ଦିନିକିଆ ପରେ ଟି୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି, ଟିମର ଦାୟିତ୍ୱ ଦେବା ପାଇଁ ରୋହିତ ଶର୍ମାଙ୍କୁ ମନାଇବାକୁ ଚେଷ୍ଟା କରିବ ବିସିସିଆଇ

ରୋହିତ ଶର୍ମାଙ୍କୁ ଟି୨୦ ଟିମର ଦାୟିତ୍ୱ ସମ୍ଭାଳିବାକୁ ମନାଇବାକୁ ଚେଷ୍ଟା କରିବ ବିସିସିଆଇ । ଗତବର୍ଷ ଟି୨୦ ବିଶ୍ୱକପ ମେସିଫାଇନାଲ ହାରିବା ପରେ ରୋହିତ ଟି୨୦ ଟିମର ଅଧିନାୟକ ପଦ ଛାଡିଦେଇଥିଲେ ।

ବିସିସିଆଇ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଖୁବଶୀଘ୍ର ଟିମ୍‌ ଘୋଷଣା କରିବ । ଏହା ପୂର୍ବରୁ ରୋହିତ ଶର୍ମାଙ୍କୁ ଟି୨୦ ଟିମର ଦାୟିତ୍ୱ ସମ୍ଭାଳିବାକୁ ମନାଇବାକୁ ଚେଷ୍ଟା କରିବ ବିସିସିଆଇ । ଗତବର୍ଷ ଟି୨୦ ବିଶ୍ୱକପ ମେସିଫାଇନାଲ ହାରିବା ପରେ ରୋହିତ ଟି୨୦ ଟିମର ଅଧିନାୟକ ପଦ ଛାଡିଦେଇଥିଲେ ।

ବିସିସିଆଇ ସଚିବ ଜୟ ଶାହା ସମିତିର ଅଧ୍ୟକ୍ଷ ଅଜିତ ଅଗରକରଙ୍କ ସହିତ ସାକ୍ଷାତ କରି ଏହା ବିଷୟରେ ଆଲୋଚନା କରିବେ । ଆଗାମୀ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ଦୁହିଁଙ୍କ ମଧ୍ୟରେ ଚର୍ଚ୍ଚା ହେବ । ଚଳିତ ଦିନିକିଆ ବିଶ୍ୱକପ ମ୍ୟାଚ ସମୟରେ ହାର୍ଦ୍ଦିକ ଆହତ ହୋଇଛନ୍ତି । ତେଣୁ ସେ ଆଗାମୀ ମାସେ ପର୍ଯ୍ୟନ୍ତ ଦଳକୁ ଫେରିବେ ନାହିଁ । ଏମିତିରେ ବିସିସିଆଇ ପାଖରେ ସୂର୍ଯ୍ୟକୁମାର ଯାଦବଙ୍କ ଛଡା ଆଉ କିଛି ବିକଳ୍ପ ନାହିଁ । ଖାସ୍‌ ଏଥିପାଇଁ ରୋହିତଙ୍କୁ ଦାୟିତ୍ୱ ଦେବାକୁ ବିସିସିଆଇ ଯୋଜନା କରୁଛି ।

ରୋହିତ ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ଟି୨୦ ମ୍ୟାଚ ଖେଳିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି । କିନ୍ତୁ ବିଶ୍ୱକପରେ ତାଙ୍କ ଅଧିନାୟକତ୍ୱ ଯୋଗୁଁ ବିସିସିଆଇ ଟି୨୦ ବିଶ୍ୱକପ ପାଇଁ ଟିମର ଦାୟିତ୍ୱ ଦେବାକୁ ଚାହୁଁଛି ।

ସୂଚନା ମୁତାବକ, ବିରାଟ କୋହଲି ଦିନିକିଆ ଏବଂ ଟି-୨୦ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିରତି ଚାହୁଁଛନ୍ତି ବୋଲି ବିସିସିଆଇକୁ କହିଛନ୍ତି । ବିରାଟ ଟେଷ୍ଟ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି । ତେଣୁ ଆଗାମୀ ଦକ୍ଷିଣ ଆଫ୍ରିକା ଟି୨୦ ସିରିଜ ପାଇଁ ବିରାଟ ଉପଲବ୍ଧ ରହିବେ ନାହିଁ । ଏହାପରେ ଭାରତୀୟ ଦଳ ଆଫଗାନିସ୍ତାନ ବିପକ୍ଷରେ ଟି୨୦ ସିରିଜ ଖେଳିବ । ତେବେ ଆଇପିଏଲ ସିଜିନ ସରିବା ପରେ ବିରାଟଙ୍କ କଥା ଜଣାପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.