ହାର୍ଦ୍ଦିକଙ୍କ ଯୋଗୁଁ ପ୍ରବଳ ଥଣ୍ଡା ଲାଗୁଛି, ୩ଟି ସ୍ୱେଟର ମଧ୍ୟ କାମ କରୁନି: ଚହଲ

ହାର୍ଦ୍ଦିକ ପାଣ୍ଡ୍ୟା ଅନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକତ୍ବର ନୂଆ ଇନିଂସ ବିଜୟରୁ ଆରମ୍ଭ କରିଛନ୍ତି। ତାଙ୍କର ଅଧିନାୟକତ୍ବରେ ଭାରତ ଆୟର୍ଲାଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ସିରିଜର ପ୍ରଥମ ମ୍ୟାଚ୍ ଟିମ୍ ଇଣ୍ଡିଆ ଜିତିଛି । ବର୍ଷା କାରଣରୁ ଟିମ୍ ଇଣ୍ଡିଆକୁ ବିଜୟ ଲାଗି ଥିବା ୧୦୯ରନର ଲକ୍ଷ୍ୟ ୯ଓଭରରେ ହିଁ ଜିତି ନେଇଥିଲା । ଏହି ବିଜୟର ହିରୋ ୟୁଜବେନ୍ଦ୍ର ଚହଲ ରହିଥିଲେ। ସେ ମ୍ୟାଚରେ ଗୋଟିଏ ଓ୍ବିକେଟ ନେଇଥିଲେ କିନ୍ତୁ ଭଲ ବୋଲିଂ କରିବା କାରଣରୁ ତାଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ଭାବେ ଚୟନ କରାଯାଇଥିଲା । ଜିତିବା ପରେ ଚହଲଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଆୟର୍ଲାଣ୍ଡରେ ପଡ଼ିଥିବା ଥଣ୍ଡାକୁ ନେଇ ସେ ଏଭଳି ବୟାନ ଦେଇଛନ୍ତି, ଯାହାର ସିଧା କନେକ୍ସନ ହାର୍ଦ୍ଦିକଙ୍କୁ ସହ ବି ରହିଛି । ଚହଲ ମ୍ୟାଚ ପରେ କହିଛନ୍ତି କି, ତାଙ୍କୁ ହାର୍ଦ୍ଦିକଙ୍କ କାରଣରୁ ଅଧିକ ଥଣ୍ଡା ଲାଗୁଛି ।

ୟୁଜବେନ୍ଦ୍ର ଚହଲ ଆୟର୍ଲାଣ୍ଡ ବିପକ୍ଷରେ ଟି-୨୦ରେ ୩ଓଭରରେ ୧୧ରନ ଦେଇ ୧ଓ୍ବିକେଟ ନେଇଥିଲେ । ତାଙ୍କର ଇକନୋମୀ ରେଟ ୩.୬୬ ରହିଥିଲା, ଯାହା ଅନ୍ୟ ଭାରତୀୟ ବୋଲରଙ୍କ ଠାରୁ ବହୁତ କମ୍ ରହିଛି । ଚହଲ ମ୍ୟାଚ୍ ପରେ କହିଥିଲେ କି, ଆୟର୍ଲାଣ୍ଡର ପାଣିପାଗ ଏତେ ଥଣ୍ଡା ଅଛି କି ଏଠାରେ ବୋଲିଂ କରିବାରେ ବହୁତ ଅସୁବିଧା ହେଉଛି । ମୋତେ ଏପରି ଲାଗୁଥିଲା କି ମୁଁ ଫିଙ୍ଗର ସ୍ପିନର ହୋଇଯାଇଛି । କିନ୍ତୁ ମୋତେ ଏଭଳି ପରିସ୍ଥିତିରେ ନିଜକୁ ସେଟ୍‌ କରିବାର ଥିଲା।

ହାର୍ଦ୍ଦିକଙ୍କ ଅଧିନାୟକତ୍ବକୁ ନେଇ ଏକ ମଜାଦାର ବୟାନ ଦେଇଥିଲେ ଚହଲ । ଚହଲ କହିବାନୁଯାୟୀ, ହାର୍ଦ୍ଦିକଙ୍କ କ୍ୟାପଟେନସିପରେ ଟିମର ମାହୋଲ ପୂରାପୁରି କୁଲ୍ ରହିଛି । ସେ ମୋତେ ଓ ଅନ୍ୟ ଖେଳାଳିଙ୍କୁ ଖୋଲି କରି ନିଜ ଯୋଜନା କାର୍ଯ୍ୟକାରୀ କରିବାକୁ ସ୍ବାଧୀନତା ଦେଇଛନ୍ତି । ସେଥିଯୋଗୁଁ ଏବେ ଟିମର ତାପମାତ୍ରା ଖସିଯାଇଛି ଏବଂ ତିନି ତିନିଟି ସ୍ୱେଟର ପିନ୍ଧିବା ପରେ ବି କାମ ଚଳୁନି।

 

View this post on Instagram

 

A post shared by Yuzvendra Chahal (@yuzi_chahal23)

ବର୍ଷା ଯୋଗୁଁ ଟି-୨୦ ମ୍ୟାଚ୍‌କୁ ୧୨-୧୨ ଓଭର ଖେଳାଯାଇଥିଲା। ଆୟର୍ଲାଣ୍ଡ ୪ ଓ୍ଵିକେଟ ହରାଇ ୧୦୮ ରନ୍‌ କରିଥିଲେ। ଭାରତ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର ଏବଂ ଆଭେଶ ଖାନ ଗୋଟିଏ ଗୋଟିଏ ଓ୍ଵିକେଟ ନେଇଥିଲେ।

ହାର୍ଦ୍ଦିକ ପାଣ୍ଡ୍ୟା ୧୫ ରନ୍‌ କରି ଆଉଟ୍‌ ହୋଇଥିଲେ। ଦୀପକ ହୁଡ୍ଡାଙ୍କ ବ୍ୟତୀତ ଦିନେଶ କାର୍ତ୍ତିକ ୪ ରନ୍‌ କରିଥିଲେ। ଆଗାମୀ ମ୍ୟାଚ ଟିମ୍‌ ଇଣ୍ଡିଆ ୨୮ ଜୁନରେ ଦ୍ୱିତୀୟ ମ୍ୟାଚ ଖେଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.