ଏସୀୟ ପାରା କ୍ରୀଡ଼ା, ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରମୋଦ ଭଗତ

ଚୀନ୍‌‌ର ହାଙ୍ଗଝୋଉରେ ଚାଲିଥିବା ଚତୁର୍ଥ ଏସୀୟ ପାରା କ୍ରୀଡ଼ାରେ ଓଡ଼ିଆ ଅଭିଜ୍ଞ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଏକକରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏକକ ଫାଇନାଲରେ ନିଜ ଦେଶର ନୀତେଶ କୁମାରଙ୍କୁ ୨୨-୨୦,୧୮-୨୧,୨୧-୧୯ ରେ ପରାଜିତ କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି।

(କେନ୍ୟୁଜ): ଚୀନ୍‌‌ର ହାଙ୍ଗଝୋଉରେ ଚାଲିଥିବା ଚତୁର୍ଥ ଏସୀୟ ପାରା କ୍ରୀଡ଼ାରେ ଓଡ଼ିଆ ଅଭିଜ୍ଞ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଏକକରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏକକ ଫାଇନାଲରେ ନିଜ ଦେଶର ନୀତେଶ କୁମାରଙ୍କୁ ୨୨-୨୦,୧୮-୨୧,୨୧-୧୯ ରେ ପରାଜିତ କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ପ୍ରମୋଦ ଭଗତ ଆଗରୁ ମିଶ୍ରିତ ଯୁଗଳରେ କାଂସ୍ୟ ଓ ଯୁଗଳ ରେ ମଧ୍ଯ କାଂସ୍ୟ ପଦକ ହାସଲ କରିଥିଲେ। ପ୍ରଥମ ଥର ପାଇଁ ୩ ଟି ପଦକ ହାସଲ କରିଛନ୍ତି ଏସିଆନ ଗେମ୍ ଗେମ୍ସ ରେ ପ୍ରମୋଦ।

୨୦୧୦ ରେ ଏକକ ଓ ଯୁଗଳ ରେ ଭାଗ ନେଇଥିଲେ ମଧ୍ୟ କୌଣସି ସଫଳତା ତାଙ୍କୁ ମିଳିନଥିଲା। ୨୦୧୪ ରେ ଏକକ ଓ ଯୁଗଳ ରେ ଭାଗ ନେଇଥିଲେ କିନ୍ତୁ କେବଳ ଏକକ ରେ କାଂସ୍ୟ ପଦକ ହାସଲ କରିଥିଲେ। ୨୦୧୮ ରେ ଏକକ ଓ ଯୁଗଳ ରେ ଭାଗ ନେଇଥିଲେ ଏକକ ରେ ସ୍ୱର୍ଣ୍ଣ ଓ ଯୁଗଳ ରେ କାଂସ୍ୟ ପଦକ ହାସଲ କରିଥିଲେ।
୨୦୨୨ ରେ ଏକକ, ଯୁଗଳ ଓ ମିଶ୍ରିତ ଯୁଗଳ ରେ ଭାଗ ନେଇଛନ୍ତି ଓ ସେ ମିଶ୍ରିତ ଯୁଗଳ ରେ କାଂସ୍ୟ, ଯୁଗଳ ରେ କାଂସ୍ୟ ଓ ଏକକ ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.