ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ବିଶ୍ବକପ୍‌ ବିଜେତା ଇଅନ ମୋର୍ଗାନ, ୧୬ ବର୍ଷର ଲମ୍ବା କ୍ୟାରିୟରକୁ କହିଲେ ଅଲବିଦା

ନୂଆଦିଲ୍ଲୀ : ଇଂଲଣ୍ଡର ବିଶ୍ବକପ ବିଜେତା ଅଧିନାୟକ ଇଅନ ମୋର୍ଗାନ ଜୁନ ୨୮ରେ (ମଙ୍ଗଳବାର) ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ନେବେ ବୋଲି ଆଲୋଚନା ହେଉଥିଲା । ଏହାକୁ ନେଇ ବର୍ତ୍ତମାନ ବିଭିନ୍ନ ମିଡିଆରେ ଚର୍ଚ୍ଚା ହେଉଥିଲା । ଯାହା ଆଜି ସତରେ ପରିଣତ ହୋଇଛି । ନିଜର ଖରାପ ଫର୍ମ ଓ ଆହତ ସମସ୍ୟାକୁ ନେଇ ଗତି କରୁଥିଲେ ମୋର୍ଗାନ । ଯେଉଁଥିପାଇଁ ସେ ଟିମକୁ ଫେରିବାକୁ ସଂଘର୍ଷ କରୁଥିଲେ । ହେଲେ ଏବେ ସେ ଏକ ବଡ ନିଷ୍ପତ୍ତି ନେଇଛନ୍ତି ।

ଇଅନ ମୋର୍ଗାନ ଦିନିକିଆ କ୍ରିକେଟରେ ୧୨୬ଟି ମ୍ୟାଚ୍‌ରେ ଅଧିନାୟକ ଦାୟିତ୍ବ ତୁଲାଇଥିବା ବେଳେ ୭୨ଟି ଟି୨୦ ମ୍ୟାଚ୍‌ରେ ଅଧିନାୟକ ଦାୟିତ୍ବ ତୁଲାଇଛନ୍ତି । ୨୦୧୯ ମସିହାରେ ବିଶ୍ବ ବିଜୟୀ ଇଂଲଣ୍ଡ ଦଳର ଅଧିନାୟକ ଥିଲେ ଇଅନ ମୋର୍ଗାନ । ଇଅନ ମୋର୍ଗାନ ନିଜର ଦକ୍ଷତାର ସହିତ ଅଧିନାୟକ ଦାୟିତ୍ବ ତୁଲାଇଥିଲେ ଯାହା ଇଂଲଣ୍ଡ କ୍ରିକେଟରେ ବଡ ପରିବର୍ତ୍ତନ ଆଣିଥିଲା । ଏହାସହ ସେ ଦିନିକିଆ ଓ ଟି-୨୦ରେ ଇଂଲଣ୍ଡର ସଫଳ ଅଧିନାୟକ ଭାବେ ପରିଚିତ ।

ଇଅନ ମୋର୍ଗାନଙ୍କ ଜନ୍ମ ଆୟାରଲ୍ୟାଣ୍ଡର ଉତ୍ତର ପଶ୍ଚିମ ଡବ୍ଲିନରେ ହୋଇଥିଲା । ସେ ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଆୟାରଲ୍ୟାଣ୍ଡ ପକ୍ଷରୁ ଦିନିକିଆ ଖେଳୁଥିଲେ । ୨୦୦୯ ମସିହାରେ ହିଁ ସେ ଇଂଲଣ୍ଡ ପକ୍ଷରୁ ଖେଳିବା ଆରମ୍ଭ କରିଥିଲେ । ଏହାପରେ ୨୦୧୪ ଡିସେମ୍ବରରେ ଇଂଲଣ୍ଡର ଦିନିକିଆ ଅଧିନାୟକ ଭାବରେ ଦାୟିତ୍ବ ନେଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.