ଶେଷ ଭାଗରେ ପାଣ୍ଡ୍ୟାଙ୍କ ସୁପର ସୋ, ଦ୍ୱିତୀୟ ମ୍ୟାଚ୍‌ ଜିତି ଟି୨୦ ସିରିଜ୍‌ ଦଖଲ କଲା ଭାରତ

ସିଡନୀ : ଦ୍ୱିତୀୟ ଟି୨୦ ଉତ୍କଣ୍ଠାର ଚରମ ସୀମାରେ ପହଞ୍ଚିଥିଲା । ଶେଷ ଓଭର୍‌ର ଦ୍ୱିତୀୟ ବଲ୍‌ରେ ଏବଂ ପୁଣି ଚତୁର୍ଥ ବଲ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଛକା ମାରି ଦଳକୁ ଜିତାଇ ଦେଲେ । ଅଷ୍ଟ୍ରେଲିଆକୁ ଏହି ମ୍ୟାଚ୍‌ରେ ୬ ଓ୍ଵିକେଟ୍‌ରେ ହରାଇ ଭାରତ ୨-୦ରେ ଆଗୁଆ ରହି ଟି୨୦ ସିରିଜ୍‌ ଜିତି ନେଇଛି । ଏହା ସହିତ ଦିନିକିଆ ସିରିଜ୍‌ ପରାଜୟର ପ୍ରତିଶୋଧ ମଧ୍ୟ ନେଇଛି । ଆଉ ଦୁଇଟି ବଲ୍‌ ବାକି ଥାଇ ଭାରତ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା ।

pandyaଭାରତୀୟ ଦଳର ଆରମ୍ଭ ବହୁତ ଭଲ ଥିଲା । ଓପ୍ନର କେଏଲ୍‌ ରାହୁଲ ଓ ଶିଖର ଧବନ୍‌ ୫.୨ ଓଭର୍‌ରେ ୫୬ ରନ୍‌ ଯୋଡ଼ିଥିଲେ । ରାହୁଲ ୨୨ ବଲ୍‌ରେ ୩୦ ରନ୍‌ (୨ ଚୌକା, ୧ ଛକା) କରି ଆଣ୍ଡର‍୍ୟୁ ଟାଇଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ପରେ ଧବନଙ୍କ ସହ ଯୋଗ ଦେଇଥିଲେ ଅଧିନାୟକ ବିରାଟ କୋହଲି । ସେମାନେ ୪୧ ରନ୍‌ ସଂଗ୍ରହ କରିବା ପରେ ଧବନ୍‌ଙ୍କ ଓ୍ଵିକେଟ୍‌ ଦଖଲ କରି ନେଇଥିଲେ ଆଡାମ ଜମ୍ପା । ଧବନ ୩୬ ବଲ୍‌ରେ ୫୨ ରନ୍‌ (୪ ଚୌକା, ୨ ଛକା) କରିଥିଲେ । ଦ୍ୱିତୀୟ ଓ୍ଵିକେଟ୍‌ ପଡ଼ିଯିବା ପରେ କୋହଲି ଓ ସଞ୍ଜୁ ସାମସନ୍‌ ଇନିଂସ୍‌କୁ ଆଗେଇ ନେଇଥିଲେ । ତେବେ ସଞ୍ଜୁ ୧୦ ବଲ୍‌ରେ ୧୫ ରନ୍‌ କରି ସ୍ୱେପସନ୍‌ଙ୍କ ଶିକାର ହୋଇଥିଲେ ।

sikharସେତେବେଳକୁ ଭାରତକୁ ଜିତିବା ପାଇଁ ୩୮ ବଲ୍‌ରେ ଦରକାର ହେଉଥିଲା ୭୫ ରନ୍‌ । ଏବେ ଭଲ ଫର୍ମରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ସାଥ୍‌ ଦେଲେ କୋହଲିଙ୍କର । କୋହଲି ଧୈର୍ଯ୍ୟର ସହ ଖେଳଥିଲେ । ଲାଗୁଥିଲା ଦଳକୁ ବିଜୟୀ କରାଇବା ପରେ କ୍ରିଜ୍‌ ଛାଡ଼ିବେ । ହେଲେ କୋହଲି ୨୪ ବଲ୍‌ରେ ୪୦ ରନ୍‌ (୪ ଚୌକା, ୪ ଛକା) କରିବା ପରେ ଡାନିଏଲ୍‌ ସାମସ୍‌ ତାଙ୍କୁ ଆଉଟ୍‌ କରିଦେଲେ । ଶେଷ ଭାଗରେ ପାଣ୍ଡ୍ୟା ଓ ଶ୍ରେୟସ ଆୟର ଲଢ଼େଇ କରିଥିଲେ । ସେତେବେଳେ ୩ ଓଭରରେ ୩୭ ରନ୍‌ ଦରକାର ହେଉଥିଲା ବିଜୟଲକ୍ଷ୍ୟ ହାସଲ କରିବାକୁ । ପାଣ୍ଡ୍ୟା ତାଙ୍କ ଉଗ୍ର ରୂପ ଦେଖାଇ ଥିଲେ । ତାଙ୍କୁ ପୂରା ସହଯୋଗ ଦେଇଥିଲେ ଆୟର । ତେଣୁ ଶେଷ ଦୁଇ ଓଭର୍‌ ଅର୍ଥାତ୍‌ ୧୨ ବଲ୍‌ରେ ୨୫ ଏବଂ ଶେଷ ୬ ବଲ୍‌ରେ ୧୪ ରନ୍‌ ଦରକାର ହେଉଥିଲା ଜିତିବା ପାଇଁ । ପାଣ୍ଡ୍ୟା ଦୁଇଟି ଛକା ମାରି ଖେଳ ଶେଷ କରି ଦେଇଥିଲେ । ସେ ୨୨ ବଲ୍‌ରୁ ୪୨ ରନ୍‌ (୩ ଚୌକା, ୨ ଛକା) ଏବଂ ଆୟର ୫ ବଲ୍‌ରେ ୧୨ ରନ୍‌ କରି ଅପରାଜିତ ରହିଥିଲେ । ପାଣ୍ଡ୍ୟା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି ।

viratପ୍ରଥମ ମ୍ୟାଚ୍‌ ଭଳି ଏଥର ମଧ୍ୟ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଟସ୍‌ ଜିତିଥିଲେ । ହେଲେ ପ୍ରଥମେ ବ୍ୟାଟିଂ ବଦଳରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଘରୋଇ ଅଷ୍ଟ୍ରେଲିଆ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ଵିକେଟ୍‌ ହରାଇ କରିଥିଲା ୧୯୪ ରନ୍‌ । ଓପ୍ନର ମାଥ୍ୟୁ ୱେଡ୍‌ ୨୮ ବଲ୍‌ରୁ ସର୍ବାଧିକ ୫୮ ରନ୍‌ (୧୦ ଚୌକା, ୧ ଛକା) କରିଥିଲେ । ଷ୍ଟିଭ୍‌ ସ୍ମିଥ୍‌ ୩୮ ବଲ୍‌ରେ ୪୬ ରନ୍‌ (୩ ଚୌକା, ୨ ଛକା), ମାକ୍ସେଓ୍ଵଲ ୧୩ ବଲ୍‌ରୁ ୨୨, ହେନରିକ ୧୮ ବଲ୍‌ରୁ ୨୬ ରନ୍‌ କରିଥିଲେ । ଭାରତ ପକ୍ଷରୁ ନଟରାଜନ୍‌ ୨ ଏବଂ ଚହଲ ଓ ଠାକୁର ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଥିଲେ । ଆସନ୍ତା ୮ ତାରିଖ ଦିନ ସିଡନୀରେ ଦୁଇ ଦଳ ଭିତରେ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ ଖେଳାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.