ଶ୍ରେୟସ ଆୟରଙ୍କୁ ଡବଲ ଝଟକା, ସ୍ଲୋ ଓଭର ପାଇଁ ବିସିସିଆଇ ଲଗାଇଲା ଜରିମାନା

କୋଲକତା ନାଇଟ ରାଇଡର୍ସର ଅଧିନାୟକ ଶ୍ରେୟସ ଆୟର ଉପରେ ୧୭ ଏପ୍ରିଲକୁ ଇଡେନ ଗାଡେନ୍ସରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ସ୍ଲୋ ଓଭର ରେଟ ଯୋଗୁଁ ଜରିମାନା ଲାଗିଛି । ଅଧିନାୟକ ଶ୍ରେୟସ ଆୟର ଅପରାଧ ସ୍ୱୀକାର କରିଛନ୍ତି ।

କୋଲକତା ନାଇଟ ରାଇଡର୍ସକୁ ଡବଲ ଝଟକା ଲାଗିଛି । ଆଇପିଏଲ୍‌ ୨୦୨୪ର ୩୧ତମ ମ୍ୟାଚ ହାରିବା ସହିତ ଅଧିନାୟକ ଶ୍ରେୟସ ଆୟରଙ୍କୁ ବିସିସିଆଇ ଜରିମାନା ଲଗାଇଛି । କୋଲକତା ନାଇଟ ରାଇଡର୍ସ ଉପରେ ସ୍ଲୋ ଓଭର ରେଟ ପାଇଁ ଜରିମାନା ଲାଗିଛି । ଏଥିପାଇଁ ଶ୍ରେୟସ ଆୟରଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲାଗିଛି ।

ଆଇପିଏଲ୍‌ ଜାରି କରିଥିବା ନୋଟିଫିକେସନ ମୁତାବକ, କୋଲକତା ନାଇଟ ରାଇଡର୍ସର ଅଧିନାୟକ ଶ୍ରେୟସ ଆୟର ଉପରେ ୧୭ ଏପ୍ରିଲକୁ ଇଡେନ ଗାଡେନ୍ସରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ସ୍ଲୋ ଓଭର ରେଟ ଯୋଗୁଁ ଜରିମାନା ଲାଗିଛି । ଅଧିନାୟକ ଶ୍ରେୟସ ଆୟର ଅପରାଧ ସ୍ୱୀକାର କରିଛନ୍ତି । ସେ ଏହାକୁ ନେଇ ଆଉ କିଛି ଶୁଣାଣି ହେବ ନାହିଁ । ଯଦି ଶ୍ରେୟସ ଆଗକୁ ଏଭଳି ଭୁଲ୍‌ କରନ୍ତି, ତେବେ ତାଙ୍କ ସହିତ ଟିମ୍‌ ଖେଳାଳିଙ୍କ ଉପରେ ଜରିମାନା ଲାଗିପାରେ । ଆଉ ଥରେ କେକେଆର ସ୍ଲୋ ଓଭର ରେଟରେ ଦୋଷୀ ମିଳିଲେ ଅଧିନାୟକଙ୍କ ଉପରେ ୨୪ ଲକ୍ଷର ଜରିମାନା ଲାଗିବ । ସେହିପରି ଟିମର ଅନ୍ୟ ସଦସ୍ୟଙ୍କ ଉପରେ ୬-୬ ଲକ୍ଷର ଜରିମାନା ଲାଗିବ ।

କୋଲକତା ମ୍ୟାଚ ସମୟରେ ସ୍ଲୋ ଓଭର ରେଟ ପାଇଁ ଦଣ୍ଡ ମିଳିଛି । କେକେଆର ରାଜସ୍ଥାନ ବିପକ୍ଷ ଶେଷ ଓଭରରେ ୩୦ ଗଜ ବାଉଣ୍ଡ୍ରୀ ମଧ୍ୟରେ ୪ ଜଣ ଖେଳାଳି ରଖିଥିଲା । ବରୁଣ ଚକ୍ରବର୍ତ୍ତୀ ଶେଷ ଓଭର ବୋଲିଂ କରିଥିଲେ, ଯେଉଁଥିରେ ଜୋସ ବଟଲର ୯ ରନ୍‌ କରି ଟିମ୍‌କୁ ଜିତାଇଥିଲେ । ଯଦି ୫ ଜଣ ଖେଳାଳି ବାଉଣ୍ଡ୍ରୀ ଲାଇନରେ ରହିଥାନ୍ତେ, ତେବେ କୌଣସି ବୋଲର ମଧ୍ୟ ବୋଲିଂ କରିପାରିଥାନ୍ତେ ।

ସୂଚନାଯୋଗ୍ୟ, ଏହାପୂର୍ବରୁ ଚଳିତ ସିଜନରେ ସ୍ଲୋ ଓଭର ରେଟ ପାଇଁ ରିଷଭ ପନ୍ତ ଏବଂ ସଞ୍ଜୁ ସାମସନ ମଧ୍ୟ ଜରିମାନା ଦେଇସାରିଛନ୍ତି । ରିଷଭ ଦୁଇଥର ଜରିମାନା ଦେଇଥିବା ବେଳେ ସଞ୍ଜୁ ଥରେ ଜରିମାନା ଦେଇଛନ୍ତି । ସଞ୍ଜୁ ସାମସନଙ୍କ ଉପରେ ଚଳିତ ସିଜିନରେ ପ୍ରଥମ ଥର ପାଇଁ ଜରିମାନା ଲାଗିଛି । ଯଦି ଆଉଥରେ ସଞ୍ଜୁ ଭୁଲ୍‌ କରନ୍ତି, ତାଙ୍କୁ ଦୁଇଗୁଣା ଜରିମାନା ଲାଗିବ ।  ରିଷଭ ଦ୍ୱିତୀୟଥର ପାଇଁ ପନ୍ତଙ୍କ ଟିମ୍‌ ସ୍ଲୋ ଓଭର ରେଟ ପାଇଁ ଦୋଷୀ ହୋଇଛି । ଏଥିପାଇଁ ୨୪ ଲକ୍ଷ ଟଙ୍କାର ଜରିମାନା ଲାଗିଛି । ଦିଲ୍ଲୀର ଅନ୍ୟ ଖେଳାଳିଙ୍କ ଉପରେ ୬ ଲକ୍ଷ ଟଙ୍କା ଜରିମାବା କିମ୍ବା ମ୍ୟାଚର ୨୫ ପ୍ରତିଶତ ଫି ଜରିମାନା ଲାଗିଛି ।

ଆଇପିଏଲ ନିୟମ ଅନୁସାରେ, ଏହି ଭୁଲ ୩ ଥର ହେଲେ ଦଳର ଅଧିନାୟକଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ସହ ଗୋଟିଏ ମ୍ୟାଚ ପାଇଁ ବ୍ୟାନ୍ ଲଗାଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.