ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଲେ ଅଷ୍ଟ୍ରେଲିଆର ଏହି କ୍ରିକେଟର, ଖୁବ୍ ଶୀଘ୍ର କରିବେ ବିବାହ
ଭାରତୀୟ ଯୁବତୀଙ୍କୁ ନିଜ ମନ ଦେଇଥିବା ଏହି ଅଷ୍ଟ୍ରେଲିଆ କ୍ରିକେଟର ଜଣଙ୍କ ହେଉଛନ୍ତି ଅଲରାଉଣ୍ଡର ଗ୍ଳେନ୍ ମାକ୍ସୱେଲ୍ । ଗ୍ଳେନ୍ ଗତ ଦୁଇ ବର୍ଷ ହେବ ଜଣେ ଭାରତୀୟ ଯୁବତୀଙ୍କୁ ଡେଟ୍ କରୁଛନ୍ତି । ଏହି ଭାରତୀୟ ଯୁବତୀ ଜଣଙ୍କ ହେଉଛନ୍ତି ବିନି ରମନ୍ । ଯାହାଙ୍କୁ ଖୁବ୍ ଶୀଘ୍ର ମାକ୍ସୱେଲ୍ ବିବାହ କରିବାକୁ ଚାହୁଁଛନ୍ତି । କିନ୍ତୁ ତାଙ୍କ ବିବାହ ତାରିଖକୁ ନେଇ କୌଣସି ସୂଚନା ମିଳି ପାରିନାହିଁ ।
ଯଦି ମାକ୍ସୱେଲ୍ ବିନିଙ୍କୁ ବିବାହ କରୁଛନ୍ତି ତେବେ ସେ ଅଷ୍ଟ୍ରେଲିଆର ସନ୍ ଟେଟ୍ଙ୍କ ପରେ ଦ୍ବିତୀୟ ଖେଳାଳି ଭାବେ ଭାରତୀୟ ଯୁବତୀଙ୍କୁ ନିଜର ଜୀବନସାଥୀ କରିବେ। ୨୦୧୪ରେ ଅଷ୍ଟ୍ରେଲିଆ କ୍ରିକେଟ ଟିମର ବୋଲର ସନ୍ ଟେଟ୍ ଭାରତୀୟ ଯୁବତୀ ମାସୁମ୍ ସିଂଧାଙ୍କୁ ବିବାହ କରିଥିଲେ । ଉଭୟ ପରସ୍ପରଙ୍କ ସହିତ ଆଇପିଏଲ୍ ପାର୍ଟି ସମୟରେ ପରିଚିତ ହୋଇଥିଲେ । ଏହାପରେ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କିଛି ଦିନ ପରେ ଦୁହେଁ ବିବାହ କରିଥିଲେ ।
ଦେଖନ୍ତୁ ଭିଡିଓ:
ସୂଚନା ଥାଉକି ବିନି ବର୍ତ୍ତମାନ ଅଷ୍ଟ୍ରଲିଆର ମେଲବର୍ଣ୍ଣରେ ରହୁଛନ୍ତି । ତାଙ୍କର ଇଷ୍ଟାଗ୍ରାମ ପ୍ରୋଫାଇଲ୍ ମୁତାବକ ସେ ଜଣେ ଫାର୍ମାସିଷ୍ଟ । ଏହା ସହିତ ବିନି ତାଙ୍କ ବୟଫ୍ରେଣ୍ଡ ମାକ୍ସୱେଲଙ୍କ ସହିତ ଦେଶ ବିଦେଶରେ ବିଭିନ୍ନ ଟୁର୍ ବେଳର ଫଟୋକୁ ସେୟାର କରିଛନ୍ତି । ଏହି କପଲ କିଛି ଦିନ ତଳେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ଆୱାର୍ଡ ସେରିମନିରେ ନଜର ଆସିଥିଲେ ।
ଏହାସହ ପଢନ୍ତୁ :
ଇତିହାସ ରଚିଲେ ମେରି କମ୍, ମିଳିଲା ଏସିଆର ସର୍ବଶ୍ରେଷ୍ଠ ମହିଳା ଆଥଲେଟର ପୁରସ୍କାର