ସପା ନେତା ଗାୟତ୍ରୀ ପ୍ରଜାପତିଙ୍କ ଘରେ EDର ଚଢ଼ାଉ, ଆମେଠି-ଲକ୍ଷ୍ନୌ ଓ ମୁମ୍ବାଇର ୮ଟି ସ୍ଥାନରେ ଛାନ୍‌ଭିନ

ଉତ୍ତର ପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଗାୟତ୍ରୀ ପ୍ରଜାପତିଙ୍କ ଠିକଣା ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରିଛି । ଲକ୍ଷ୍ନୌ, ଆମେଠି ଏବଂ ମୁମ୍ବାଇର ଆଠଟି ସ୍ଥାନରେ ଏହି ଚଢ଼ାଉ ଚାଲିଛି ।

ଉତ୍ତର ପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଗାୟତ୍ରୀ ପ୍ରଜାପତିଙ୍କ ଠିକଣା ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରିଛି । ଲକ୍ଷ୍ନୌ, ଆମେଠି ଏବଂ ମୁମ୍ବାଇର ଆଠଟି ସ୍ଥାନରେ ଏହି ଚଢ଼ାଉ ଚାଲିଛି ।

ଜାନୁୟାରୀ ୧୬ରେ ହୋଇଥିବା ଚଢ଼ାଉ ବେଳେ ଏଜେନ୍ସି ଗାୟତ୍ରୀ ପ୍ରଜାପତି ଏବଂ ତାଙ୍କ ପୁଅମାନଙ୍କ ଦ୍ୱାରା ରିୟଲ ଇଷ୍ଟେଟ୍ କମ୍ପାନୀଗୁଡିକରେ ପୁଞ୍ଜି ବିନିଯୋଗର ପ୍ରମାଣ ପାଇଥିଲା ।

ଆମେଠିରେ ପୂର୍ବତନ ମନ୍ତ୍ରୀଙ୍କ ଘରେ ଚଢ଼ାଉ ସମୟରେ ଇଡିର ବହୁ ଅଧିକାରୀ ଉପସ୍ଥିତ ଅଛନ୍ତି । ଘର ବାହାରେ ସୁରକ୍ଷା ବାହିନୀ ନିୟୋଜିତ ହୋଇଛନ୍ତି । ଘର ଭିତରେ ପ୍ରଜାପତିଙ୍କ ପତ୍ନୀ ମହାରାଜୀ ଦେବୀ ଓ ସାନପୁଅ ଅନୁରାଗ ପ୍ରଜାପତି ମଧ୍ୟ ଉପସ୍ଥିତ ଅଛନ୍ତି ।

ଏହା ବ୍ୟତୀତ ଗାୟତ୍ରୀ ପ୍ରଜାପତିଙ୍କ ନିକଟତର ବ୍ୟକ୍ତିଙ୍କ ଘରେ ବି ଚଢ଼ାଉ କରାଯାଇଛି । ଆମେଠିର ଆବାସ ବିକାଶ କଲୋନୀ ଏବଂ ଗଙ୍ଗାଗଞ୍ଜ ଅଞ୍ଚଳରେ ଇଡି ରେଡ୍‌ କରିଛି ।

କହି ରଖୁଛୁ, ଜାନୁୟାରୀ ୧୬ରେ ଇଡି ଟିମ୍‌ ଗାୟତ୍ରୀ ପ୍ରଜାପତିଙ୍କ ଘରେ ଚଢ଼ାଉ କରିିଥିଲା । ଏହି ସମୟରେ ଆମେଠି ଏବଂ ଲକ୍ଷ୍ନୌରେ ଛାନ୍‌ଭିନ କରାଯାଇଥିଲା, ଯେଉଁଥିରେ ଗାୟତ୍ରୀ ପ୍ରଜାପତି ଓ ତାଙ୍କ ପୁଅମାନଙ୍କ ଦ୍ୱାରା ରିୟଲ୍ ଇଷ୍ଟେଟ୍ କମ୍ପାନୀରେ ନିବେଶର ପ୍ରମାଣ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.