କାହିଁକି ଏହି ଦେଶର ମହିଳା ସୈନିକଙ୍କୁ ପିନ୍ଧିବାକୁ ପଡ଼ିଥାଏ ପୁରୁଷ ଅଣ୍ଡରୱେୟାର? ୮୦ ଦଶକରୁ ଚାଲି ଆସିଛି ଏହି ଅଜବ ୟୁନିଫର୍ମ

ସ୍ୱିଜରଲ୍ୟାଣ୍ଡ ସେନାରେ ଏକ ଅଜବ ବ୍ୟବସ୍ଥା ଏ ପର୍ଯ୍ୟନ୍ତ ଚାଲି ଆସିଛି। ସ୍ୱିସ୍‌ ଆର୍ମିଙ୍କର ଏହି ବ୍ୟବସ୍ଥାରେ ପୁରୁଷଙ୍କ ସହ ମହିଳାଙ୍କୁ ମଧ୍ୟ ଜେଣ୍ଟସ୍‌ ଅଣ୍ଡରୱେୟାର ପିନ୍ଧିବାକୁ ପଡ଼ିଥାଏ। ଯଦିଓ ଏବେ ଏହି ବ୍ୟବସ୍ଥା ଖୁବ୍‌ଶୀଘ୍ର ବଦଳିବାକୁ ଯାଉଛି।

ସ୍ୱିସ୍‌ ଆର୍ମିଙ୍କ ପ୍ରବକ୍ତା କାଜ ଗନର ସିଏବର୍ଟ କହିଛନ୍ତି, ମିଲିଟାରୀ ଦ୍ୱାରା ଉପଲବ୍ଧ କପଡ଼ା ଏବଂ କିଛି ଉପକରଣ ସମ୍ପୂର୍ଣ୍ଣ ଭାବେ ବିଗତ ଦିନର ହୋଇ ସାରିଲାଣି। ଏହା ଆଉଟ୍‌ଡେଟେଡ୍‌। ଆମକୁ ଆଧୁନିକ ସମୟ ହିସାବରେ ବଦଳିବା ଜରୁରୀ। ପୂର୍ବରୁ ଆର୍ମି ୟୁନିଫର୍ମ ଏବଂ ଉପକରଣ ମହିଳା ସୈନିକଙ୍କ ସୁବିଧା ହିସାବରେ ନ ଥିଲା। ଆମେ ଏହି ମାମଲାରେ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛୁ।

ସିଏବର୍ଟ କହିଥିଲେ କି, ମହିଳାମାନଙ୍କ ପାଇଁ ଗରମ ଦିନେ ଶର୍ଟ ଏବଂ ଶୀତ ପାଇଁ ଲଙ୍ଗ୍‌ ଅଣ୍ଡରେଓ୍ଵୟାର ବ୍ୟବସ୍ଥା କରାଯିବ। ଏହାଛଡ଼ା କମ୍ବଟ୍‌ କ୍ଲୋଦିଙ୍ଗ୍‌, ପ୍ରୋଟେକ୍ଟିଭ୍‌ େଓ୍ଵଷ୍ଟ୍‍ ଏବଂ ବ୍ୟାକ୍‌ପ୍ୟାକକୁ ବି ବଢ଼ିଆ କରିବାକୁ ପ୍ରୟାସ କରାଯାଉଛି। ଆମର ପୂରା ଫୋକସ୍‌ ଫିଟ୍‌ ଏବଂ ଫଙ୍କଶନାଲ୍‌ ୟୁନିଫର୍ମ ଉପରେ ରହିବ। ସେପଟେ ସ୍ୱିଜରଲ୍ୟାଣ୍ଡର ରକ୍ଷା ମନ୍ତ୍ରୀ ବୋୟୋଲା ଏମ୍‌ହର୍ଡ ବି ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ସ୍ୱିସ୍‌ ନ୍ୟାଶନାଲ କାଉନ୍‌ସିଲର ସଦସ୍ୟ ମେରିୟନ୍‌ ବାଇଣ୍ଡର କହିଛନ୍ତି, ଏହି ପଦକ୍ଷେପ ଦ୍ୱାରା ମହିଳାମାନେ ସେନାରେ ଯୋଗଦେବା ପାଇଁ ପ୍ରୋତ୍ସାହିତ ହେବେ। ରିପୋର୍ଟ ମୁତାବକ, ସ୍ୱିସ୍‌ ଆର୍ମି ୟୁନିଫର୍ମ ୮୦ ଦଶକରୁ ଚାଲିଆସିଛି।

WOMAN3
photo credit: aajtak

ଆସନ୍ତା ମାସ ଏହି ଯୋଜନାର ଟ୍ରାଏଲ ଆରମ୍ଭ ହେବାକୁ ଯାଉଛି। ସୂଚନାଥାଉ କି, ସ୍ୱିସ୍‌ ଆର୍ମିରେ ମହିଳାଙ୍କ ଭାଗୀଦାରୀ ମାତ୍ର ୧ ପ୍ରତିଶତ। ଏଠି ସେମାନଙ୍କୁ ପୁରୁଷଙ୍କ ଭଳି ସମସ୍ତ କାମ କରିବାକୁ ପଡ଼ୁଛି। ସ୍ୱିସ୍‌ ଆର୍ମିର ଡିଫେନ୍ସ ଚିଫ୍‌ଙ୍କ ଆଶା ରହିଛି କି, ଏହି ନିଷ୍ପତ୍ତି ପରେ ୨୦୩୦ ସୁଦ୍ଧା ଆର୍ମିରେ ମହିଳାଙ୍କ ଯୋଗଦାନ ବଢ଼ି ୧୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.