Below header

ଏସିଆ କପ୍: ରୋମାଞ୍ଚକର ମ୍ୟାଚରେ ବାଜି ମାରିଲା ଶ୍ରୀଲଙ୍କା, ଫାଇନାଲରେ ଭାରତ ସହ ଫାଇଟ

ଆଜି ଭାରତ-ବାଂଲାଦେଶ ମଧ୍ୟରେ ହେବ ମୁକାବିଲା। ବ୍ୟାଟର ଶ୍ରେୟସ ଆୟର ଅଭ୍ୟାସ ଶିବିରକୁ ଫେରିଛନ୍ତି । ତେଣୁ ଆଜିର ମ୍ୟାଚ ଖେଳିପାରନ୍ତି ଶ୍ରେୟସ । ସୁପର୍-୪ରେ ଦୁଇଟି ଯାକ ମ୍ୟାଚ ଜିତି ପ୍ରଥମେ ଫାଇନାଲରେ ସ୍ଥାନ ପକ୍କା କରିସାରିଛି ଭାରତ ।

କଲମ୍ବୋ: ଏସିଆ କପ୍ ଫାଇନାଲରେ ମୁହାମୁହିଁ ହେବେ ଭାରତ-ଶ୍ରୀଲଙ୍କା । ଆସନ୍ତା ରବିବାର କଲମ୍ବୋରେ ଖେଳାଯିବ ହାଇଭୋଲଟେଜ୍ ମ୍ୟାଚ । ସୁପର୍-୪ରେ ଗତକାଲି ଶ୍ରୀଲଙ୍କା ପାକିସ୍ତାନକୁ ହରାଇବା ପରେ ଫାଇନାଲକୁ ପ୍ରବେଶ କରିଛି। ଗତକାଲି ମ୍ୟାଚରେ ପ୍ରଥମେ ବର୍ଷା ବାଧକ ସାଜିଥିଲା। ପରେ ପ୍ରଥମେ ପାକିସ୍ତାନ ବ୍ୟାଟିଂ କରି ୨୫୨ ରନ୍ କରିଥିଲା । ଶ୍ରୀଲଙ୍କା ୨୫୩ ରନ୍ ଟାର୍ଗେଟ ରଖି ଧୂଆଁଧାର ବ୍ୟାଟିଂ କରି ବିଜୟୀ ହୋଇଥିଲା।

ସେପଟେ ଆଜି ଭାରତ-ବାଂଲାଦେଶ ମଧ୍ୟରେ ହେବ ମୁକାବିଲା। ବ୍ୟାଟର ଶ୍ରେୟସ ଆୟର ଅଭ୍ୟାସ ଶିବିରକୁ ଫେରିଛନ୍ତି । ତେଣୁ ଆଜିର ମ୍ୟାଚ ଖେଳିପାରନ୍ତି ଶ୍ରେୟସ । ସୁପର୍-୪ରେ ଦୁଇଟି ଯାକ ମ୍ୟାଚ ଜିତି ପ୍ରଥମେ ଫାଇନାଲରେ ସ୍ଥାନ ପକ୍କା କରିସାରିଛି ଭାରତ । ତେଣୁ କିଛି ପ୍ରମୁଖ ଖେଳାଳିଙ୍କୁ ଫାନାଲ ପର୍ଯ୍ୟନ୍ତ ଫିଟ୍ ରହିବାକୁ ବିଶ୍ରାମ ଦିଆଯାଇପାରେ । ବାଂଲାଦେଶ ପ୍ରଥମ ଦୁଇଟି ମ୍ୟାଚରେ ପରାଜିତ ହୋଇ ଫାଇନାଲ ଦୋୖଡରୁ ବାଦ ପଡିଛି। ତେଣୁ ଏହି ମ୍ୟାଚକୁ ବାଂଲାଦେଶ କେବଳ ବିଶ୍ବକପ ପୂର୍ବରୁ ନିଜର ସାମର୍ଥ୍ୟ ପରୀକ୍ଷା କରିବାକୁ ଖେଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.