ବୟସ ଜାଲିଆତି ପାଇଁ ସୁମିତ ଶର୍ମାଙ୍କୁ ବାସନ୍ଦ କଲା ବିସିସିଆଇ

ଓସିଏରେ ପୁଣି ବୟସ ଜାଲିଆତି ଅଭିଯୋଗ। ରଣଜୀ ଦଳରେ ସ୍ଥାନ ପାଇଥିବା ସୁମିତ ଶର୍ମାଙ୍କୁ ବୟସ ଜାଲିଆତିରେ ବାସନ୍ଦ କଲା ବିସିସିଆଇ।

ଓସିଏରେ ପୁଣି ବୟସ ଜାଲିଆତି ଅଭିଯୋଗ। ରଣଜୀ ଦଳରେ ସ୍ଥାନ ପାଇଥିବା ସୁମିତ ଶର୍ମାଙ୍କୁ ବୟସ ଜାଲିଆତିରେ ବାସନ୍ଦ କଲା ବିସିସିଆଇ। ଦୁଇବର୍ଷ ଯାଏ ସେ କୌଣସି ପ୍ରକାର ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବାର ସୁଯୋଗ ପାଇବେ ନାହିଁ। ୨୦୧୫-୧୬ରେ ସେ ଜୁନିଅର ଲେଭଲ ଟୁର୍ଣ୍ଣାମେଣ୍ଟ ପାଇଁ ଦେଇଥିବା ବୟସପ୍ରମାଣ ପତ୍ର ଓ ବର୍ତ୍ତମାନ ରଣଜୀ ଦଳ ପଇଁ ଦେଇଥିବା ବୟସ ପ୍ରମାଣପତ୍ରରେ ତାଳମେଳ ନଥିବାରୁ ଧରାପଡ଼ିଛନ୍ତି ସୁମିତ। ଏଥିପାଇଁ ବିସିସିଆଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୁମିତ ରଣଜୀ ଦଳରୁ ବାଦ ପଡ଼ିବା ପରେ ତାଙ୍କ ସ୍ଥାନରେ ତାରିଣୀ ସଙ୍କୁ ସ୍ଥାନ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.