ଧର୍ମଶାଳା ନୁହେଁ ଇନ୍ଦୋରରେ ହେବ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ, ବିସିସିଆଇ ନେଲା ନିଷ୍ପତ୍ତି

ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍‌ ଧର୍ମଶାଳା ନୁହେଁ ଇନ୍ଦୋରରେ ହେବ। ଧର୍ମଶାଳା ବଦଳରେ ଇନ୍ଦୋରର ହୋଲକର ଷ୍ଟାଡିୟମକୁ ଚୟନ କରିଛି ବିସିସିଆଇ । ମ୍ୟାଚ୍‌ ପୂର୍ବରୁ ଆୟୋଜନ ସ୍ଥଳ ପରିବର୍ତ୍ତନ କରିବା ନେଇ ବିସିସିଆଇ ଉପରେ ଉଠୁଛି ପ୍ରଶ୍ନ।

ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ ଧର୍ମଶାଳାରେ ହେବନାହିଁ । ଏଥିପାଇଁ ଭାରତୀୟ କ୍ରିକେଟ ବୋର୍ଡ(ବିସିସଆଇ) ଧର୍ମଶାଳା ଟେଷ୍ଟ ପାଇଁ ବିକଳ୍ପ ସ୍ଥାନ ଖୋଜୁଛି । ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍‌ ଧର୍ମଶାଳାରେ ହେବାକୁ ପୂର୍ବରୁ ନିର୍ଦ୍ଧାରିତ କରାଯାଇଥିଲା । କିନ୍ତୁ ଏବେ ଧର୍ମଶାଳାରେ ହେବ ନାହିଁ । ୧-୫ ମାର୍ଚ୍ଚ ମଧ୍ୟରେ ହେବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ୁ ଧର୍ମଶାଳାରୁ ଇନ୍ଦୋର ହୋଲକର ଷ୍ଟାଡିୟମକୁ ସ୍ଥାନାନ୍ତରିତ କରାଯାଇଛି ।

ହିମାଚଳ ପ୍ରଦେଶରେ ଭୀଷଣ ଥଣ୍ଡା ଯୋଗୁଁ ଆଉଟଫିଲ୍ଡରେ ପର୍ଯ୍ୟାପ୍ତ ଘାସ ନାହିଁ । ଆଉ ଏଥିପାଇଁ ମ୍ୟାଚ୍‌କୁ ସ୍ଥାନାନ୍ତର କରାଯାଇଛି । ତେଣୁ ଧର୍ମଶାଳାରେ ନୁର୍ଡେ ଇନ୍ଦୋର ହୋଲକର ଷ୍ଟାଡିୟମକୁ ମ୍ୟାଚକୁ ସ୍ଥାନାନ୍ତର କରାଯାଇଛି । ବିସିସିଆଇ ଟିମ୍‌ ୧୧ ଫେବୃଆରୀରେ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମକୁ ନିରୀକ୍ଷଣ କରିଥିଲା।ରିପୋର୍ଟରେ ଧର୍ମଶାଳା ପିଚ୍‌ ମ୍ୟାଚ୍‌ ସୁହାଇବା ଭଳି ନଥିବାରୁ ତା’ ପରେ ଏଭଳି ନିଷ୍ପତ୍ତି ନେଇଥିଲା ବିସିସିଆଇ ।

ତେବେ ଟେଷ୍ଟ ମ୍ୟାଚ୍‌ ହେବା ପରେ ଆୟୋଜନ ସ୍ଥଳ ପରିବର୍ତ୍ତନ ହେବା ନେଇ ବିସିସିଆଇ ଉପରେ ପ୍ରଶ୍ନ ଉଠୁଛି । ଏହା ଧର୍ମଶାଳାରେ ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ । ପୂର୍ବରୁ ଧର୍ମଶାଳାରେ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା। ୨୦୧୭ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯାଇଥିଲା।

ପ୍ରଥମ ଟେଷ୍ଟ ନାଗପୁରରେ ହୋଇଥିବା ବେଳେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ୧୭-୨୧ ଫେବୃଆରୀ ୨୦୨୩ (ଦିଲ୍ଲୀ) ଏବଂ ତୃତୀୟ ଟେଷ୍ଟ ୧-୫ ମାର୍ଚ୍ଚ (ଇନ୍ଦୋର) ଏବଂ ଚତୁର୍ଥ ଟେଷ୍ଟ ୯-୧୩ ମାର୍ଚ୍ଚ ୨୦୨୩ (ଅହମଦାବାଦ)ରେ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.