ଧୋନୀଙ୍କ ନାଁରେ ମିଥ୍ୟା ଖବର ପ୍ରଚାର ପାଇଁ ରାଗିଲେ ସାକ୍ଷୀ ଧୋନୀ, କହିଲେ ଏଭଳି କାମ ପାଇଁ ଲାଜ ଲାଗିବା କଥା

କରୋନା ବିରୁଧରେ ଲଢେ଼ଇ କରିବା ପାଇଁ ଅନେକ ଷ୍ଟାରମାନେ ମଧ୍ୟ ଆଗେଇ ଆସିଛନ୍ତି। ସେ ବଲିଉଡର କଳାକାର ହୁଅନ୍ତୁ ବା ଖେଳ ଜଗତର ଷ୍ଟାର। ଲୋକଙ୍କୁ ସାହାଯ୍ୟ କରିବା ପାଇଁ ମନ ଖୋଲି ଦାନ କରୁଛନ୍ତି କିନ୍ତୁ ଏହି ଦାନକୁ ନେଇ ଏବେ ଏକ ମିଥ୍ୟା ଖବର ପ୍ରଚାର ହେବାର ଘଟଣା ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ଖେଳ ଜଗତର ମାହୀ କୁହାଯାଉଥିବା ଧୋନୀଙ୍କ ପତ୍ନୀ ଏହି ମିଥ୍ୟା ଖବର ପ୍ରଚାର ହେବା ନେଇ ଟ୍ୱିଟ ଜରିଆରେ ନିଜର ମତ ପ୍ରକାଶ କରିବା ସହ ଖୁବ ରାଗିଛନ୍ତି।

ସୂଚନା ଅନୁଯାୟୀ ସୋସିଆଲ ମିଡିଆରେ ଏକ ଫେକ ନ୍ୟୁଜ(ମିଥ୍ୟା ଖବର) ପ୍ରଚାର ହେବାରେ ଲାଗିଛି କି ଧୋନୀ ବର୍ତ୍ତମାନ ପରିସ୍ଥିତିରେ ଲୋକଙ୍କ ସାହାଯ୍ୟ ପାଇଁ ୧ଲକ୍ଷ ଟଙ୍କା ଦାନ ଦେଇଛନ୍ତି। ଏହି ଖବର ପ୍ରଚାର ହେବା ପରେ ସାକ୍ଷୀ ଧୋନୀ ଟ୍ୱିଟ କରି ଖବର ପ୍ରଚାର କରିଥିବା ଲୋକଙ୍କ ଉପରେ ଖୁବ ରାଗିଛନ୍ତି।

dhonis wife1

ସୂଚନା ମୁତାବକ ଗତ ଗୁରୁବାର ଦିନ ଏଭଳି ମିଥ୍ୟା ଖବର ସାମ୍ନାକୁ ଆସିଥିଲା। ଆନି ମୁକୁଳ ମାଘୱ ଫାଉଣ୍ଡେସନକୁ ୧ଲକ୍ଷ ଟଙ୍କା ଦାନ ଦେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଧୋନୀ ଏତେ କମ ଟଙ୍କା ଦାନ ଦେବା ନେଇ ଆଲୋଚନା ହେବାରେ ଲାଗିଛି।

ରିପୋର୍ଟ ଅନୁଯାୟୀ ଏହି ଖବର ପ୍ରଚାର ପରେ ସାକ୍ଷୀ ଧୋନୀ ଟ୍ୱିଟ କରି କହିଛନ୍ତି, “ମୁଁ ସବୁ ଗଣମାଧ୍ୟମକୁ ନିବେଦନ କରୁଛି ଏଭଳି ଗମ୍ଭୀର ପରିସ୍ଥିତିରେ ମିଥ୍ୟା ଖବର ପ୍ରଚାର କରନ୍ତୁ ନାହିଁ, ଏଭଳି ଖବର ପ୍ରଚାର କରିବାରେ ଲଜ୍ୟା ଆସିବା କଥା। ବର୍ତ୍ତମାନ ଏହି ଖବର ପ୍ରଚାର କରିଥିବା ପତ୍ରକାରିତ ସମ୍ପୂର୍ଣ୍ଣ ନିଖୋଜ ହୋଇଯାଇଛନ୍ତି। ଏଥିସହ ସାକ୍ଷୀ ଟଙ୍କା ଦାନ ଦେବା ନେଇ କୌଣସି ସୂଚନା ଦେଇନାହାନ୍ତି।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.