୧୯୮୩ ବିଶ୍ୱକପ୍ ବିଜେତା ଦଳର ୟଶପାଲ ଶର୍ମାଙ୍କ ହୃଦଘାତରେ ଦେହାନ୍ତ

ପୂର୍ବତନ ଭାରତୀୟ କ୍ରିକେଟର ତଥା ୧୯୮୩ ବିଶ୍ୱକପ୍ ବିଜେତା ଦଳର ୟଶପାଲ ଶର୍ମାଙ୍କ ଦେହାନ୍ତ ହୋଇଛି । ମଙ୍ଗଳବାର ସକାଳେ ହୃଦଘାତ ହେତୁ ୟଶପାଲ ଶର୍ମାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । କ୍ରିକେଟ୍ କ୍ୟାରିୟରରେ ତାଙ୍କର ପ୍ରଦର୍ଶନ ଥିଲା ଚମତ୍କାର । ୟଶପାଲ ଶର୍ମା ଭାରତ ପାଇଁ ମୋଟ ୩୭ ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ ଯେଉଁଥିରୁ ସେ ହାରାହାରି ୩୪ ଟି ମ୍ୟାଚରେ ଖେଳି ୧୬୦୬ ରନ୍ ସ୍କୋର କରିଥିଲେ ।

ଏଥିସହ, ମୋଟ ୪୨ଟି ODI ରେ ଯଶପାଲ ଶର୍ମା ୮୮୩ ରନ୍ କରିଥିଲେ । ୧୯୮୩ ବିଶ୍ୱକପ ବିଜେତା ଦଳର ଯଶପାଲ ଶର୍ମା ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଟ ଥିଲେ । ବିଶ୍ୱକପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ୟଶପାଲ ଶର୍ମା ୮୯ ରନ୍ ସଂଗ୍ରହ କରିଥିଲେ । ଯେଉଁଥିପାଇଁ ଟିମ୍ ଇଣ୍ଡିଆର ବିଜୟ ହୋଇଥିଲା । ଏହାସହ ସେମିଫାଇନାଲରେ ୟଶପାଲ ଶର୍ମା ୬୧ ରନ ସଂଗ୍ରହ କରିଥଲେ । ଫଳରେ ଇଂଲଣ୍ଡକୁ ମାତ୍ ଦେଇଥିଲା ଭାରତ । ସେ ୧୧ ଅଗଷ୍ଟ ୧୯୫୪ରେ ଜନ୍ମଗ୍ରହଣ କରିଥିଲେ । ଜାତୀୟ ସିଲେକ୍ଟର ଭାବେ ଭାରତୀୟ କ୍ରିକେଟରେ ଦାୟିତ୍ୱ ତୁଲାଇଛନ୍ତି ୟଶପାଲ୍‌। ତାଙ୍କ ମୃତ୍ୟୁ କ୍ରୀଡା ଜଗତରେ ଅପୂରଣୀୟ କ୍ଷତି । ତାଙ୍କ ମୃତ୍ୟୁରେ ଟ୍ଵିଟ୍‌ କରି ଶୋକ ପ୍ରକାଶ କଲେ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.