ପ୍ରଥମ ମ୍ୟାଚ୍ ଜିତିଲା ବର୍ତ୍ତମାନ ଚାମ୍ପିଅନ୍ ଅଷ୍ଟ୍ରେଲିଆ

ଭୁବନେଶ୍ୱର (କେ ନ୍ୟୁଜ୍) : ହକି ବିଶ୍ୱ କପ୍ର ଆଜି ଖେଳା ଯାଇଥିବା ପ୍ରଥମ ମ୍ୟାଚ୍ରେ ଗତଥର ଚାମ୍ପିଅନ୍ ଅଷ୍ଟ୍ରେଲିଆ ୨-୧ ଗୋଲ୍ରେ ଆୟର୍ଲାଣ୍ଡକୁ ହରାଇଛି । ପୁଲ୍ ‘ବି’ ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ପକ୍ଷରୁ ବ୍ଲାକ୍ ଗୋଭର୍ସ ୧୧ ମିନିଟ୍ରେ ପ୍ରଥମ ଗୋଲ୍ ଦେଇଥିଲେ । ହେଲେ ଖୁସି ବେଶି ସମୟ ରହି ନଥିଲା । କାରଣ ଠିକ୍ ଦୁଇ ମିନିଟ୍ ପରେ ସେନ୍ ଓଡୋଙ୍ଗୁଇ ଗୋଲ୍ ଶୁଝାଇ ଆୟର୍ଲାଣ୍ଡକୁ ୧-୧ ସ୍ଥତିକୁ ନେଇ ଆସିଥିଲେ । ହାଫଟାଇମ୍ ଯାଏ ଏହି ସ୍ଥିତି ରହିଥିଲା । ତେବେ ମ୍ୟାଚ୍ର ୩୩ ମିନିଟ୍ରେ ଟିମୋଥି ବ୍ରାଣ୍ଡଙ୍କ ଗୋଲ୍ ଅଷ୍ଟ୍ରେଲିଆକୁ ବିଜୟୀ କରାଇଥିଲା । ପରେ ଉଭୟ ଦଳ ପରସ୍ପର ଉପରେ ଆକ୍ରମଣ କରିଥିଲେ । କିନ୍ତୁ ଅଧିକ ଗୋଲ୍ ହୋଇ ପାରିନଥିଲା । ଅଷ୍ଟ୍ରେଲିଆ ଶାକ୍ତିଶାଳୀ ଡିଫେନ୍ସ ବିଭାଗ ଆୟର୍ଲାଣ୍ଡର ଆକ୍ରମଣକୁ ପଣ୍ଡ କରି ଦେଇଥିଲା । ବ୍ରାଣ୍ଡ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ ହୋଇଛନ୍ତି ।
🎥 | @nellyson98 of @irishhockey has his take on the game tonight and how they will prepare for the next. #HWC2018 #Odisha2018 pic.twitter.com/p1bmTLbDYJ
— Hockey World Cup 2018 – Host Partner (@sports_odisha) November 30, 2018