ଭଲିବଲ ପ୍ରତିଭା ଲାସ୍ୟମୟୀଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧନା

କରଞ୍ଜିଆ (କେନ୍ୟୁଜ): ଜାତୀୟ ଭଳିବଲ ଖେଳାଳି ଲାସ୍ୟମୟୀ ମହାନ୍ତ ଚଳିତବର୍ଷ ଥାଇଲାଣ୍ଡରୁ ଖେଳି ଫେରିଛନ୍ତି । ୧୮ ବର୍ଷରୁ କମ ଉଦୀୟମାନ ଜାତୀୟ ଭଲିବଲ ଖେଳାଳି ଲାସ୍ୟମୟୀ ମହାନ୍ତ ଓଡ଼ିଶାରେ ଏକମାତ୍ର ମହିଳା ଯିଏକି ଅନ୍ତର୍ଜାତୀୟ ସ୍ତର ଖେଳରେ ସୁଯୋଗ ପାଇଛନ୍ତି । ତାଙ୍କୁ ନିଜ ଜନ୍ମମାଟିରେ ଉଚ୍ଚ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଲାସ୍ୟମୟୀ ଓଡିଶାର ଏକମାତ୍ର ଖେଳାଳି ଭାବେ ଭାରତୀୟ ଦଳରେ ସାମିଲ ହୋଇ ଥାଇଲାଣ୍ଡରେ ୬ରୁ୧୩ ମଧ୍ୟରେ ହୋଇଥିବା ମ୍ୟାଚରେ ଭାଗ ନେଇଥିଲେ।

ଓଡିଶାକୁ ଫେରିବା ପରେ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ବଡ଼ପୋଷି ଗ୍ରାମରେ ଖଣ୍ଡବନ୍ଧ ପଞ୍ଚାୟତ ବାସୀ ତଥା ଠାକୁରମୁଣ୍ଡାର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ସମ୍ବର୍ଦ୍ଧନା ସମୟରେ ତାଙ୍କ ସହିତ କୋଚ ସୁଷମା ନନ୍ଦ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। କୋଚ ସୁଷମା ନନ୍ଦନିଜ ପ୍ରତିକ୍ରିୟାରେ ଖୁବ ଖୁସି ଥିବା କହିବା ସହିତ ଓଡିଶା ସରକାର, ଓଡିଶା ଓ ଜାତୀୟ ଭଲିବଲ ଆସୋସିଏସନ ଏବଂ କୀଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି l ସେ ଜାତୀୟ ସ୍ତରରେ ୭ ଥର ଅନ୍ତର୍ଜାତୀୟ ସ୍ତରର ଥରେ ଭଳିବଲ ଖେଳ ଖେଳିଛନ୍ତି ।

ଗ୍ରାମବାସୀ ନାଚ, ଗୀତ ଓ ପାରମ୍ପରିକ ବାଦ୍ୟରେ ଗାଁ ମୁଣ୍ଡରୁ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ। ସେହିପରି କୁଡୁମି ସମାଜ ପକ୍ଷରୁ କର୍ମକର୍ତ୍ତାମାନେ ଯୋଗଦେଇ ଲାସ୍ୟମୟୀଙ୍କୁ ସମ୍ବର୍ଦ୍ଧିତ କରିଥିବା ଦେଖିବାକୁ ମିଳିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.