ବିରାଟ କୋହଲିଙ୍କ ବିରୋଧରେ ମାମଲା ରୁଜୁ, ଅନ୍‌ଲାଇନ୍‌ ଜୁଆକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ

ଭାରତୀୟ କ୍ରିକେଟ୍‌ ଟିମ୍‌ର କ୍ୟାପ୍‌ଟେନ୍‌ ବିରାଟ କୋହଲିଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟରେ ଏକ ପିଟିସନ୍‌ ଦାୟର କରାଯାଇଛି। ବିରାଟଙ୍କ ବିରୋଧରେ ଅନ୍‌ଲାଇନ୍‌ ଗେମ୍ବଲିଙ୍ଗ ଅର୍ଥାତ୍‌ ଅନ୍‌ଲାଇନ୍‌ ଜୁଆକୁ ପ୍ରୋତ୍ସାହିତ କରିବା ଅଭିଯୋଗ ହୋଇଛି। ଏଥିସହ ତାଙ୍କୁ ଗିରଫ କରିବାକୁ ମଧ୍ୟ ଦାବି ହୋଇଛି। ବିରାଟ କୋହଲିଙ୍କ ବ୍ୟତୀତ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ବିରୋଧରେ ମଧ୍ୟ ସମାନ ଅଭିଯୋଗ ହୋଇଛି।

The Rise of Online Gambling in India - OfficeChai

ଚେନ୍ନାଇର ଜଣେ ଓକିଲ ଏମ୍‌ଏଚ୍‌ସିରେ ଅନ୍‌ଲାଇନ୍‌ ଜୁଆ ଖେଳିବା ବିରୋଧରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟରେ ଏକ ପିଟିସନ୍‌ ଦାୟର କରିଛନ୍ତି। ଏହି ପିଟିସନ୍‌ରେ କୁହାଯାଇଛି ଯେ ଯୁବପିଢ଼ି ଜୁଆ ଖେଳ ପ୍ରତି ଆସକ୍ତ ହେଉଛନ୍ତି। ଅନ୍‌ଲାଇନ୍‌ ଜୁଆ କମ୍ପାନୀ ବିରାଟ କୋହଲି ଓ ତମନ୍ନାଙ୍କ ଭଳି କଳାକାରଙ୍କ ସାହାଯ୍ୟରେ ଯୁବପିଢ଼ିଙ୍କୁ ଜୁଆ ଖେଳିବା ପାଇଁ ବ୍ରେନ୍‌ଓ୍ଵାସ୍‌ କରୁଛନ୍ତି। ଏଣୁ ଏହି ଦୁଇ ଜଣଙ୍କୁ ଗିରଫ କରିବାକୁ ପିଟିସନ୍‌ରେ ଦାବି କରାଯାଇଛି।

Years after dating rumours, Tamannaah Bhatia opens up about ...

ଏହି ପିଟିସନ୍‌ରେ ସେ ଏକ ଉଦାହରଣ ମଧ୍ୟ ଦେଇଛନ୍ତି ଯେଉଁଥିରେ କୁହାଯାଇଛି ଅନ୍‌ଲାଇନ୍‌ ଜୁଆ ପାଇଁ ଜଣେ ଯୁବକ ଆତ୍ମହତ୍ୟା ମଧ୍ୟ କରିଛନ୍ତି। କାରଣ ଅନ୍‌ଲାଇନ୍‌ ଜୁଆ ପାଇଁ ସେ ଦେଇଥିବା ଟଙ୍କା ଫେରାଇପାରିନଥିଲେ। ଏଣୁ ଜୁଆ ରୋକିବା ସହ ଏହାକୁ ପ୍ରୋତ୍ସାହନ ଦେଉଥିବା କଳାକାରଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.