ଧୋନୀଙ୍କ ସାମ୍ନାରେ ପାଣ୍ଡ୍ୟା ଲଗାଇଲେ ହେଲିକପ୍ଟର ସଟ୍, ଜାଣନ୍ତୁ ପୁଣି କଣ ହେଲା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବ ଅଧିନାୟକ ତଥା ଆଇପିଏଲରେ ସିଏସକେ ଟିମ୍ ର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତାଙ୍କର ହେଲିକାପ୍ଟର ସଟ ପାଇଁ ବେଶ ଜଣାଶୁଣା। ତାଙ୍କର ଏହି ସଟକୁ ଏବେ ଅନେକ ନୂଆ ଖେଳାଳି ଅନୁସରଣ କରୁଛନ୍ତି। କିଛି ଦିନ ପୂର୍ବେ ଧୋନୀଙ୍କ ଏହି ସଟର ଅଭ୍ୟାସ କରୁଥିବା ନଜର ଆସିଥିଲେ ଅନେକ ଯୁବ ଖେଳାଳି। ଏନେଇ ଲଗାତାର ଅଭ୍ୟାସ କରୁଥିବା ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଛନ୍ତି।

ଗତ ମ୍ୟାଚରେ ଚେନ୍ନାଇ ବିପକ୍ଷରେ ଖେଳୁଥିବା ସମୟରେ ସେ ଧୋନୀଙ୍କ ସାମ୍ନାରେ ତାଙ୍କରି ସଟକୁ ଅନୁସରଣ କରି ମାରିବାକୁ ଚେଷ୍ଟା କରିଥିଲେ। ଯାହାକୁ ମୈଦାନରେ ଫିଲଡିଂ କରୁଥିବା ଧୋନୀ ଦେଖି ଖୁସି ହୋଇଯାଇ ଥିଲେ।

ତେବେ ଏହି ସଟକୁ ନେଇ ହାର୍ଦ୍ଦିକଙ୍କୁ ପଚାରା ଯିବାରୁ ସେ କହିଥିଲେ, ମୁଁ ଭାବିଥିଲି ଧୋନୀ ମୋର ହେଲିକପ୍ଟର ସଟ ଦେଖି ମତେ ଅଭିନନ୍ଦନ ଜଣାଇଥାନ୍ତେ। କିନ୍ତୁ ତାଙ୍କ ସାମ୍ନାରେ ମୁଁ ଏହି ସଟ ଖେଳି ପାରିଲି ତାହା ହିଁ ମୋ ପାଇଁ ସ୍ବପ୍ନ ସତ ହେଲା ଭଳି ଲାଗୁଛି।

Leave A Reply

Your email address will not be published.