IPL 2024 : ଟିମ୍ ଜିତୁ କି ହାରୁ…. କିନ୍ତୁ କୋଟି କୋଟି ହୁଏ ଆୟ, ହେଲେ ଖେଳାଳିଙ୍କୁ ମିଳେ ବହୁତ କମ୍
ଚଳିତବର୍ଷ ମଧ୍ୟ ଆଇପିଏଲରେ ୧୦ଟି ଟିମ୍ ଖେଳିବ । ରିପୋର୍ଟ ମୁତାବକ, ପ୍ରତି ଟିମ୍ ୪୦୦ରୁ ୫୦୦ କୋଟି ଟଙ୍କା ଆୟ କରିଥାଏ । ପ୍ରତି ଟିମର ଅକ୍ସନ ପାଇଁ ୧୦୦ କୋଟି ଟଙ୍କା ରହିଥାଏ । ସେଥିରୁ ଖେଳାଳିଙ୍କୁ କିଣାଯାଏ । ଏହା ସହିତ ଟିମର ହୋଟେଲ, ଖାଇବା ଏବଂ ଆସୋସେରିଜରେ ଖର୍ଚ୍ଚ ହୋଇଥାଏ । କିନ୍ତୁ ଏହି ସମସ୍ତ ଖର୍ଚ୍ଚ ଆୟ ଠାରୁ ବହୁତ କମ୍ ହୋଇଥାଏ ।

ଆଉ କିଛିଦିନ ପରେ ଆଇପିଏଲ୍ ୨୦୨୪ ଆରମ୍ଭ ହେବାକୁ ଯାଉଛି । ଏହି ସିଜିନର ପ୍ରଥମ ମ୍ୟାଚ ଚେନ୍ନାଇ ସୁପରକିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ଖେଳାଯିବ । ଗତଥର ମହେନ୍ଦ୍ର ସିଂ ଧୋନିଙ୍କ ଟିମ ଚେନ୍ନାଇ ସୁପରକିଙ୍ଗସ ଟାଇଟଲ ଜିତିଥିଲା । କିନ୍ତୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୋଟିଏ ଥର ମଧ୍ୟ ଟାଇଟଲ ଜିତିନାହିଁ । ତେଣୁ ପ୍ରଥମ ମ୍ୟାଚ ଦେଖିବାକୁ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି ।
ଚଳିତବର୍ଷ ମଧ୍ୟ ଆଇପିଏଲରେ ୧୦ଟି ଟିମ୍ ଖେଳିବ । ଏହି ଟିମ୍ ଜିତି କିମ୍ବା ହାରୁ କିନ୍ତୁ ଆୟ ଜବରଦସ୍ତ କରିବ । ରିପୋର୍ଟ ମୁତାବକ, ପ୍ରତି ଟିମ୍ ୪୦୦ରୁ ୫୦୦ କୋଟି ଟଙ୍କା ଆୟ କରିଥାଏ । ୨୦୨୩ରେ ଡି ଆଣ୍ଡ ପି ଆଡଭାଇଜରୀର ମ୍ୟାନେଜିଂ ପାର୍ଟନର ସନ୍ତୋଷ ଏନ ଏକ ଇଣ୍ଟରଭ୍ୟୁରେ କହିଥିଲେ । ଏହା ମୁତାବକ, ଆଇପିଏଲ୍ର ସେଣ୍ଟ୍ରାଲ ପୁଲ୍ ପାଖାପାଖି ୯୦୦୦ରୁ ୧୦,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ରହିଥାଏ । ଏହାର ୫୦ ପ୍ରତିଶତ ଭାଗ ଟିମରେ ଭାଗ ବଣ୍ଟାଯାଏ । ଏହି ହିସାବରେ ପ୍ରତି ଟିମ୍କୁ ପାଖାପାଖି ୪୫୦ ରୁ ୫୦୦ ଟଙ୍କା କୋଟି ମିଳୁଛି ।
ଆଇପିଏଲରେ ଫ୍ରାଞ୍ଚାଇଜ ଏବଂ ଲିଗ୍ ପାଖରେ ଟଙ୍କା ରୋଜଗାର କରିବାର ଅନେକ ଉପାୟ ରହିଛି । ଏହାର ମୋଟା ଅଂଶ ମିଡିଆ ବ୍ରଡକାଷ୍ଟ ରାଇଟ୍ସରୁ ଆସିଥାଏ । ରାଇଟ୍ସରୁ ଆଇପିଏଲ ମୋଟା ଅଙ୍କର ଟଙ୍କା ଆୟ କରିଥାଏ । ଏହି ରାଇଟ୍ସ ୫ ବଷ ର୍ ପାଇଁ ବିକ୍ରି ହୋଇଛି । ଆଇପିଏଲରେ ସ୍ପନସରସିପରୁ ମଧ୍ୟ ଭଲ ଆୟ ହେଉଛି । ପ୍ରତି ଟିମର ଜର୍ସିରେ ସ୍ପେନର୍ସ ଲୋଗୋ ରହିଥାଏ । ଏହାସହିତ ମ୍ୟାଚ ସମୟରେ ଷ୍ଟାଡିୟମରେ ଅନେକ ସ୍ଥାନରେ ବିଜ୍ଞାପନ ଲାଗିଥାଏ ।
ତେବେ ଯଦି ଖେଳାଳିଙ୍କ ଖର୍ଚ୍ଚ କଥା କୁହାଯାଏ, ତେବେ ଏହି ଇନକମ ବହୁତ କମ୍ ରହିଥାଏ । ପ୍ରତି ଟିମର ଅକ୍ସନ ପାଇଁ ୧୦୦ କୋଟି ଟଙ୍କା ରହିଥାଏ । ସେଥିରୁ ଖେଳାଳିଙ୍କୁ କିଣାଯାଏ । ଏହା ସହିତ ଟିମର ହୋଟେଲ, ଖାଇବା ଏବଂ ଆସୋସେରିଜରେ ଖର୍ଚ୍ଚ ହୋଇଥାଏ । କିନ୍ତୁ ଏହି ସମସ୍ତ ଖର୍ଚ୍ଚ ଆୟ ଠାରୁ ବହୁତ କମ୍ ହୋଇଥାଏ ।