କି ଯୁଗ ହେଲାରେ ବାବା! ନିଜେ ନିଜକୁ ବିବାହ କଲେ ମହିଳା, ପୁଣି ଏମିତି କଲେ କିସ୍‌

ୟୁଏସ୍‌ର ଜଣେ ମହିଳା ଏକ ଏଭଳି କାମ କରିଛନ୍ତି, ଯାହା ଶୁଣିଲେ ଆପଣ ବି ଚକିତ ହୋଇପଡ଼ିବେ। କାରଣ ମହିଳା ଜଣକ ନିଜେ ନିଜକୁ ହିଁ ବିବାହ କରିଛନ୍ତି। କେହି କେବେ ପୂର୍ବରୁ ଏଭଳି କଥା ଭାବିନଥିବେ। କିନ୍ତୁ ମହିଳା ଜଣକ ତାହା କରି ଦେଖାଇଛନ୍ତି। କେବଳ ଏତିକି ନୁହେଁ, ମହିଳା ନିଜର ଏହି ବିବାହରେ ୧୦୦୦ ୟୁରୋ(୧.୦୨ ଲକ୍ଷ ଟଙ୍କା) ବି ଖର୍ଚ୍ଚ କରିଛନ୍ତି। ମହିଳାଙ୍କ ନାଁ ମେଗ୍‌। ସେ ୟୁଏସ୍‌ର ଅଟଲାଣ୍ଟାରେ ରହନ୍ତି। ପ୍ରଥମେ ସେ ନିଜ ବୟଫ୍ରେଣ୍ଡକୁ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ପରେ ନିଜକୁ ବିବାହ କରିଛନ୍ତି।

marriage2

ମେଗ୍‌ ଏହି ବିବାହରେ ମୁଦି ମଧ୍ୟ ପିନ୍ଧିଛନ୍ତି ଓ କେକ୍‌ ବି କାଟିଛନ୍ତି। ୩୫ ବର୍ଷୀୟା ମେଗ୍‌ ନିଜ ବିବାହରେ ନିଜକୁ ହିଁ ବିବାହ କରିଛନ୍ତି। ଏହି ବିବାହରେ ସେ ବନ୍ଧୁବାନ୍ଧବ ଓ ପରିବାର ବର୍ଗଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ। ବିବାହ ପାଇଁ ସେ ନିଜ ସାମ୍ନାରେ ଏକ ଆଇନା ରଖିଥିଲେ। ଏଥିରେ ନିଜକୁ ଦେଖିଥିଲେ ଓ ମୁଦି ପିନ୍ଧାଇଥିଲେ। ପରେ ନିଜକୁ କିସ୍‌ କରିଥିଲେ।

ଏ ନେଇ ମେଗ୍‌ କହିଛନ୍ତି, ନିଜକୁ ବିବାହ କରିବା ଅର୍ଥ ଅନ୍ୟମାନଙ୍କଠାରୁ ବହୁତ ଆଗକୁ ଯିବା ଓ ସେ କହିଛନ୍ତି ଯେ ପ୍ରତ୍ୟେକ ଜିନିଷକୁ ଭିନ୍ନ ଦୃଷ୍ଟିରେ ଦେଖିବାର ଆବଶ୍ୟକତା ରହିଛି।