IPL ପ୍ରଦର୍ଶନ ହିଁ ନିର୍ଣ୍ଣୟ କରିବ ଧୋନିଙ୍କ ଭବିଷ୍ୟତ : ଅନିଲ କୁମ୍ବଲେ

ଭାରତୀୟ ଟିମର ପୂର୍ବ ମୁଖ୍ୟ କୋଚ ଅନିଲ କୁମ୍ବଲେ ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ବୟାନ ଦେଇଛନ୍ତି । ତାଙ୍କ ଅନୁଯାୟୀ ଧୋନିଙ୍କ ଚଳିତ ବର୍ଷର ଆଇପିଏଲ ସିଜିନର ପ୍ରଦର୍ଶନ ହିଁ ତାଙ୍କ କ୍ରିକେଟ ଭବିଷ୍ୟତକୁ ନିର୍ଣ୍ଣୟ କରିବ । ଏହି ବର୍ଷ ଅଷ୍ଟ୍ରେଲିଆରେ ଖେଳା ଯିବାକୁ ଥିବା ଟି -୨୦ ବିଶ୍ବକପରେ ଧୋନି ଖେଳିବେ କି ନାହିଁ ତାହା ମଧ୍ୟ ଧୋନିଙ୍କ ଆଇପିଏଲ ପ୍ରଦର୍ଶନ ଉପରେ ହିଁ ନିର୍ଭର କରୁଛି । କୁମ୍ବଲେ ଏହା ମଧ୍ୟ କହିଛନ୍ତି କି ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବା ପାଇଁ ଟିମ ସଦସ୍ୟଙ୍କ ଚୟନ କରିବା ଏକ କଷ୍ଟକର ପ୍ରକ୍ରିୟା । ବିପକ୍ଷ ଦଳର ଖେଳାଳିଙ୍କ ପ୍ରଦର୍ଶନ କେମିତି ରହିବ ତାହା ଜାଣିବା ଭାରତୀୟ ଦଳ ଓ ଚୟନ କର୍ତ୍ତାଙ୍କ ପାଇଁ ନିହାତି ଜରୁରୀ । ତାହାରି ଉପରେ ହିଁ ଭବିଷ୍ୟତର ଫଳ ସମ୍ପୂର୍ଣ୍ଣ ରୂପେ ନିର୍ଭର କରୁଛି । ନଚେତ ଠିକ ସମୟରେ ଦଳ ଉପରେ ଏକ ପ୍ରକାର ଚାପ ପଡିଯିବ ।

anil

ଶୀଘ୍ର ଵିକେଟ ନେଇପାରୁଥିବା ବଲର ମାନଙ୍କୁ ହିଁ ଦଳରେ ନେଲେ ଅଧିକ ଫାଇଦା ହେବ । କୁମ୍ବଲେଙ୍କ ଅନୁଯାୟୀ ବିଶ୍ୱକପ ଆରମ୍ଭ ହେବାର ୧୦ ରୁ ୧୨ଟି ମ୍ୟାଚ ପୂର୍ବରୁ ହିଁ ଦଳର ଚୟନ କରିନେବା ଉଚିତ । ଅନ୍ୟ ପକ୍ଷରେ ଧୋନି ନିଜ ଭବିଷ୍ୟତ ନେଇ କୌଣସି ପ୍ରକାର ସୂଚନା ଏପର୍ଯ୍ୟନ୍ତ ଦେଇନାହାନ୍ତି । ଗତ ଦିନିକିଆ ବିଶ୍ୱକପ ସେମିଫାଇନାଲରେ ହିଁ ଧୋନି ଶେଷ ଦିନିକିଆ ମ୍ୟାଚ ଖେଳିଥିଲେ । ସେବେଠୁ ଆଉ ସେ ଭାରତୀୟ ଦଳରେ ନାହାନ୍ତି । ଏହା ପୂର୍ବରୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମଧ୍ୟ ଧୋନିଙ୍କୁ ନେଇ ଏକ ବୟାନ ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.