ବିଶ୍ବକପ୍ ପାଇଁ ଭାରତ ଦଳ ଘୋଷଣା, ଅନଫିଟ୍ ଅକ୍ଷର ପଟେଲଙ୍କ ସ୍ଥାନରେ ଖେଳିବେ ଆର୍ ଅଶ୍ୱିନ୍

ବିଶ୍ବକପ୍ ପାଇଁ ଘୋଷଣା ହୋଇଛି ଭାରତ ଦଳ । ଟିମକୁ ଫେରିଛନ୍ତି ଅଫ୍ ସ୍ପିନର ଆର୍ ଅଖେଳିବେ ଶ୍ବିନ। ଆହତ ହୋଇଥିବା ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ବାଦ୍ ଦିଆଯାଇଛି । ଏହା ପୂର୍ବରୁ ଆଜି ଠାରୁ ଆରମ୍ଭ ହେଉଛି ୱାର୍ମଅପ୍ ମ୍ୟାଚ୍। ପ୍ରଥମ ଦିନରେ ୩ଟି ମ୍ୟାଚ୍ ଖେଳାଯିବ।

ବିଶ୍ବକପ୍ ପାଇଁ ଘୋଷଣା ହୋଇଛି ଭାରତ ଦଳ । ଟିମକୁ ଫେରିଛନ୍ତି ଅଫ୍ ସ୍ପିନର ଆର୍ ଅଖେଳିବେ ଶ୍ବିନ। ଆହତ ହୋଇଥିବା ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ବାଦ୍ ଦିଆଯାଇଛି । ନିକଟରେ ଅଶ୍ୱିନଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ମଧ୍ୟ ସୁଯୋଗ ଦିଆଯାଇଥିଲା । ଯେଉଁଥିରେ ସେ ଭଲ ପ୍ରଦର୍ଶନ କରିଥିଲେ। ଅକ୍ଷର ପଟେଲ୍ ଆହତ ଥିବା ହେତୁ ତାଙ୍କ ସ୍ଥାନରେ ଅଶ୍ବିନଙ୍କୁ ଦଳରେ ନିଆଯାଇଛି। ବିଶ୍ବକପ ପାଇଁ ଭାରତୀୟ ସ୍କ୍ବାଡରେ ସାମିଲ ହୋଇଥିବା ଖେଳାଳିମାନେ ଅଧିନାୟକ ରୋହିତ ଶର୍ମା , ବିରାଟ କୋହଲି, ଜସପ୍ରୀତ ବୁମରା, ଶୁଭମନ ଗିଲ, କେ.ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା , ଶ୍ରେୟସ୍ ଅୟର, ରବୀନ୍ଦ୍ର ଜାଡେଜା, ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ଆର ଅଶ୍ୱିନ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମହମ୍ମଦ ଶାମି ଏବଂ ଶାର୍ଦ୍ଦୁଲ ଠାକୁରଙ୍କ ନା ଘୋଷଣା କରାଯାଇଛି ।

ଆଇସିସି ଦିନିକିଆ ବିଶ୍ୱକପକୁ ସପ୍ତାହରେ କମ୍ ସମୟ ବାକି ରହିଲା । ଏହା ପୂର୍ବରୁ ଆଜି ଠାରୁ ଆରମ୍ଭ ହେଉଛି ୱାର୍ମଅପ୍ ମ୍ୟାଚ୍। ପ୍ରଥମ ଦିନରେ ୩ଟି ମ୍ୟାଚ୍ ଖେଳାଯିବ। ବାଂଲାଦେଶ-ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା- ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ-ପାକିସ୍ତାନ ମଧ୍ୟରେ ଖେଳାଯିବ ୱାର୍ମଅପ୍ ମ୍ୟାଚ୍। ଗୌହାଟୀରେ ବାଂଲାଦଶ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବାକୁ ଥିବାବେଳେ ଆଫ୍ରିକା ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍ ଥିରିବନନ୍ତପୁରମ ଏବଂ ହାଇଦ୍ରାବାଦରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭରାତୀୟ ଦଳ ଦୁଇଟି ୱାର୍ମ ଅପ୍ ମ୍ୟାଚ୍ ଖେଳାଯିବ। ଆସନ୍ତାକାଲି ଗୌହାଟୀରେ ଇଂଲଣ୍ଡ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳିବ ଭାରତ। ଅକ୍ଟୋବର ୩ରେ ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିବ ୱାର୍ମଅପ୍ ମ୍ୟାଚ୍। ଆସନ୍ତା ୫ ତାରିଖରୁ ବିଶ୍ବକପର ଲିଗ୍ ମ୍ୟାଚ୍ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ନ୍ୟୁଜିଲାଣ୍ଡ ଓ ଡିଫେଣ୍ଡି ଚାମ୍ପିଅନ୍ ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ ଭାରତ। ନଭେମ୍ବର ୧୯ରେ ଖେଳାଯିବ ବିଶ୍ବକପ୍ ଫାଇନାଲ ମ୍ୟାଚ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.