ପିଙ୍କ୍‌ ବଲ୍‌ ଟେଷ୍ଟ : ଇଶାନ୍ତଙ୍କୁ ୫ ଓ୍ଵିକେଟ୍‌, ବାଂଲାଦେଶ ୧୦୬ ରନ୍‌ରେ ଅଲ୍‌ଆଉଟ୍‌

କୋଲକାତା : ସନ୍ଦେହ ସତ ହେଲା । ପିଙ୍କ୍‌ ବଲ୍‌ ତାର କମାଲ ଦେଖାଇଲା । ଫଳରେ ଏଥିରେ ଅଭ୍ୟସ୍ତ ନଥିବା ବାଂଲାଦେଶ ଦଳ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ମାତ୍ର ୧୦୬ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି । ଭାରତ ପକ୍ଷରୁ ପେସ୍‌ ବୋଲର୍‌ ଇଶାନ୍ତ ଶର୍ମା ୫ ଓ୍ଵିକେଟ୍‌ ନେଇ ବାଂଲା ଟିମ୍‌ର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଉମେଶ ଯାଦବ ଓ ମହମ୍ମଦ ସାମି ବଢ଼ିଆ ବୋଲିଂ କରି ଯଥାକ୍ରମେ ୩ଟି ଓ ୨ଟି ଓ୍ଵିକେଟ୍‌ ଦଖଲ କରିଥିଲେ ।

INDIA

ତେବେ ତିନି ପେସ୍‌ ବୋଲର ସଫଳତାର ସହ ପୂରା ବାଂଲା ଟିମ୍‌କୁ ଅଲ୍‌ଆଉଟ୍‌ କରିଦେଇଥିଲେ । ମାତ୍ର ୩୦.୩ ଓଭରରେ ବାଂଲାଦେଶର ୧୦ଟି ଯାକ ଓ୍ଵିକେଟ୍‌ ପଡ଼ି ଯାଇଛି । ଓପ୍ନର ସଦମାନ୍‌ ଇସଲାମ୍‌ ସର୍ବାଧିକ ୨୯ ରନ୍‌ କରିଥିବା ବେଳେ ଲିଟନ୍‌ ଦାସ ୨୪ ଓ ନଇମ ହାସନ୍‌ ୧୯ ରନ୍‌ କରିଥିଲେ । ଏମାନଙ୍କ ବ୍ୟତୀତ ବାକି ବ୍ୟାଟ୍‌ସମ୍ୟାନ୍‌ମାନେ ଦୁଇ ଅଙ୍କରେ ପହଞ୍ଚି ପାରିନଥିଲେ । ସେମାନଙ୍କ ଭିତରୁ ୪ ଜଣ ଶୂନରେ ଓ ଦୁଇ ଜଣ ୧ ରନ୍‌ରେ ଆଉଟ୍‌ ହୋଇଥିଲେ ।


ଭାରତୀୟ ବୋଲର୍‌ ଇଶାନ୍ତ ଶର୍ମା ୨୨ ରନ୍‌ରେ ୫ଟି, ଉମେଶ ଯାଦବ ୨୯ ରନ୍‌ ୩ଟି ଏବଂ ମହମ୍ମଦ ସାମି ୩୬ ରନ୍‌ରେ ୨ଟି ଓ୍ଵିକେଟ୍‌ ଦଖଲ କରିଛନ୍ତି । ଜବାବରେ ଭାରତ ୨ ଓଭର ସୁଦ୍ଧା କୌଣସି ଓ୍ଵିକେଟ୍‌ ନହରାଇ ୧୩ ରନ୍‌ କରିଛି ।

KUMBLEବ୍ୟାଟିଂ କଲା ବେଳେ ବାଂଲାଦେଶ ବ୍ୟାଟ୍‌ସମ୍ୟାନ୍‌ ଲିଟନ୍‌ ଦାସ ଆହତ ହୋଇଛନ୍ତି । ତାଙ୍କ ଦେହରେ ସାମିଙ୍କ ବାଉନସର ବାଜିଛି । ଲିଟନ୍‌ଙ୍କ ସ୍ଥାନରେ ମିଥୁନ୍‌ ଓ୍ଵିକେଟ୍‌ କିପିଂ କରୁଛନ୍ତି ।

GANGULY-1
ଦର୍ଶକଙ୍କ ସହ ଦାଦାଙ୍କ ସେଲଫି
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.