ଚଳିତ ବର୍ଷର ଆଇପିଏଲ ଆୟୋଜନକୁ ନେଇ ବଢୁଛି ଆଶା, ଏନେଇ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କହିଲେ ଦାଦା

ଚଳିତ ବର୍ଷର ଆଇପିଏଲ୍‌ ମ୍ୟାଚକୁ ନେଇ ଧୀରେ ଧୀରେ ଆଶା ବଢ଼ିବାରେ ଲାଗିଛି । ଦେଶରେ ବର୍ତ୍ତମାନର କରୋନା ସ୍ଥିତିକୁ ଆଖି ଆଗରେ ରଖି ଖାଲି ଷ୍ଟାଡିୟମ୍‌ରେ ଚଳିତ ବର୍ଷ ହୋଇପାରେ ଆଇପିଏଲର ସମସ୍ତ ଟୁର୍ଣ୍ଣାମେଣ୍ଟ । ଖୁବ୍‌ ଶୀଘ୍ର ଏବାବଦରେ ନିଷ୍ପତ୍ତି ନିଆଯିବ ବୋଲି ସଙ୍କେତ ଦେଇଛନ୍ତି ବର୍ତ୍ତମାନର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଗାଙ୍ଗୁଲି ଆହୁରି ମଧ୍ୟ କହିଛନ୍ତିକି, ଆମେ ଆଇପିଏଲ ଆୟୋଜନ କରିବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛୁ । ଏଥିପାଇଁ ସମସ୍ତ ସମ୍ଭାବ୍ୟ ବିକଳ୍ପ ଗୁଡିକ ଉପରେ ବିଚାରବିମର୍ଶ ଚାଲିଛି । ଖାଲିଥିବା ଷ୍ଟାଡିମୟମ ଗୁଡିକରେ ବି ଟୁର୍ଣ୍ଣାମେଣ୍ଟ ଆୟୋଜନ କରା ଯାଇପାରେ ।

ଆଇପିଏଲ ଆୟୋଜନ ନେଇ ନେଇ ପ୍ରଶଂସକ, ଫ୍ରାଞ୍ଚାଇଜି ଟିମ୍‌, ଖେଳାଳି, ବ୍ରଡକାଷ୍ଟର, ପ୍ରାୟୋଜକ ମାନେ ସମସ୍ତେ ଉତ୍ସାହିତ ଥିବା ଜଣାଯାଇଛି । ଖୁବଶୀଘ୍ର ବିସିସିଆଇ ତରଫରୁ ଆଇପିଏଲ ନେଇ ନିଷ୍ପତ୍ତି ନିଆଯିବ ବୋଲି ଗାଙ୍ଗୁଲି କହିଛନ୍ତି । ଦେଶରେ ଜାରି ହୋଇଥିବା କରୋନା ସ୍ଥିତି ଯୋଗୁ ଅନିଶ୍ଚିତ କାଳ ପାଇଁ ଆଇପିଏଲ୍‌ ଆୟୋଜନକୁ ସ୍ଥଗିତ ରଖା ଯାଇଥିଲା । ତେବେ ସୌରଭ ଦାଦାଙ୍କ ଏହି ସଙ୍କେତ ପରେ ଆଇପିଏଲ ହେବା ନେଇ ଏକ ନୂଆ ସମ୍ଭାବନା ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.