IND vs PAK: ମେଲବର୍ଣ୍ଣରେ ଭାରତୀୟ ବୋଲରଙ୍କ ଝଡ଼, ଭାରତ ଆଗରେ ବିଜୟ ଲକ୍ଷ୍ୟ ୧୬୦

ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି ବିଶ୍ୱ କପ୍ ଟି-୨୦ ମ୍ୟାଚ ଅନୁଷ୍ଠିତ ହେଉଛି । ଟସ ଜିତି ପ୍ରଥମେ ବୋଲିଂ କରି ଭାରତୀୟ ଟିମ ପାକିସ୍ତାନକୁ ନିର୍ଦ୍ଧାରିତ ୨୦ ଓଭରରେ ୧୫୯ ରନରେ ସୀମିତ ରଖିବାରେ ସଫଳ ହୋଇଛି । ବିଜୟ ପାଇଁ ଭାରତ ଆଗରେ ୧୬୦ ରନ ଲକ୍ଷ୍ୟ ରହିଛି। ଭାରତ ପକ୍ଷରୁ ଅର୍ଶଦୀପ ସିଂ ଏବଂ ହାର୍ଦିକ ପାଣ୍ଡ୍ୟା ସର୍ବାଧିକ ୩ ଟି ଲେଖାଏଁ ଉଇକେଟ୍ ନେଇଥିଲେ ।
Innings Break!
Three wickets apiece for @hardikpandya7 & @arshdeepsinghh and a wicket each for @BhuviOfficial & @MdShami11 as Pakistan post a total of 159/8 on the board.
Scorecard – https://t.co/X970NaDN4n #INDvPAK #T20WorldCup pic.twitter.com/Nypo6k5ZRn
— BCCI (@BCCI) October 23, 2022
ପାକିସ୍ତାନ ଆରମ୍ଭରୁ ବିପର୍ଯ୍ୟୟର ସାମ୍ନା କରିଥିଲା । ଅର୍ଶଦୀପ ସିଂ ଅଧିନାୟକ ବାବର ଆଜାମ ଏବଂ ମହମ୍ମ ରିୱାନ୍ଙ୍କୁ ସଅଳ ପ୍ୟାଭିଲିୟନ ଫେରାଇ ଦେଇଥିଲେ । ତେବେ ଇଫତାର୍ ଅହମ୍ମଦ ଦ୍ରୁତ ଅର୍ଦ୍ଧଶତକ(୫୧) ହାସଲ କରିଥିବା ବେଳେ ଶାନ୍ ମସୁଦ ମ୍ୟାଚ୍ ଆରମ୍ଭରୁ କ୍ରିଜରେ ଜଗି ରହି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ଏହା ସହିତ ଶେଷ ଆଡ଼କୁ ଶାହୀନ୍ ଶାହା ଆଫ୍ରୀଦିଙ୍କ ୮ ବଲରେ ୧୬ ଦ୍ରୁତ ରନ୍ ବଳରେ ପାକିସ୍ତାନ ଭାରତ ଆଗରେ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା ।