ବିବାହ ବିଚ୍ଛେଦ ପରେ ଏହି ଖେଳାଳି ପତ୍ନୀଙ୍କ ଝିଆରୀ ସହ ରଖିଛନ୍ତି ପ୍ରେମ ସମ୍ପର୍କ

ବିବାଦ ଓ ଖେଳର ଯେମିତି ଏକ ଗଭୀର ସମ୍ପର୍କ ରହିଛି । କୋଟି କୋଟି ଲୋକଙ୍କ ହୃଦୟରେ ରାଜ କରୁଥିବା ପ୍ରାୟତଃ ଖେଳାଳି ମାନଙ୍କ ବ୍ୟକ୍ତିଗତ ଜୀବନ ସେତେଟା ଶାନ୍ତିପୂର୍ଣ ନଥାଏ । ବିଶ୍ବରେ ଏମିତି ବି ବହୁ ଖେଳାଳି ଅଛନ୍ତି ଯେଉଁମାନେ ରେକର୍ଡ ଓ ଖେଳଠୁ ବି ଅଧିକ ନିଜ ପାରିବାରିକ ଜୀବନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଏହି କିଛି ଦିନ ହେବ ବ୍ରାଜିଲର ଜଣେ ଫୁଟବଲ ଖେଳାଳି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଛି । ବ୍ରାଜିଲର ଏହି ଫୁଟବଲ ଖେଳାଳି ଗିବନଡେୟାର ବିଏରା ଜୋ ହଳକ ନାଁରେ ହିଁ ଅଧିକ ଲୋକପ୍ରିୟ । ନିଜ ୧୨ ବର୍ଷର ବିବାହ ସମ୍ପର୍କ ପରେ ହଲ୍କ ନିଜ ପତ୍ନୀ ଇରାନ ଏଞ୍ଜେଲାଙ୍କୁ କିଛି ମାସ ପୂର୍ବରୁ ହିଁ ଛାଡପତ୍ର ଦେଇଥିଲେ ।

hulk new

ସୂଚନା ମୁତାବକ ହଲ୍କ ଓ ତାଙ୍କ ପ୍ରଥମ ପତ୍ନୀଙ୍କର ୩ଟି ସନ୍ତାନ ମଧ୍ୟ ଅଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ନିଜ ପତ୍ନୀଙ୍କ ସମ୍ପ୍ରକିୟା ସହ ହଲ୍କଙ୍କ ପ୍ରେମ ସମ୍ପର୍କକୁ ନେଇ ବ୍ରାଜିଲ ଗଣମାଧ୍ୟମ ଗୁଡିକରେ ଚର୍ଚ୍ଚା ବେଶ ଜୋର ଧରିଛି । ବର୍ତ୍ତମାନ ସମୟରେ ସାଂଘାଇ ସୁପର ଲିଗରେ ବ୍ୟସ୍ତ ଥିବା ନିଜ ନୂଆ ପ୍ରେମ ସଂମ୍ପର୍କ ନେଇ ନିଜେ ହିଁ ହଲ୍କ ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି । ନିଜେ ହଲ୍କ ନିଜର ଏହି ନୂଆ ସମ୍ପର୍କକୁ ସାର୍ବଜନିକ କରିଛନ୍ତି । ହଲ୍କ ଏହା ମଧ୍ୟ କହିଛନ୍ତି କି ଗତ ଅକ୍ଟୋବର ମାସରୁ ହିଁ ସେ କେମିଲାଙ୍କ ସହ ଡେଟିଂ କରୁଛନ୍ତି । ତାଙ୍କ ନୁଯାୟୀ ନିଜର ଏହି ସମ୍ପର୍କକୁ ଲୁଚେଇବା ପାଇଁ ହଲ୍କ ଜମା ବି ଚାହୁଁ ନାହାନ୍ତି । ଏବାବଦରେ ହାଲ୍କାଙ୍କ ବର୍ତ୍ତମାନର ପ୍ରେମିକା ବି ଏ ସମ୍ପର୍କ ନେଇ ସୋସିଆଲ ମିଡିଆରେ ଏକ ମେସେଜ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.