ଶାମିଙ୍କ ଦ୍ୱିତୀୟ ପତ୍ନୀ ହେବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ, ଦେଲେ ବିବାହ ପ୍ରସ୍ତାବ; କିନ୍ତୁ ରଖିଲେ ଅଜବ ସର୍ତ୍ତ
ମହମ୍ମଦ ଶାମି ବର୍ତ୍ତମାନ ଜଣେ ଚର୍ଚ୍ଚିତ କ୍ରିକେଟର। ନିଜର ବୋଲିଂ ଦକ୍ଷତା ବଳରେ ସେ ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୨୩ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏବେ ଶାମିଙ୍କ ବୋଲିଂରେ ସାଉଥ୍ ଅଭିନେତ୍ରୀ ମଧ୍ୟ ଦିଓ୍ଵାନୀ ହୋଇଯାଇଛନ୍ତି। ଏହି ଅଭିନେତ୍ରୀ ଖୋଲାଖୋଲି ଭାବେ କ୍ରିକେଟରଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି।

ମହମ୍ମଦ ଶାମି ବର୍ତ୍ତମାନ ଜଣେ ଚର୍ଚ୍ଚିତ କ୍ରିକେଟର। ନିଜର ବୋଲିଂ ଦକ୍ଷତା ବଳରେ ସେ ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୨୩ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏବେ ଶାମିଙ୍କ ବୋଲିଂରେ ସାଉଥ୍ ଅଭିନେତ୍ରୀ ମଧ୍ୟ ଦିଓ୍ଵାନୀ ହୋଇଯାଇଛନ୍ତି। ଅଭିନେତ୍ରୀ ଖୋଲାଖୋଲି ଭାବେ କ୍ରିକେଟରଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି। ସେ ଶାମିଙ୍କ ଦ୍ୱିତୀୟ ପତ୍ନୀ ହେବାକୁ ଚାହୁଁଛନ୍ତି, କିନ୍ତୁ ଏଥିପାଇଁ ସେ ଏକ ଅଜବ ସର୍ତ୍ତ ମଧ୍ୟ ରଖିଛନ୍ତି।
ଏ ସମ୍ପର୍କରେ ଅଭିନେତ୍ରୀଙ୍କର ଏକ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସାଉଥ୍ ଅଭିନେତ୍ରୀ ହେଲେ ପାୟଲ ଘୋଷ, ଯିଏକି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶାମିଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି। ଶାମିଙ୍କ ପରଫର୍ମାନ୍ସ ଦେଖି ଖୁସି ହୋଇଥିବା ପାୟଲ ଏବେ କ୍ରିକେଟରଙ୍କ ଦ୍ୱିତୀୟ ପତ୍ନୀ ହେବାକୁ ପ୍ରସ୍ତୁତ ଅଛନ୍ତି।
ନିକଟରେ ସେ ଟ୍ୱିଟରରେ ଶାମିଙ୍କୁ ପ୍ରପୋଜ୍ କରିଥିବାର ଏକ ପୋଷ୍ଟ ସେୟାର କରିଥିଲେ, ଯାହା ଏବେ ଭାଇରାଲ ହେଉଛି। ପାୟଲ ଲେଖିଥିଲେ, ‘ଶାମି, ତୁମେ ତୁମର ଇଂରାଜୀକୁ ସୁଧାରି ନିଅ, ମୁଁ ତୁମକୁ ବିବାହ କରିବାକୁ ପ୍ରସ୍ତୁତ ଅଛି’। ଏହା ସହିତ ସେ ଦୁଇଟି ହସ ଇମୋଜି ମଧ୍ୟ ସେୟାର କରିଥିଲେ। ତେବେ ପାୟଲ ଶାମିଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି ସତ, କିନ୍ତୁ ଚାହୁଁଛନ୍ତି କି, କ୍ରିକେଟର ପ୍ରଥମେ ନିଜ ଇଂରାଜୀ କହିବା ଶୈଳୀକୁ ସୁଧାରି ନିଅନ୍ତୁ।
କହି ରଖୁଛୁ, ପାୟଲ ଘୋଷ ରାଜନୀତି ବିଜ୍ଞାନରେ ସ୍ନାତକ ହାସଲ କରିବା ପରେ କମ୍ ବର୍ଷ ବୟସରେ ବିବିସିର ଏକ ଟେଲିଫିଲ୍ମରେ କାମ କରିଥିଲେ। ଏହାପରେ ସେ କାନାଡାର ଏକ ଚଳଚ୍ଚିତ୍ରରେ ନଜର ଆସିଥିଲେ। ପାୟଲ କୋଲକାତାରେ ଜନ୍ମ ହୋଇଥିଲେ।
#Shami Tum apna English sudharlo, I’m ready to marry you 🤣🤣
— Payal Ghoshॐ (@iampayalghosh) November 2, 2023