ଆଇପିଏଲ ୨୦୨୪ରୁ ବାଦ୍‌ ପଡିଲେ ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟର ହ୍ୟାରି ବ୍ରୁକ, ସେୟାର କଲେ ଇମୋସନାଲ ପୋଷ୍ଟ

ଦିଲ୍ଲୀ କ୍ୟାପିଟାଲ୍ସ ଟିମର ବ୍ରୁକଙ୍କୁ ଆଗାମୀ ସିଜିନ ପାଇଁ ୪ କୋଟିରେ କିଣିଥିଲା । ସେ ଚଳିତ ସିଜନରୁ ନାମ ଫେରାଇ ନେଇଛନ୍ତି । ତେବେ ନିଜ ନାମ କାହିଁକି ଫେରାଇ ନେଇଛନ୍ତି, ତାହାର କାରଣ କହିଛନ୍ତି । ଏହାକୁ ନେଇ ସୋସିଆଲ ମିଡିଆରେ ଏକ ଇମୋସନାଲ ପୋଷ୍ଟ ସେୟାର କରିଛନ୍ତି ।

ଇଂଲଣ୍ଡର ଷ୍ଟାର ବ୍ୟାଟ ହ୍ୟାରି ବ୍ରୁକ ଆଗାମୀ ଆଇପିଏଲ୍‌ ୨୦୨୪ରୁ ବାଦ୍‌ ପଡିଛନ୍ତି । ସେ ଚଳିତ ସିଜନରୁ ନାମ ଫେରାଇ ନେଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଟିମର ବ୍ରୁକଙ୍କୁ ଆଗାମୀ ସିଜିନ ପାଇଁ ୪ କୋଟିରେ କିଣିଥିଲା । ତେବେ ନିଜ ନାମ କାହିଁକି ଫେରାଇ ନେଇଛନ୍ତି, ତାହାର କାରଣ କହିଛନ୍ତି । ଏହାକୁ ନେଇ ସୋସିଆଲ ମିଡିଆରେ ଏକ ଇମୋସନାଲ ପୋଷ୍ଟ ସେୟାର କରିଛନ୍ତି ।

ସେ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରିଛନ୍ତି, ମୁଁ ଆଇପିଏଲ ଆଗାମୀ ସିଜନରେ ନ ଖେଳିବାକୁ ନିଷ୍ପତ୍ତି ନେଇଛି । ଯାହା ମୋ ପାଇଁ କଷ୍ଟକର । ମୁଁ ଦିଲ୍ଲୀ କ୍ୟାପିଟାଲ୍ସ ଟିମରୁ ଚଳିତବର୍ଷ ଖେଳିବାକୁ ଉତ୍ସାହିତ ରହିଛି । କିନ୍ତୁ ବ୍ୟକ୍ତିଗତ କାରଣ ଯୋଗୁଁ ଆଇପିଏଲରୁ ନିଜ ନାମ ଫେରାଇ ନେଇଛି । ମୋ ଜେଜେ ମାଙ୍କୁ ହରାଇଛି । ସେ ମୋ ଜୀବନରେ ଅନେକ ମହତ୍ତ୍ୱ ରଖିଥିଲେ ଏବଂ ମୋ ପିଲାବେଳର ଅଧିକ ସମୟ ତାଙ୍କ ସହିତ ଅତିବାହିତ କରିଛି । ଘରେ ଥିବା ବେଳେ ମୁଁ ତାଙ୍କ ସହିତ ଅନେକ ସମୟ ବିତାଇଛି । ମୁଁ ଇଂଲଣ୍ଡ ଟିମରୁ ଖେଳୁଥିବା ଦେଖି ସେ ବହୁତ ଖୁସି ଥିଲେ ।

 

View this post on Instagram

 

A post shared by Harry Brook (@harry_brook88)

ନିକଟରେ ଇଂଲଣ୍ଡ ଭାରତ ବିପକ୍ଷରେ ୫ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ହାରିଯାଇଛି । ୪-୧ରେ ଟେଷ୍ଟ ସିରିଜ ହାରିଛି ଇଂଲଣ୍ଡ । ହ୍ୟାରୀ ବ୍ରୁକ ଏହି ଟୁର ଆରମ୍ଭ ହେବା ପୂର୍ବରୁ ୟୁଏଇରେ ଇଂଲଣ୍ଡ ଟିମ୍‌ କ୍ୟାମ୍ପରେ ସାମିଲ ଥିଲେ । କିନ୍ତୁ ଏହି ସମୟରେ ବ୍ୟକ୍ତିଗତ କାରଣ ଯୋଗୁଁ ସ୍ୱଦେଶ ଫେରିଯାଇଥିଲେ । ସେତେବେଳେ ଇଂଲଣ୍ଡ କ୍ରିକେଟ ବୋର୍ଡ ଅଧିକ ସୂଚନା ଦେଇନଥିଲା ।

ବ୍ରୁକ ଆଇପିଏଲର ଗତ ସିଜନରେ ସନରାଇଜର୍ସ ହାଇଦ୍ରାବାଦ ଟିମରୁ ଖେଳିଥିଲେ । କିନ୍ତୁ ଭଲ ପ୍ରଦର୍ଶନ ନ କରିବାରୁ ଟିମ ତାଙ୍କୁ ରିଲିଜ କରିଦେଇଥିଲା । ବ୍ରୁକ ୧୧ଟି ମ୍ୟାଚରୁ ୨୧.୧୧ ପ୍ରତିଶତ ଏବଂ ୧୨୩.୩୮ ଷ୍ଟ୍ରାଇକ ରେଟରେ ୧୯୦ ରନ୍‌ କରିଥିଲେ । ଏଥିରେ ଏକ ଶତକ ସାମିଲ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.