କୋହଲିଙ୍କ ପ୍ରଶ୍ନ ପରେ ବିସିସିଆଇ ଦେଲା ସଫେଇ, ରୋହିତଙ୍କ ବାପା ଅସୁସ୍ଥ ଥିବାରୁ ଆଇପିଏଲ୍ ପରେ ସେ ମୁମ୍ବାଇ ଫେରିଆସିଥିଲେ

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍ ସିରିଜ ପାଇଁ ହିଟମ୍ୟାନ୍ ରୋହିତ ଶର୍ମା ଏବେ ଫିଟନେସ୍ ଟେଷ୍ଟ୍ ଦେଉଛନ୍ତି । ସେ କେତେ ଫିଟ୍ ତାହା ଡିସେମ୍ବର ୧୧ରେ ଜଣାପଡିବ । ଏହାପରେ ସେ ଅଷ୍ଟ୍ରେଲିଆ ଗସ୍ତରେ ଯିବେ ନା ନାହିଁ ତାହା ସ୍ପଷ୍ଟ ହେବ ।

ବିସିସିଆଇ କହିଛି ଯେ, ରୋହିତ ଏବେ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ଅଛନ୍ତି । ସେଠାରେ ସେ ଅଭ୍ୟାସ କରୁଛନ୍ତି । ଯଦି ସେ ଫିଟ୍ ଘୋଷିତ ହୁଅନ୍ତି ତାହାଲେ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର ଗାଭାସ୍କର ଟ୍ରଫି ଖେଳିବେ । ବିସିସିଆଇ ଆହୁରି କହିଛି ଯେ, ଆଇପିଏଲ ପରେ ରୋହିତ ନିଜର ଅସୁସ୍ଥ ପିତାଙ୍କୁ ଦେଖିବା ପାଇଁ ମୁମ୍ବାଇ ଚାଲି ଆସିଥିଲେ । ତାଙ୍କ ପିତା ସୁସ୍ଥ ହେଉଛନ୍ତି । ତେଣୁ ସେ ମୁମ୍ବାଇରୁ ବେଙ୍ଗାଲୁରୁ ଯାଇ ଅଭ୍ୟାସ କରୁଛନ୍ତି ।

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଗୁରୁବାର କହିଥିଲେ ଯେ, ରୋହିତଙ୍କ ଆହତ ସମସ୍ୟାକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି । ତାଙ୍କ ପାଖରେ ମଧ୍ୟ ସ୍ପଷ୍ଟ ସୂଚନା ନାହିଁ । ରୋହିତ ଶର୍ମା ଅନ୍ୟ ଖେଳାଳିଙ୍କ ସହ କ’ଣ ପାଇଁ ଅଷ୍ଟ୍ରେଲିଆ ଗସ୍ତ କଲେ ନାହିଁ ତାହା ସେ ଜାଣନ୍ତି ନାହିଁ । ବିରାଟଙ୍କ ପ୍ରତିକ୍ରିୟା ପରେ ବିସିସିଆଇ ରୋହିତଙ୍କ ବାବଦରେ ଅପଡେଟ୍ ଦେଇଥିଲା ।

ଏହା ବ୍ୟତୀତ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଆଇପିଏଲ ୨୦୨୦ରେ ମାଂସପେଶୀ ସମସ୍ୟାର ଶିକାର ହୋଇଥିଲେ । ଏବେବି ସେ ଫିଟ୍ ହୋଇନାହାଁନ୍ତି । ସେ ବର୍ଡର ଗାଭାସ୍କର ଟ୍ରଫିରୁ ବାଦ୍ ପଡି ସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.