୧୦୨୦ ଦିନ ପରେ ପୁଣି ସେଞ୍ଚୁରୀ ମାରିଲେ ବିରାଟ କୋହଲି, ପତ୍ନୀ ଓଝିଅଙ୍କୁ ଏହି ଶତକ କଲେ ସମର୍ପଣ

କେନ୍ୟୁଜ୍(ବ୍ୟୁରୋ): ଭାରତ- ଆଫଗାନିସ୍ତାନ ମ୍ୟାଚରେ କୋହଲିଙ୍କ ଶତକ । ଶତକୀୟ ଇନିଂସ ଖେଳିଲେ ବିରାଟ କୋହଲି । ୬୧ ବଲରେ ୧୨୨ ରନ କରି ଅପରାଜିତ କୋହଲି । ଏହାରି ମଧ୍ୟରେ ରହିଛି ୧୨ଟି ଚଉକା ଓ ୬ଟି ଛକା । ଏହା ତାଙ୍କର ୭୧ତମ ଅନ୍ତର୍ଜାତୀୟ ଶତକ । ୨୦୧୯ ନଭେମ୍ବର ୨୩ରେ ସେ ଶତକ କରିଥିଲେ ।

ପ୍ରାୟ ୧୦୨୦ ଦିନ ପରେ ଶତକ କରିଛନ୍ତି କୋହଲି । ବିରାଟ ନିଜ ଫର୍ମକୁ ନେଇ ଅନେକ ସମାଲୋଚନାର ଶିକାର ହୋଇଥିଲେ । ପତ୍ନୀ ଓ ଝିଅଙ୍କୁ ଏହି ଶତକ ସମର୍ପଣ କରିଛନ୍ତି କୋହଲି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.