କୋରାପୁଟ ଟାଉପଦର ଗାଁରେ ୬ ବର୍ଷର ଝିଅକୁ ହତ୍ୟା ଘଟଣା, ଅଭିଯୁକ୍ତ ବାପା ଓ ତାର ସହଯୋଗୀକୁ ଗିରଫ କରିଛି ପୋଲିସ୍

କୋରାପୁଟ: କୋରାପୁଟ ପଟାଙ୍ଗୀ ଥାନା ଟାଉପଦର ଗାଁରେ ୬ ବର୍ଷର ଝିଅକୁ ହତ୍ୟା ଘଟଣା । ହତ୍ୟାକାରୀ ବାପା ଓ ତାର ସହଯୋଗୀକୁ ଗିରଫ କରିଛି ପୋଲିସ୍ । ଧନ ପାଇଁ ସଇତାନ୍‌ ବାପା ବାଙ୍ଗୁରୁ ପାଙ୍ଗୀ ତାର କୁନି ଝିଅକୁ ବଳି ଦେଇଥିବା ସନ୍ଦେହ କରାଯାଉଛି । ଧରା ପଡ଼ିଯିବା ଭୟରେ ନିଜେ ରଚିଥିଲା ନିଖୋଜର ନାଟକ ।

ପୋଲିସର ତଦନ୍ତ ପରେ ଜଣାପଡ଼ିଥିଲା ଅଭିଯୋଗକାରୀ ହିଁ ହତ୍ୟାକାରୀ । ଝିଅକୁ ହତ୍ୟା କରିଥିବା ବାଙ୍ଗୁରୁ ସ୍ୱୀକାର କରିଥିଲେ ବି ବଳି କଥାକୁ ମାନୁନଥିବା ଜଣାପଡିିଛି । ପଟ୍ଟାଙ୍ଗି ପୋଲିସ ଅଭିଯୁକ୍ତ ବାପା ଓ ତାର ସହଯୋଗୀକୁ ଗିରଫ କରି ଦୁହିଁକୁ ଜେଲକୁ ପଠାଇ ଦେଇଛି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ହିଁ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.