ଦିନିକିଆ ବିଶ୍ବକପ୍ କ୍ରିକେଟ୍, ଆଜି ଦକ୍ଷିଣ ଆଫ୍ରିକା-ପାକିସ୍ତାନ ମୁକାବିଲା

ଆଜି ବିଶ୍ବକପ୍ ରେ ପାକିସ୍ତାନ ପାଇଁ ‘କର ବା ମର’ ମ୍ୟାଚ୍ । ଅଧିନାୟକ ବାବର ଆଜମଙ୍କର ଅଗ୍ନି ପରୀକ୍ଷା । ଏହି ମ୍ୟାଚ୍ ରେ ପାକିସ୍ତାନ ଭେଟିବ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ । ଚେନ୍ନାଇରେ ମ୍ୟାଚ୍ ଖେଳାଯିବ।

ଆଜି ବିଶ୍ବକପ୍ ରେ ପାକିସ୍ତାନ ପାଇଁ ‘କର ବା ମର’ ମ୍ୟାଚ୍ । ଅଧିନାୟକ ବାବର ଆଜମଙ୍କର ଅଗ୍ନି ପରୀକ୍ଷା । ଏହି ମ୍ୟାଚ୍ ରେ ପାକିସ୍ତାନ ଭେଟିବ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ । ଚେନ୍ନାଇରେ ମ୍ୟାଚ୍ ଖେଳାଯିବ। ଦକ୍ଷିଣ ଆଫ୍ରିକା ବର୍ତ୍ତମାନ ସୁଦ୍ଧା ୫ଟି ମ୍ୟାଚ୍ ରୁ ୪ଟି ଜିତି ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ଥିବା ବେଳେ ପାକିସ୍ତାନ ୫ଟି ମ୍ୟାଚ୍ ରୁ ମାତ୍ର ୨ଟି ଜିତି ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ସେମିଫାଇନାଲ ପାଇଁ ସମ୍ଭାବନା ବଜାୟ ରଖିବାକୁ ହେଲେ ଆଜିର ମ୍ୟାଚ୍ କୁ ପାକିସ୍ତାନ ଜିତିବାକୁ ପଡ଼ିବ। ତେବେ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଦଳକୁ ଝଟକା ଲାଗିଛି । ଅସୁସ୍ଥତା ଯୋଗୁଁ ଖେଳିବେନି ପେସ୍ ବୋଲର ହସନ ଅଲୀ ।

ଆଜିର ମ୍ୟାଚରେ କ୍ୱିଣ୍ଟନ ଡି କକ୍‌ଙ୍କ ଉପରେ ନଜର ରହିବ । ସେ ଇତି ମଧ୍ୟରେ ୩ଟି ଶତକ ଅର୍ଜନ କରିସାରିଛନ୍ତି । ଆଜି ମଧ୍ୟ ତାଙ୍କ ବ୍ୟାଟ୍‌ରୁ ଏକ ବଡ଼ ଇନିଂସ ଦେଖିବାକୁ ଦର୍ଶକ ଆଶାବାଦୀ ରହିଛନ୍ତି । ନିମ୍ନ ଭାଗରେ ହେନରିକ କ୍ଲାସେନଙ୍କ ବିସ୍ଫୋରଣକୁ ନେଇ ପାକିସ୍ତାନ ସ୍ୱତନ୍ତ ରଣନୀତି ପ୍ରସ୍ତୁତ କରିବା ଦରକାର।

ଚେପକ ପିଚ୍‌ ସ୍ପିନରଙ୍କୁ ସହାୟତା କରିବ । ବଡ଼ ବାଉଣ୍ଡାରୀ ଓ ଦ୍ରୁତ ଆଉଟ ଫିଲ୍ଡରେ ବ୍ୟାଟିଂ ଦର୍ଶନୀୟ ହେବ । ଅପରାହ୍ଣରେ କାକର ପଡ଼ିପାରେ । ତେଣୁ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେଇପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.