ଆଜି ଗ୍ରହଣରେ ଏହି କାମ ଭୁଲରେ ବି କରନ୍ତୁନି, ଜାଣନ୍ତୁ କଣ କରିବେ କଣ ନ କରିବେ

ଆଜି ଚନ୍ଦ୍ରରେ ଲାଗିବାକୁ ଯାଉଛି ଗ୍ରହଣ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ର ଗ୍ରହଣ ଲାଗୁଛି। ଏଇ କାର୍ତ୍ତିକ ମାସରେ ହିଁ ପଡ଼ିଥିଲା ସୂର୍ଯ୍ୟୋପରାଗ। ଗତ ଅକ୍ଟୋବର ୨୫ ତାରିଖ ଦିନ ଲାଗିଥିବା ସୂର୍ଯ୍ୟୋପରାଗକୁ ନେଇ ଅନେକ ଦ୍ୱନ୍ଦ୍ୱ ଦେଖା ଦେଇଥିଲା । ତେବେ ଚନ୍ଦ୍ର ଗ୍ରହଣରେ ସେଭଳି କିଛି ସମସ୍ୟା ନାହିଁ। ତଥାପି ଆପଣମାନେ କେତେବେଳେ କଣ କରିବେ, କଣ ନ କରିବେ ଆସନ୍ତୁ ଜାଣିବା …

ଆଜି ଅପରାହ୍ନ ୨ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ। ସନ୍ଧ୍ୟା ୬ଟା ୧୮ ମିନିଟ୍ ୪୭ ସେକେଣ୍ଡରେ ସର୍ବମୋକ୍ଷ ହେବ। ଗ୍ରହଣ ସନ୍ଧ୍ୟା ୫ଟା ୫ ମିନିଟ୍ ୫୯ ସେକେଣ୍ଡ ଠାରୁ ସନ୍ଧ୍ୟା ୬ଟା ୧୮ ମିନିଟ୍ ୪୭ ସେକେଣ୍ଡ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ, ଯାହାକୁ ଆଖିରେ ଦେଖି ହେବ। ଚନ୍ଦ୍ରଗ୍ରହଣ ସମୟରେ ଏହି କଥା ଉପରେ ରଖନ୍ତୁ ଧ୍ୟାନ…

-ଗ୍ରହଣ ଲାଗିଥିବା ସମୟରେ କିଛି ଖାଆନ୍ତୁ କି ପିଅନ୍ତୁ ନାହିଁ। ଯେତେ ସମ୍ଭବ ହୋଇପାରେ ଭଗବାନଙ୍କ ଆରାଧନା କରନ୍ତୁ।

-ରନ୍ଧା ଯାଇଥିବା ଖାଦ୍ୟରେ ତୁଳସୀ ପତ୍ର ପକାଇ ଦିଅନ୍ତୁ।

-ଚନ୍ଦ୍ରଗ୍ରହଣ ସହ ସମ୍ବନ୍ଧିତ ମନ୍ତ୍ର ଏବଂ ରାହୁ-କେତୁ ସହ ସମ୍ବନ୍ଧିତ ମନ୍ତ୍ରଗୁଡ଼ିକୁ ଉଚ୍ଚାରଣ କରିବା ଉଚିତ।

-ମନରେ ନିଜ ଇଷ୍ଟ ଦେବଙ୍କ ନାମ ନିଅନ୍ତୁ ଏବଂ ତାଙ୍କୁ ଆରାଧନା କରନ୍ତୁ।

-ଗର୍ଭବତୀ ମହିଳାମାନେ ଗ୍ରହଣ କାଳରେ ଘରୁ ବାହାରକୁ ବାହାରନ୍ତୁ ନାହିଁ।

-ଚନ୍ଦ୍ରଗ୍ରହଣ ସମୟରେ ହନୁମାନ ଚାଳିଶା, ବିଷ୍ଣୁ ସହସ୍ରନାମ, ଦୁର୍ଗା ଚାଳିଶା ଏବଂ ଶ୍ରୀମଦ୍ ଭଗବତ୍ ଗୀତା ପାଠ କରିବା ଉତ୍ତମ ହୋଇଥାଏ। ତେଣୁ ପୂରା ଚନ୍ଦ୍ରଗ୍ରହଣରେ ଏଗୁଡ଼ିକୁ ଅବଶ୍ୟ ପାଠ କରନ୍ତୁ।

-ଏହି ସମୟରେ କୌଣସି ବି ମାଙ୍ଗଳିକ କାର୍ଯ୍ୟ କି ପୂଜାପାଠ କରନ୍ତୁ ନାହିଁ।

-ଗ୍ରହଣ ପରେ ସ୍ନାନ ନିଶ୍ଚୟ କରନ୍ତୁ।

-ଘରେ ଗଙ୍ଗାଜଳ ସିଞ୍ଚନ କରନ୍ତୁ।

-ଚନ୍ଦ୍ରଗ୍ରହଣର ସମାପ୍ତି ପରେ ଦାନ ଦେବାର ନିୟମ ରହିଛି। ଏଥିରେ ଅଟା, ଚାଉଳ, ଚିନି, ବିରି ଡାଲି, କଳା ରାଶି, କଳା ବସ୍ତ୍ର ଆଦି ଦାନ କରିବା ଭଲ ହୋଇଥାଏ। ଏଥିରେ ଚନ୍ଦ୍ରଗ୍ରହଣର ପ୍ରଭାବ କମି ଯାଇଥାଏ।

Also Read: ଶାହାରୁଖ ଓ ସଲମାନଙ୍କ ଠୁ ବି ଇମ୍ରାନ୍ ଜଣେ ବଡ଼ କଳାକାର, ଗୁଳିମାଡ଼କୁ ଡ୍ରାମା ବୋଲି କହି ବର୍ଷିଲେ ମୌଲାନା ଫଜହଲ ରେହମାନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.