ଜାଣନ୍ତୁ କୁମାର ପୂର୍ଣ୍ଣିମାରେ କାହିଁକି ଖିଆଯାଏ ଖିରି

ଆଶ୍ୱିନ ମାସର ପୂର୍ଣ୍ଣିମା ଦିନ ଶରଦ ପୂର୍ଣ୍ଣିମା ପଡ଼ିଥାଏ। ଆଶ୍ୱିନ ମାସର ପୂର୍ଣ୍ଣିମା ମଧ୍ୟ ଏହିକାରଣରୁ ଖାସ୍ କାରଣ ଏହି ଦିନ ଚାଉଳ ଖିରି ଖାଇବାର ପୌରାଣିକ ମାନ୍ୟତା ମଧ୍ୟ ରହିଛି। ପୌରାଣିକ ମାନ୍ୟତା ଅନୁଯାୟୀ ଭଗବାନ ବିଷ୍ଣୁ ଏହି ପୂର୍ଣ୍ଣିମା ସମୟରେ ଶୟନର ଅନ୍ତିମ ଚରଣରେ ରହିଥାନ୍ତି। ଶାସ୍ତ୍ରିୟ ମାନ୍ୟତା ଅନୁଯାୟୀ ଶରଦ ପୂର୍ଣ୍ଣିମା ରାତିରେ ଚନ୍ଦ୍ର ସମୁଦାୟ ୧୬ଟି କଳାରେ ସୁସଜ୍ଜିତ ହୋଇ ଚାନ୍ଦିନୀ ଏବଂ ଶୀଥିଳତା ପ୍ରଦାନ କରିଥାନ୍ତି। ଏହା ବ୍ୟତୀତ ପୂର୍ଣ୍ଣିମା ଦିନ ରାତିରେ ମଧ୍ୟ ଚନ୍ଦ୍ରମାଙ୍କ ଠାରୁ ଅମୃତ ବର୍ଷା ହୋଇଥାଏ। ଏହିକାରଣରୁ ଶରଦ ପୂର୍ଣ୍ଣିମା ଦିନ ରାତିରେ ଚାଉଳ ଖିରି ତିଆରି କରି ଖୋଲାରେ ରଖିବା ଦ୍ୱାରା ସେହି କ୍ଷୀରି ଅମୃତ ଯୁକ୍ତ ହୋଇଯିବା ସହ ଔଷଧି କାମ କରିଥାଏ। ଏହି ଖିରି ସେବନ କରିବା ଦ୍ୱାରା ଶରୀରର ଅନେକ ରୋଗ ଦୂର ହୋଇଯାଇଥାଏ।

ଏହାସହ ପଢନ୍ତୁ: ଶରଦ ପୂର୍ଣ୍ଣିମା ଦିନ ମିଳିଥାଏ ଏହି ପଞ୍ଚ ଦେବତାଙ୍କ କୃପା, ସୁଖ-ସମୃଦ୍ଧି ଏବଂ ଯଶ ବୃଦ୍ଧି ପାଇଁ ଜପ କରନ୍ତୁ ଏହି…

ଶରଦ ପୂର୍ଣ୍ଣିମାକୁ ବ୍ରଜ କ୍ଷେତ୍ରରେ ରାସ ପୂର୍ଣ୍ଣିମା ରୂପେ ପାଳନ କରାଯାଇଥାଏ। କାରଣ ମାନ୍ୟତା ରହିଛି ଏହି ଦିନ ଭଗବାନ କୃଷ୍ଣ ଗୋପିମାନଙ୍କ ସହ ରାସ ରଚିଥିଲେ। ଶରଦ ପୂର୍ଣ୍ଣିମା ଦିନ ଭଗବାନ କୃଷ୍ଣଙ୍କ ବଂଶୀର ଦିବ୍ୟ ସଂଗୀତ ଶୁଣି ବୃନ୍ଦାବନର ଗୋପିମାନେ ସାରା ରାତି କୃଷ୍ଣଙ୍କ ସହ ନୃତ୍ୟ କରିବା ପାଇଁ ନିଜ ଘର ଏବଂ ପରିବାର ସଦସ୍ୟଙ୍କ ପାଖରୁ ଦୂର ଜଙ୍ଗଲରେ ଲୁଚି ଯାଇଥିଲେ। ଏହି ଦିନ ଅନେକ ସ୍ଥାନରେ ମଧ୍ୟ ଲକ୍ଷ୍ମୀ ପୂଜା ପାଳନ କରାଯାଇଥାଏ। ଏହି ପର୍ବରେ ନବ ବିବାହିତ ପୁରୁଷମାନଙ୍କୁ ତାଙ୍କ ଶ୍ୱଶୁର ଘର ପକ୍ଷରୁ ବିଭିନ୍ନ ପ୍ରକାର ମିଠା ପଠାଯାଇଥାଏ।

You might also like