ଏସିଆ କପ୍‌ ଫାଇନାଲ ପୂର୍ବରୁ ଭାରତ ଓ ଶ୍ରୀଲଙ୍କାକୁ ବଡ଼ ଝଟକା, ଟିମରୁ ବାଦ୍‌ ପଡିଲେ ଅକ୍ଷର ଏବଂ ତୀକ୍ଷଣା

ଏସିଆ କପ୍‌ ଫାଇନାଲ ପୂର୍ବରୁ ଭାରତ ଏବଂ ଶ୍ରୀଲଙ୍କା ଟିମକୁ ଝଟକା ଲାଗିଛି । ଆହତ ସମସ୍ୟା ପାଇଁ ଭାରତ ଟିମରୁ ଅକ୍ଷର ପଟେଲ ଏବଂ ଶ୍ରୀଲଙ୍କା ଟିମରୁ ମହେଶ ତୀକ୍ଷଣା ବାଦ୍‌ ପଡିଛନ୍ତି । ଅକ୍ଷରଙ୍କ ସ୍ଥାନରେ ଓ୍ଵାଶିଂଟନ ସୁନ୍ଦର ଖେଳିବେ ବୋଲି ଖବର ମିଳିଛି ।

ଏସିଆ କପ୍‌ ୨୦୨୩ରେ ଫାଇନାଲ ମ୍ୟାଚରେ ଭାରତ ଏବଂ ଶ୍ରୀଲଙ୍କା କଲମ୍ବୋରେ ମୁହାଁମୁହିଁ ହେବେ । ଏହା ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା ଲାଗିଛି । ଖବର ମୁତାବକ, ଅକ୍ଷର ପଟେଲ ଆହତ ହୋଇ ଫାଇନାଲରୁ ବାଦ୍‌ ପଡିଛନ୍ତି । ଅକ୍ଷରଙ୍କ ସ୍ଥାନରେ ଓ୍ଵାଶିଂଟନ ସୁନ୍ଦରକୁ ଟିମରେ ସାମିଲ କରାଯାଇଛି ।

ରିପୋର୍ଟ ମୁତାବକ, ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ସୁପର-୪ ମ୍ୟାଚ୍‌ ବେଳେ ଆହତ ହୋଇଥିଲେ ଅକ୍ଷର ପଟେଲ ଆହତ ହୋଇଥିଲେ । ବାଂଲାଦେଶ ବିପକ୍ଷରେ ୪୨ ରନ ସ୍କୋର କରିଥିଲେ । ସେ ଏହି ମ୍ୟାଚରେ ୩ଟି ଚଉକା ଏବଂ ୨ଟି ଛକା ମାରିଥିଲେ ।

ତେଣୁ ଟିମ୍‌ ଅକ୍ଷରଙ୍କ ସ୍ଥାନରେ ଓ୍ଵାଶିଂଟନ ସୁନ୍ଦରକୁ ସୁଯୋଗ ମିଳିପାରେ । ସୁନ୍ଦର ଏବେ ଏସିଆନ ଗେମ୍ସସ ୨୦୨୩ ପାଇଁ ଟିମ୍‌ରୁ ବାଦ୍‌ ପଡି ବାଙ୍ଗାଲୁରୁରେ ଖେଳୁଛନ୍ତି । ଏଥିପାଇଁ ଖୁବଶୀଘ୍ର ତାଙ୍କୁ କଲମ୍ବୋ ଯିବାକୁ ପଡିପାରେ । ସୁନ୍ଦର ଏପର୍ଯ୍ୟନ୍ତ ଟିମ୍‌ ପାଇଁ ୧୬ଟି ଦିନିକିଆରେ ୨୩୩ ରନ୍‌ କରିଥିବା ବେଳେ ୧୬ଟି ଓ୍ଵିକେଟ ନେଇଛନ୍ତି । ଏହାଛଡା ୪ଟି ଟେଷ୍ଟ ମ୍ୟାଚ୍‌ ମଧ୍ୟ ଖେଳିଛନ୍ତି ।

ସେହିପରି ଏସିଆ କପ୍‌ ଫାଇନାଲ ପୂର୍ବରୁ ଶ୍ରୀଲଙ୍କାକୁ ଝଟକା ଲାଗିଛି । ଟିମର ସ୍ପିନର ବୋଲର ମହେଶ ତୀକ୍ଷଣା ମଧ୍ୟ ଆହତ ହୋଇ ଟିମରୁ ବାଦ୍‌ ପଡିଛନ୍ତି । ପାକିସ୍ତାନ ବିପକ୍ଷ ମ୍ୟାଚରେ ହେମଷ୍ଟ୍ରିଙ୍ଗ ଆଘାତ ଯୋଗୁଁ ଫାଇନାଲରୁ ବାଦ୍‌ ପଡିଛନ୍ତି । ଅନେକ ଥର ମ୍ୟାଚରେ ଛୋଟେଇ ଛୋଟେଇ ଚାଲୁଥିବାର ଦେଖିବାକୁ ମିଳିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.