ ? ବାସ୍ତବରେ ବହୁତ ସମୟ ଧରି ବୈଜ୍ଞାନିକମାନେ ଭାବିଥିଲେ ଯେ ସ୍ପେସ୍ ସମ୍ପୂର୍ଣ୍ଣ ନିରବ ରହିଥାଏ, ବା ସେଠାରେ କୌଣସି ଶବ୍ଦ ହୋଇନଥାଏ । କିନ୍ତୁ ପରେ ଜଣାପଡିଥିଲା ଯେ ଏପରି ହୋଇନଥାଏ । କାରଣ ମହାକାଶରେ ଏପରି ଅନେକ ଅଂଶ ଅଛି ଯେଉଁଠାରେ ଶବ୍ଦ ଏତେ ଅଧିକ ଯେ ଯଦି ଆପଣ ସେଗୁଡିକୁ ସିଧାସଳଖ ଶୁଣିବେ, ତେବେ ଆପଣ ସମ୍ପୂର୍ଣ୍ଣ ବଧିର ହୋଇପାରନ୍ତି । ତାହେଲେ ଆସନ୍ତୁ ଜାଣିବା ଯେ କାହିଁକି ଆମେ ପୃଥିବୀରେ ମହାକାଶର ଶବ୍ଦ ଶୁଣିପାରୁ ନାହୁଁ ।

କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଥିଲା ଯେଉଁଥିରେ କିଛି ଲୋକ ଦାବି କରୁଥିଲେ ଯେ ଓମ ଧ୍ୱନି ମହାକାଶରୁ ଆସୁଛି । ତେବେ ଏହା ସମ୍ପୂର୍ଣ୍ଣ ନକଲି ଥିଲା । ବାସ୍ତବରେ ଆସୁଥିବା ଶବ୍ଦଟି ବ୍ଲାକ୍‌ ହୋଲ୍‌ରୁ ଆସୁଥିଲା । ତେବେ ଆମେରିକାର ସ୍ପେସ୍ ଏଜେନ୍ସି ନାସା ନିଜେ ଏହାର ଏକ ଭିଡିଓ ଟ୍ୱିଟ୍ କରିଛି । ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ବ୍ଲାକ୍‌ ହୋଲ୍‌ରୁ କିପରି ଏକ ଉଚ୍ଚ ଧ୍ୱନି ବାହାରୁଛି ।

 

ତେବେ ଆପଣ କେବେ ଚିନ୍ତା କରିଛନ୍ତି କି ? ମହାକାଶରୁ କିପରି ଶବ୍ଦ ବାହାରିଥାଏ । ଏହାକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ ସ୍ପେସ୍ ର ନିଜସ୍ୱ ସ୍ୱର ଅଛି । କୁହାଯାଏ ଯେ ବାୟୁ ହେଉଛି ବିଭିନ୍ନ ଗ୍ୟାସର ମିଶ୍ରଣ ଏବଂ ମହାକାଶରେ ଅନେକ ଗ୍ୟାସର ବାଦଲ ରହିଛି । ଏହି ଗ୍ୟାସ ବାଦଲଗୁଡ଼ିକ ଭାଇବ୍ରେଟ୍‌ ହୋଇଥାଏ ଏବଂ ମହାକାଶରେ ଶବ୍ଦ ସୃଷ୍ଟି କରିଥାଏ । ଯାହା ଫଳରେ ମହାକାଶରେ ଶବ୍ଦ ହୋଇଥାଏ ବୋଲି କୁହାଯାଏ । ଏବେ ଏହାକୁ ନେଇ ପ୍ରଶ୍ନ ଆସୁଛି ଯେ ଯଦି ଏପରି ଶବ୍ଦ ସୃଷ୍ଟି ହୋଇଥାଏ, ତେବେ ଏହା ପୃଥିବୀରେ କାହିଁକି ଶୁଣିବାକୁ ମିଳିନଥାଏ ।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯଦି ମହାକାଶରେ ଏତେ ଶବ୍ଦ ହୋଇଥାଏ, ତେବେ ଆମେ କାହିଁକି ପୃଥିବୀରେ ସେହି ଶବ୍ଦ ଶୁଣୁବାକୁ ମିଳିନଥାଏ । ଏହା ପଛରେ ପ୍ରକୃତ କାରଣ କ’ଣ ? ତେବେ ଆମେ କାହିଁକି ପୃଥିବୀରୁ ଚନ୍ଦ୍ର ଏବଂ ତାରାଗୁଡ଼ିକୁ ଦେଖିପାରୁ, କିନ୍ତୁ ସେହି ତାରାଗୁଡ଼ିକରୁ ଆସୁଥିବା ଶବ୍ଦ ଶୁଣିବାକୁ ସକ୍ଷମ ହୋଇନଥାଉ ? ଏପରି ଅନେକ ପ୍ରଶ୍ନ ରହିଛି । ବାସ୍ତବରେ ଏହା ପଛର କାରଣ ହେଉଛି ମହାକାଶର ବାତାବରଣ ଯୋଗୁ ଏପରି ହୋଇଥାଏ । ଆପଣମାନେ ତ ଜାଣିଥିବେ ଯେ ଆମ ପାଖକୁ ସେତେବେଳେ କିଛି ବି ଧ୍ୱନି ପହଞ୍ଚିଥାଏ, ଯେତେବେଳେ ଆମେ ସେହି ଧ୍ୱନି ଆମ ପାଖକୁ ଆଣିବାକୁ କିଛି ନା କିଛି ମାଧ୍ୟମ ରଖିଥାଏ । ପୃଥିବୀରେ ଧ୍ୱନି କେବଳ ବାୟୁମଣ୍ଡଳ ମାଧ୍ୟମରେ ପହଞ୍ଚେ, କିନ୍ତୁ ମହାକାଶରେ କୌଣସି ବାୟୁମଣ୍ଡଳ ନାହିଁ, ତେଣୁ ମହାକାଶର ସ୍ୱର ଆମ ପାଖରେ ପହଞ୍ଚେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.