ଫ୍ରେଞ୍ଚ ଓପନ କ୍ୱାର୍ଟର ଫାଇନାଲ: ସାତ୍ତ୍ୱିକ ଓ ଚିରାଗ ଯୋଡି ସେମିଫାଇନାଲରେ, ସିନ୍ଧୁ ଓ ସାଇନା ହେଲେ ପରାସ୍ତ

ବିଶ୍ୱ ଚମ୍ପିୟାନ ପିଭି ସିନ୍ଧୁ ଓ ସାଇନା ନେହୱାଲ ଫ୍ରେଞ୍ଚ ଓପନ ବ୍ୟାଡମିଣ୍ଟନର କ୍ୱାର୍ଟର ଫାଇନାଲ ରାଉଣ୍ଡରେ ପରାସ୍ତ ହୋଇଛନ୍ତି । ଏହା ସହ ମହିଳା ବିଭାଗର ଏକଲା ବର୍ଗରେ ଭାରତର ସମସ୍ତ ଆଶା ଧୂଳିସାତ ହୋଇଛି । ବିଶ୍ୱର ୬ଷ୍ଠ ତମ ଖେଳାଳି ପିଭି ସିନ୍ଧୁ ଚାଇନାର ତାଇପେର ତାଇ ଯୁ ଇଙ୍ଗ ଠାରୁ ୧୬-୨୧, ୨୬-୨୪,୧୭-୨୧ ସେଟରେ ପରାସ୍ତ ହୋଇଛନ୍ତି । ସୂଚନା ମୁତାବକ ପ୍ରାୟ ୧୪ ମାସ ପରେ ସିନ୍ଧୁ ତାଇ ଯୁ ଇଙ୍ଗ ଠାରୁ ପରାସ୍ତ ହୋଇଛନ୍ତି । ଅନ୍ୟ ପକ୍ଷେ ରାଷ୍ଟ୍ରମଣ୍ଡଳ ଚମ୍ପିୟନ ସାଇନା ନେହୱାଲ କୋରିଆର ଅନ ସି ୟଙ୍ଗଙ୍କ ଠାରୁ ୨୦-୨୨ ଓ ୨୧-୨୩ ସେଟରେ ପରାସ୍ତ ହୋଇଛନ୍ତି ।
ଏହା ସହ ପୁରୁଷ ଯୋଡି ବିଭାଗରେ ସାତ୍ତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ଭଲ ପ୍ରଦର୍ଶନ କରି ସେମି ଫାଇନାଲ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି । ପୂର୍ବରୁ ଥାଇଲାଣ୍ଡ ଓପନ ଜିତିଥିବା ସାତ୍ତ୍ୱିକ ଓ ଚିରାଗ ଯୋଡି ଡେନମାର୍କର କିମ ଓ ଆଣ୍ଡ୍ରଏସଙ୍କୁ ୩୯ ମିନିଟରେ ୨୧-୧୩ ଓ ୨୨-୨୦ ସେଟରେ ପରାସ୍ତ କରିଛନ୍ତି । ଭାରତୀୟ ଯୋଡି ଅନ୍ତିମ ୧୬ ମିନିଟରେ ବିଶ୍ବ ଚମ୍ପିୟାନ ଇଣ୍ଡୋନେସିଆର ମହମ୍ମଦ ଏହାସନ ଓ ହେଣ୍ଡ୍ରା ସେଟିୟାଵାନଙ୍କୁ ପରାସ୍ତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.