ଅଁଳା ନବମୀ କେବେ? ଜାଣନ୍ତୁ ଶୁଭ ମୁହୂର୍ତ୍ତ, ମହତ୍ତ୍ୱ ଓ ପୂଜା ବିଧି…

ପାଖେଇ ଆସୁଛି ପବିତ୍ର ଅଁଳା ନବମୀ। ପ୍ରତ୍ୟେକ ବର୍ଷ ଅଁଳା ନବମୀ ପର୍ବ ଦୀପାବଳି ପରେ ଅର୍ଥାତ୍‌ ଦେବ ଉତ୍‌ଥାନ ଏକାଦଶୀର ଦୁଇ ଦିନ ପୂର୍ବରୁ ପାଳନ କରାଯାଇଥାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, କାର୍ତ୍ତିକ ମାସ ଶୁଳ୍କ ପକ୍ଷ ନବମୀ ତିଥିରେ ଅଁଳା ନବମୀ ପର୍ବ ପାଳିତ ହୋଇଥାଏ। ଏହାକୁ ଅକ୍ଷୟ ନବମୀ ନାମରେ ମଧ୍ୟ ଜଣାଯାଇଥାଏ। ବିଶ୍ୱାସ ରହିଛି ଯେ ଅଁଳା ନବମୀ ଦିନ ଲୋକେ ବ୍ରତ ପାଳନ ସହିତ ଅଁଳା ଗଛକୁ ପୂଜା କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତ ମିଳିଥାଏ। ଚଳିତ ବର୍ଷ ଅଁଳା ନବମୀ ପର୍ବ ୨ ନଭେମ୍ବର ବୁଧବାର ପାଳନ କରାଯିବ। ଆସନ୍ତୁ ଜାଣିବା ଅଁଳା ନବମୀର ତିଥି, ଶୁଭ ମୁହୂର୍ତ୍ତ ଏବଂ ମହତ୍ତ୍ୱ…

ଚଳିତ ବର୍ଷ ଅଁଳା ନବମୀର ଶୁଭ ମୁହୂର୍ତ୍ତ

ନବମୀ ତିଥି ଆରମ୍ଭ: ୧ ନଭେମ୍ବର, ମଙ୍ଗଳବାର ରାତି ୧୧ଟା ୪ ମିନିଟ୍‌

ନବମୀ ତିଥି ସମାପ୍ତ: ୨ ନଭେମ୍ବର, ବୁଧବାର ରାତି ୯ଟା ୯ ମିନିଟ୍‌

ଅଁଳା ନବମୀ ପୂଜାର ଶୁଭ ମୁହୂର୍ତ୍ତ: ସକାଳ ୬ଟା ୩୪ ମିନିଟ୍‌ରୁ ଦ୍ୱିପ୍ରହର ୧୨ଟା ୪ ମିନିଟ୍‌ ପର୍ଯ୍ୟନ୍ତ

ଅବଧି: ୫ ଘଣ୍ଟା ୩୧ ମିନିଟ୍‌

ଅଁଳା ନବମୀର ମହତ୍ତ୍ୱ

ଅଁଳା ନବମୀରେ ଦାନ, ପୁଣ୍ୟର ବହୁତ ବହତ୍ତ୍ୱ ରହିଛି। ବିଶ୍ୱାସ ରହିଛି ଯେ କାର୍ତ୍ତିକ ମାସ ଶୁଳ୍କପକ୍ଷ ନବମୀ ତିଥିରୁ ନେଇ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଭଗବାନ ବିଷ୍ଣୁ ଅଁଳା ଗଛରେ ବିରାଜମାନ କରନ୍ତି। ଏଥିପାଇଁ ଅକ୍ଷୟ ନବମୀ ଦିନ ବିଧିବଦ୍ଧ ଭାବେ ଅଁଳା ଗଛର ପୂଜା ସହିତ ଏହାର ଛାଇରେ ବସି ଭୋଜନ କରିବା ବହୁତ ଶୁଭ ହୋଇଥାଏ। ଏଥିସହ ଅଁଳା ଗଛକୁ ୧୦୮ ଥର ପରିକ୍ରମା କରିବା ଦ୍ୱାରା ସମସ୍ତ ମନୋକାମନା ପୂରଣ ହୁଏ ଏବଂ ବ୍ରତ କରିବା ଦ୍ୱାରା ସନ୍ତାନ ପ୍ରାପ୍ତି ମଧ୍ୟ ହୋଇଥାଏ।

ପୂଜା ବିଧି

ଅଁଳା ନବମୀ ଦିନ ଅଁଳା ଗଛ ପୂଜା କରିବାର ବିଧି ରହିଛି। ଏହି ଦିନ ଅଁଳା ଗଛ ମୂଳେ ଜଳରେ କଞ୍ଚା କ୍ଷୀର ମିଶାଇ ଅର୍ପଣ କରାଯାଇଥାଏ। ଏଥି ସହିତ ଫୁଲ, ସିନ୍ଦୁର, ଅକ୍ଷତ ଆଦି ଅର୍ପଣ ସହିତ ଭୋଗ ଲଗା ଯାଇଥାଏ। ଗଛ ଶାଖାରେ ଆପଣ ସୂତା କିମ୍ବର ମୌଲୀ ୮ ଥର ଗୁଡ଼ାଇ ପାରିବେ। ପୂଜା ପରେ ବ୍ରତ କଥା ପଢ଼ା ଯାଇଥାଏ ଏବଂ ପୂରା ପରିବାର ସହିତ ଶୁଦ୍ଧ ଶାକାହାରୀ ଭୋଜନ ଗଛ ତଳେ ବସି ଖିଆ ଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.