ଆଇପିଏଲ୍‌ : ମାକ୍ସଓ୍ଵଲ୍‌ ଜଗିଲେ, ବାଙ୍ଗାଲୋର କଲା ୧୪୯ ରନ୍‌

ଚେନ୍ନାଇ : ଆଜି ଚିଦମ୍ବରମ ଷ୍ଟାଡିୟମ୍‌ରେ ଖେଳା ଯାଉଛି ଚଳିତ ଆଇପିଏଲ୍‌ର ଷଷ୍ଠ ମ୍ୟାଚ୍‌ । ସନ୍‌ରାଇଜର୍ସ ହାଇଦ୍ରାବାଦ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଜବାବରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭର ଖେଳି ୮ ଓ୍ଵିକେଟ୍‌ରେ ୧୪୯ ରନ୍‌ କରିଛି ।

ବାଙ୍ଗାଲୋର ପକ୍ଷରୁ କେବଳ ଅଧିନାୟକ ବିରାଟ କୋହଲି ୩୩ ଏବଂ ଗ୍ଲେନ୍‌ ମାକ୍ସଓ୍ଵଲ୍‌ ୪୧ ବଲ୍‌ରେ ୫୯ ରନ୍‌ କରିବାକୁ ସକ୍ଷମ ହୋଇଥିଲେ । ହାଇଦ୍ରାବଦ ତରଫରୁ ହୋଲଡର ୩ ଏବଂ ରସିଦ ଖାନ୍‌ ୨ଟି ଓ୍ଵିକେଟ୍‌ ନେଇଛନ୍ତି ।

score-1

score-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.