ଟିମ୍‌ ଇଣ୍ଡିଆର ସମସ୍ତ ବ୍ୟାଟ୍ସମ୍ୟାନଙ୍କୁ ଧରାଶାୟୀ କଲେ ଏଜାଜ୍‌ ପଟେଲ, ନିଜ ନାମରେ କଲେ ୧୦ଟି ଯାକ ଓ୍ଵିକେଟ

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିଅମରେ ଖେଳାଯାଉଛି। ପ୍ରଥମ ଦିନ ଟିମ୍‌ ଇଣ୍ଡିଆ ୪ ଉଇକେଟ ହରାଇ ୨୨୧ ରନ କରିଥିଲା। ଏହି ୪ଟି ଉଇକେଟ ଭାରତୀୟ ବଂଶୋଦ୍ଭବ ଏଜାଜ୍‌ ପଟେଲ ନେଇଥିଲେ। କିନ୍ତୁ ଆଜି ଦ୍ୱିତୀୟ ଦିନରେ ଟିମ୍‌ ଇଣ୍ଡିଆ ଖେଳ ଆରମ୍ଭ କରିଥିଲା କିନ୍ତୁ ନ୍ୟୁଜିଲାଣ୍ଡ ବୋଲର ଏଜାଜ ପଟେଲ ଟିମ୍‌ ଇଣ୍ଡିଆର ଆଉ ବାକି ୬ଟି ଓ୍ଵିକେଟ ନିଜ ନାମରେ କରି ଭାରତର ପ୍ରଥମ ଇନିଂସକୁ ୩୨୫ ରନରେ ସୀମିତ ରଖିଥିଲେ। ଟିମ୍‌ ଇଣ୍ଡିଆ ବିପକ୍ଷରେ ଏଜାଜ ଦମଦାରବୋଲିଂ କରି ୧୦ ଓ୍ଵିକେଟ ନିଜ ନାମରେ କରିଛନ୍ତି।

ପ୍ରଥମ ଦିନ ଖେଳ ସରିବା ସୁଦ୍ଧ ଟିମ୍‌ ଇଣ୍ଡିଆ ୨୨୧ ରନ୍‌ରେ ୪ ଓ୍ଵିକେଟ ହରାଇଥିଲା। ମୟଙ୍କ ଅଗ୍ରଓ୍ଵାଲ ୧୫୦ ରନ୍‌ କରି ଆଉଟ ହୋଇଥିବା ବେଳେ ଅକ୍ଷର ପଟେଲ ୫୨ ରନ କରିଥିଲେ। ଟିମ୍‌ ଇଣ୍ଡିଆ ଆଉ ଅଧିକ ସ୍କୋର କରିପାରିଥାନ୍ତା କିନ୍ତୁ ନ୍ୟୁଜିଲାଣ୍ଡ ତରଫରୁ ଖେଳୁଥିବା ଭାରତୀୟ ବଂଶୋଦ୍ଭବ ଏଜାଜ ପଟେଲ ଟିମ୍‌ ଇଣ୍ଡିଆକୁ ବଡ ସ୍କୋର କରିବାକୁ ଦେଇପାରନଥିଲେ। ଘରୋଇ ମାଟିରେ ଖେଳି ଏଜାଜ ପଟେଲ ନିଜର ଦମଦାର ପ୍ରଦର୍ଶନ କରି ଟିମ୍‌ ଇଣ୍ଡିଆର ସମସ୍ତ ବ୍ୟାଟ୍ସମ୍ୟାନଙ୍କୁ ଧରାଶାୟୀ କରିଛନ୍ତି।

ଟିମ୍‌ ଇଣ୍ଡିଆର ସମସ୍ତ ବ୍ୟାଟସମ୍ୟାନଙ୍କ ଓ୍ଵିକେଟ ନେଇ ରେକର୍ଡ କରିଛନ୍ତି ଏଜାଜ ପଟେଲ। ପୂର୍ବରୁ ଗୋଟିଏ ମ୍ୟାଚରେ ୧୦ ଓ୍ଵିକେଟ ନେଇଥିବା ଖେଳାଳିଙ୍କ ଲିଷ୍ଟରେ ଅନୀଲ କୁମ୍ବଲେ ଏବଂ ଜିମ୍‌ ଲାକରଙ୍କ ନାମ ରହିଥିଲା। ଏବେ ଏଜାଜଙ୍କ ନାମରେ ଏହି ରେକର୍ଡ ସାମିଲ ହୋଇଛି। ଛି।୧୧୯ ରନ୍‌ ଦେଇ ଏଜାଜ ୧୦ଟି ଓ୍ଵିକେଟ ଯାକ ଓ୍ଵିକେଟ ନେଇଛନ୍ତି।

ପ୍ରଥମରୁ ହିଁ ଭଲ ଆରମ୍ଭ କରିଥିଲା ଟିମ ଇଣ୍ଡିଆ । ଦୁଇ ଓପନର ମୟଙ୍କ ଅଗ୍ରଓ୍ବାଲ ଏବଂ ଶୁଭମାନ ଗିଲ ଦଳକୁ ଭଲ ଷ୍ଟାର୍ଟ ଦେଇଥିଲେ । ପ୍ରଥମ ଓ୍ବିକେଟ ଯୋଡିରେ ଉଭୟ ୮୦ ରନ କରିଥିଲେ । ଶୁଭମାନ ଗିଲ ସେଟ୍‌ ହୋଇସାରିଥିଲେ କିନ୍ତୁ ଖରାପ ସଟ୍‌ ଖେଳି ୪୪ ରନ କରି ଆଉଟ ହୋଇଛନ୍ତି । ପରେ ବ୍ୟାଟିଂ କରିବାକୁ ଆସିଥିବା‌ ଚେତେଶ୍ବର ପୂଜାରା ଖାତା ଖୋଲିବାକୁ ସକ୍ଷମ ହୋଇନାହାନ୍ତି । ଅଧିନାୟକ ବିରାଟ କୋହଲି ମଧ୍ୟ ଖାତା ଖୋଲିପାରିନାହାନ୍ତି । ଶ୍ରେୟସ ଆୟର ବ୍ୟକ୍ତିଗତ ୧୮ରନ କରି ଆଉଟ ହୋଇଥିଲେ। ଅଶ୍ୱିନ ଶୂନରେ ଆଇଟ ହୋଇଥିବା ବେଳେ ରିଦ୍ଧିମାନ ଶାହ୬୨ ବଲ୍‌ ଖେଳି ୨୭ ରନ୍‌ କରି ଆଉଟ ହୋଇଥିଲେ। ଜୟନ୍ତ ଯାଦବ ୩୧ ବଲ ଖେଳି ୧୨ ରନ୍‌ , ସିରାଜ ୪ ରନ୍‌ କରି ଆଉଟ୍‌ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.