ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ଏହି ଗ୍ରହଣ ବିଷୟରେ କେତେକ ଗୁରୁତ୍ୱପୂର୍ଣ୍ଣ କଥା

ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୩୦ ନଭେମ୍ବର ଅର୍ଥାତ୍‌ ଆଜି ଲାଗିବ। ଏହା ଏକ ପେନୁବ୍ରଲ (Penumbral) ଗ୍ରହଣ ହେବ। ଏଥିରେ ସୂର୍ଯ୍ୟଙ୍କ ଠାରୁ ଚନ୍ଦ୍ରଙ୍କୁ ସିଧା ପଡ଼ୁଥିବା ଆଲୋକର କିଛି ଅଂଶକୁ ପୃଥିବୀର ବାହାର ଛାଇ ରୋକିବ। ଏ ଅବସରରେ ୮୨ ପ୍ରତିଶତ ଅଂଶରେ ପୃଥିବୀର ଛାଇ ସୂର୍ଯ୍ୟଙ୍କ କିରଣକୁ ରୋକିବ। ଏହି କାରଣରୁ ଚନ୍ଦ୍ରଙ୍କ ଚମକ ଫିକା ପଡ଼ିବ।

ଚନ୍ଦ୍ରଗ୍ରହଣ ବିଷୟରେ କେତେକ ରୋଚକ କଥା:

  • ନଭେମ୍ବରରେ ଲାଗୁଥିବା ଚନ୍ଦ୍ରଗ୍ରହଣକୁ ଦୁନିଆରେ କେତେକ ସ୍ଥାନରେ ‘ବିଭର (Beaver) ଚନ୍ଦ୍ରଗ୍ରହଣ’ କୁହାଯାଏ।
  • ସେହିପରି ଆଉ କିଛି ଦେଶରେ ଏହାକୁ ‘ଫ୍ରୋଷ୍ଟି ମୁନ୍‌’ ଓ ‘ଓକ୍‌ ମୁନ୍‌’ ବୋଲି ମଧ୍ୟ କୁହାଯାଏ।
  • ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ। କିନ୍ତୁ ଅନ୍ୟଦେଶରେ ଲାଗୁଥିବା ଚନ୍ଦ୍ରଗ୍ରହଣକୁ ଆପଣ ଅନ୍‌ଲାଇନ୍‌ରେ ଦେଖିପାରିବେ।
  • ଲିମା ଓ ପେରୁରେ ପ୍ରଥମେ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ସ୍ଥାନୀୟ ସମୟ ଦିନ ୨.୩୦ରେ ଗ୍ରହଣ ଲାଗିବା ଆରମ୍ଭ ହେବ।
  • ଏହା ପରେ ଚନ୍ଦ୍ରଗ୍ରହଣ ୨୬ ମେ ୨୦୨୧ରେ ଲାଗିବ। ଏହା ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ।

lunar eclipse

ଚନ୍ଦ୍ରଗ୍ରହଣର ସମୟ:

ଭାରତୀୟ ସମୟ ଅନୁସାରେ, ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଅପରାହ୍ନ ୧.୦୪ରୁ ଆରମ୍ଭ ହୋଇ ସନ୍ଧ୍ୟା ୫.୨୨ ପର୍ଯ୍ୟନ୍ତ ରହିବ। ଚନ୍ଦ୍ରୋଦୟ ସମୟରେ ଏହା ଦେଶର ଉତ୍ତର, ମଧ୍ୟ ଓ ପୂର୍ବ ରାଜ୍ୟରେ ଆଂଶିକ ଭାବେ ଦୃଶ୍ୟମାନ ହେବ। ଏହି ରାଜ୍ୟ ମଧ୍ୟରେ ଓଡ଼ିଶା, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀର ଓ ପୂର୍ବୋତ୍ତରର ସମସ୍ତ ରାଜ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.