ବିଶ୍ୱର ୫ ଟି ଛୋଟ ସାପ, ଜାଣନ୍ତୁ କେଉଁଠାରେ ଦେଖିବାକୁ ମିଳନ୍ତି ଏହି ସାପ

ଫ୍ଲାଟ ହେଡ ସାପ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଥାଏ । ଏହାର ଲମ୍ଭ ୪ ଇଞ୍ଚରୁ ଅଧିକ ନୁହେଁ । ଏହି ସାପ ଗାତରେ ରହିବା ସହ ବାଲୁକା ମାଟିରେ ମଧ୍ୟ ଦେଖିବାକୁ ମିଳେ । ଏହା ପିମ୍ପୁଡ଼ି ଏବଂ କୀଟପତଙ୍ଗ ଖାଇଥାଏ ।

ଦୁନିଆରେ ପାଖାପାଖି ୩୦୦୦ ପ୍ରଜାତିର ସାପ ରହିଛନ୍ତି । ଏହି ପ୍ରଜାତିମାନଙ୍କ ମଧ୍ୟରୁ କିଛି ପ୍ରଜାତିରେ ଅତ୍ୟନ୍ତ ଛୋଟ ସାପ ଦେଖିବାକୁ ମିଳେ । ତେବେ ଦୁନିଆର ସବୁଠାରୁ ୫ଟି ଛୋଟ ସାପ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ ।

ବାରବାଡୋସ ଥ୍ରେଡସ୍ନେକ ହେଉଛି ଦୁନିଆର ସବୁଠାରୁ ଛୋଟ ସାପ, ଏହାର ଲମ୍ବ ମାତ୍ର ୩.୯୪ ରୁ ୪.୦୯ ଇଞ୍ଚ । ଏହି ସାପ କାରବିୟାଇ ଦ୍ୱୀପରେ ମିଳିଥାଏ । ଏହି ସାପ ଦ୍ୱୀପରେ ଥିବା ଛୋଟ ଛୋଟ ଗଛର ପତ୍ର ଏବଂ ପଥର ତଳେ ରହିଥାନ୍ତି । ବାରବାଡୋସ ଥ୍ରେଡସ୍ନେକ ଅନ୍ଧ ହୋଇଥିବା କୁହାଯାଏ ଏବଂ ଏହା ପିମ୍ପୁଡ଼ି ଏବଂ କୀଟ ପତଙ୍ଗକୁ ଖାଇଥାଏ ।
ବ୍ରାହ୍ମଣୀ ମଧ୍ୟ ଏକ ଅନ୍ଧ ସାପ, ଯାହାର ଲମ୍ବ ଅଧିକରୁ ଅଧିକ ୬ ଇଞ୍ଚ ହୋଇଥାଏ । ଏହା ଆଫ୍ରିକା, ଏସିଆ ଏବଂ ଅଷ୍ଟ୍ରେଲିଆ ସମେତ ବିଶ୍ୱର ଟ୍ରପିକାଲ ଏବଂ ସବଟ୍ରପିକାଲ ଅଞ୍ଚଳରେ ଦେଖିବାକୁ ମିଳିଥାଏ । ଏହି ସାପ ଛୋଟ ଗାତରେ କୀଟ ପତଙ୍ଗଙ୍କ ସହ ରହିଥାଏ ଏବଂ ସେମାନଙ୍କର ଅଣ୍ଡା ଖାଇଥାଏ ।

ଭେରିଗେଟେଡ ସ୍ନେଲ ଇଟର ଏକ ଛୋଟ ସାପ, ଯାହା ଦକ୍ଷିଣ ଏବଂ ମଧ୍ୟ ଆମେରିକାରେ ଦେଖିବାକୁ ମିଳିଥାଏ । ଏହା ସର୍ବାଧିକ ୫ ଇଞ୍ଚର ହୋଇଥାଏ । ଏହି ସାପ ଗାତରେ ରହିଥାଏ ଏବଂ କୀଟ ପତଙ୍ଗ ଖାଇଥାଏ । ନିଜର ପତଳା ଏବଂ ଲମ୍ବା ମୁହଁର ବ୍ୟବହାର କରି ଏହା କୀଟ ପତଙ୍ଗଙ୍କ ଶିକାର କରିଥାଏ ।

ଫ୍ଲାଟ ହେଡ ସାପ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଥାଏ । ଏହାର ଲମ୍ଭ ୪ ଇଞ୍ଚରୁ ଅଧିକ ନୁହେଁ । ଏହି ସାପ ଗାତରେ ରହିବା ସହ ବାଲୁକା ମାଟିରେ ମଧ୍ୟ ଦେଖିବାକୁ ମିଳେ । ଏହା ପିମ୍ପୁଡ଼ି ଏବଂ କୀଟପତଙ୍ଗ ଖାଇଥାଏ ।

ଥ୍ରେଡ ସ୍ନେକ ନାମକ ଛୋଟ ସାପ ୟୁରୋପ ଏବଂ ଏସିଆରେ ଦେଖିବାକୁ ମିଳିଥାଏ । ଏହାର ଲମ୍ବ ୪ ଇଞ୍ଚ ରହିଥାଏ । ଥ୍ରେଡ ସ୍ନେକ ଗାତରେ ରହୁଥିବା ଏକ ସାପ, ଯାହା ପ୍ରାୟତଃ ପତ୍ର ପଡ଼ିଥିବା ସ୍ଥାନରେ ରହିଥାଏ । ଏହା ମଧ୍ୟ ଅନ୍ୟ ଛୋଟ ସାପଙ୍କ ଭଳି ପିମ୍ପୁଡ଼ି ଏବଂ କୀଟ ପତଙ୍ଗ ଖାଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.