ଚେନ୍ନାଇର ପରାଜୟରେ ଗୋଡ କଚାଡି ବାହୁନି-ବାହୁନି କାନ୍ଦିଲା ଏହି ବାଳକ, ସାରାରାତି ବୁହାଇଲା ଲୁହ

IPL ୨୦୧୯ର ଫାଇନାଲରେ ଚେନ୍ନାଇ ହାରିବା କାରଣରୁ ଟିମର ଫ୍ୟାନ୍ସ ବହୁତ ଦୁଃଖରେ ଅଛନ୍ତି। ଲୋକମାନେ ବିଶ୍ବାସ କରିପାରୁନାହାନ୍ତି ଯେ ବିଜୟ ମୁକୁଟ ପିନ୍ଧିବାର ଆକାଂକ୍ଷାରେ ଥିବା ଚେନ୍ନାଇ ୧ ରନରେ ହାରିଗଲା। ରବିବାର ରାତିରୁ ନେଇ ଏବେ ପର୍ଯ୍ୟନ୍ତ ପୂରା ସୋସିଆଲ ମିଡିଆରେ ଚେନ୍ନାଇ ଏବଂ ମୁମ୍ବାଇର ସେହି ରୋମାଞ୍ଚକର ମ୍ୟାଚର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ ଇଣ୍ଟରନେଟରେ ଏକ ଭିଡିଓ ବହୁତ କ୍ଷିପ୍ର ବେଗରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ ଚେନ୍ନାଇ ହାରିବା ପରେ ଜଣେ ଛୋଟ ପିଲା ମୁଣ୍ଡ ବାଡେଇ, ପାଦ କଚାଡି କାନ୍ଦୁଛି। ପିଲାଟିର ନାମ କଣ ଏହାର ସୂଚନା ଏବେ ପର୍ଯ୍ୟନ୍ତ ମିଳିପାରିନାହିଁ। ଧୋନୀ ଆଉଟ ହେବା ପରେ ଏବଂ ଚେନ୍ନାଇ ହାରିବା ପରେ ଯେଉଁଭଳି ଭାବେ ଏହି ପିଲାଟି ଚିଲେଇ ଚିଲେଇ କାନ୍ଦି ନିଜର ଦୁଃଖ ବ୍ୟକ୍ତି କରୁଥିଲା ସତରେ ଏହା ବହୁତ ଯନ୍ତ୍ରଣାଦାୟକ ଥିଲା।

ଭିଡିଓରେ ବାହୁନି ବାହୁନି କାନ୍ଦୁଥିବା ଚେନ୍ନାଇର ଏହି ଫ୍ୟାନ ଜଣକ ତାମିଲରେ କହୁଛି ଯେ ସେ ଆଉଟ ହୋଇନଥିଲା ତାକୁ ଭୁଲରେ ଆଉଟ୍ କରାଯାଇଛି। ଏଥିରେ ଜଣାପଡୁଛି ଯେ ଧୋନୀଙ୍କ ଆଉଟ ହେବା ବିଷୟରେ ବୋଧ ହୁଏ ପିଲାଟି କହୁଛି। ଏହାପରେ ଜଣେ ମହିଳା ପିଲାଟିକୁ ଚୁପ୍ କରିବା ପାଇଁ ବୁଝାଉଛନ୍ତି।

dhoni fanଏମିତି ଧୋନି ହୋଇଥିଲେ ଆଉଟ

ମ୍ୟାଚର ୧୩ ଓଭରରେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ବଲରେ ଧୋନୀ ଦୁଇ ରନ୍ କରିବାକୁ ଚାହୁଁଥିଲେ କିନ୍ତୁ ସେ ରନ୍ଆଉଟ ହୋଇଯାଇଥିଲେ। ଏହି ଆଉଟକୁ ବାରମ୍ବାର ରିପ୍ଲେ କରି ଦେଖାଗଲା। କିନ୍ତୁ କୌଣସି ବି କୋଣରୁ ଏହା ସ୍ପଷ୍ଟ ହୋଇପାରୁନଥିଲା। ଅନେକ ରିପ୍ଲେକୁ ଦେଖିବା ପରେ ଥାର୍ଡ ଅମ୍ପେୟାର ରନଆଉଟ ବୋଲି ଜଣାଇଥିଲେ। ଧୋନୀ ୮ ବଲରେ ୨ ରନ୍ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.