ଆସନ୍ତାକାଲିଠୁ ଆରମ୍ଭ ହେବ ଏସିଆ କପ୍‌: ଅଗଷ୍ଟ ୨୮ରେ ପାକିସ୍ତାନ ସହ ନିଜର ପ୍ରଥମ ମ୍ୟାଚ ଖେଳିବ ଭାରତ

ଆସନ୍ତାକାଲିଠୁ ଆରମ୍ଭ ହେବ ଏସିଆ କପ୍‌ । ୟୁଏଇରେ ଆରମ୍ଭ ହେବାକୁ ଯାଉଛି ବହୁଦିବସୀୟ ଟୁର୍ଣ୍ଣାମେଣ୍ଟ। ଅଗଷ୍ଟ ୨୮ରେ ଭାରତ ନିଜର ପ୍ରଥମ ମ୍ୟାଚ ପାକିସ୍ତାନ ସହ ଖେଳିବ । ଏହି ମ୍ୟାଚ ଉପରେ ସାରା ବିଶ୍ୱର ନଜର ରହିଛି । ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଉତ୍ସାହିତ ଅଛନ୍ତି ଫ୍ୟାନ୍ସ । ଚଳିତବର୍ଷ ଏସିଆ କପ୍‌ର ଶ୍ରୀଲଙ୍କା ଆୟୋଜକ ଥିବା ବେଳେ ସବୁ ମ୍ୟାଚ ୟୁଏଇରେ ଖେଳାଯିବ । ସମସ୍ତ ଟିମ୍‌ ୟୁଏଇରେ ପହଞ୍ଚି ଏବେ ଅଭ୍ୟାସ୍‌ କରୁଛନ୍ତି ।

ଭାରତ, ପାକିସ୍ତାନ, ଆଫଗାନିସ୍ତାନ ସମେତ ୬ଟି ଟିମ୍‌ ଏବେ ଟ୍ରେନିଂରେ ବ୍ୟସ୍ତ ଅଛନ୍ତି । ଟ୍ରେନିଂ ବେଳେ ଭାରତୀୟ ଖେଳାଳି ପ୍ରଥମେ ଆଫଗାନିସ୍ତାନ ଖେଳାଳିଙ୍କୁ ଭେଟିଥିଲେ । ଟ୍ରେନିଂ ସେସନ୍‌ ବେଳେ ଉଭୟ ପରସ୍ପର ସହ ଆଲୋଚନା କରିଥିଲେ । ବିରାଟ କୋହଲି ରଶିଦ ଖାନ୍‌ ଓ ବାବରଙ୍କୁ ଭେଟିଥିଲେ । ସେମାନଙ୍କ ହାଲଚାଲ ପଚାରି ବୁଝିଥିଲେ । ଯାହା କ୍ୟାମେରାରେ କଏଦ ହୋଇଥିଲା । ଯାହାକୁ ବିସିସିଆଇ ନିଜେ ସେୟାର କରିିଛି ।

ଏହାସହ କ୍ୟାପ୍‌ସନରେ ଲେଖିଛି ଯେ, କାନ୍ଧ ମିଳାଇଲେ, ହସିଲେ ୱାର୍ମ ଅଫ୍‌ ସହ ଏସିଆ କପ୍‌ ପାଇଁ ମଧ୍ୟ ପ୍ରସ୍ତୁତ ହେଲେ । ଭାରତ ସର୍ବାଧିକ ଟାଇଟଲ ବିଜେତା । ଏସିଆ କପ ଇତିହାସରେ ସର୍ବାଧିକ ୭ଥର ଟାଇଟଲ ଜିତିଭାରତ ସଫଳ ଦଳ ରହିଛି । ଶ୍ରୀଲଙ୍କା ୫ ଓ ପାକିସ୍ତାନ ୨ଥର ଏସିଆ କପ ଟ୍ରଫି ବିଜୟୀ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.