ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-ଟେ୍ଵଣ୍ଟି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

କେନ୍ୟୁଜ୍(ବ୍ୟୁରୋ): ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-ଟେ୍ଵଣ୍ଟି ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ରୋହିତ ଶର୍ମା ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ । ପାଞ୍ଚ ଟିକିଆ ସିରିଜ ପାଇଁ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ଗତ କିଛି ସିରିଜରେ ବିରାଟଙ୍କ ଖରାପ ଫର୍ମକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା । ଏବେ ସ୍ପଷ୍ଟ ହୋଇଛି ବିରାଟ ୱେଷ୍ଟଇଣ୍ଡିଜ୍ ଯିବେ ନାହିଁ । ତାଙ୍କ ସହ ଫାଷ୍ଟ ବୋଲର ଯଶପ୍ରୀତ ବୁମରାହଙ୍କୁ ବି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-ଟେ୍ଵଣ୍ଟି ସିରିଜ ପାଇଁ ବିଶ୍ରାମ ଦିଆଯାଇଛି ।
ଲୋକେଶ ରାହୁଲଙ୍କୁ ଦଳରେ ସାମିଲ କରିଛନ୍ତି ଚୟନକର୍ତ୍ତା । କିନ୍ତୁ ତାଙ୍କୁ ଫିଟନେସ୍ ଟେଷ୍ଟ ପାସ କରିବାକୁ ହେବ । ଯୁଜବେନ୍ଦର ଚହଲଙ୍କୁ ବି ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ରବି ବିଷ୍ଣୋୟୀଙ୍କୁ ମିଳିଛି ସୁଯୋଗ । ବହୁ ଦିନ ପରେ ଟି-ଟେ୍ଵଣ୍ଟି ସ୍କ୍ଵାଡକୁ ଫେରିଛନ୍ତି ସ୍ପିନର ଆର୍. ଅଶ୍ୱିନ । ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ସ୍ପିନର ଅକ୍ଷର ପଟେଲ ଓ କୁଳଦୀପ ଯାଦବ । କୁଳଦୀପ ଯାଦବଙ୍କୁ ବି ଫିଟନେସ୍ ଟେଷ୍ଟ ପାସ କରିବାକୁ ହେବ । ଆସନ୍ତା ୨୯ ତାରିଖରୁ ଭାରତ-େଓ୍ଵଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହେବ ଟି-ଟେ୍ଵଣ୍ଟି ସିରିଜ ।